ରାଜ୍ୟ

ଦିଲ୍ଲୀସ୍ଥିତ ଇସ୍ରାଏଲ୍‌ ଦୂତାବାସ ନିକଟରେ ବିସ୍ଫୋରଣ; ଭାରତରେ ଥିବା ନାଗରିକଙ୍କ ପ୍ରତି ସତର୍କ ସୂଚନା ଜାରି କଲା ଇସ୍ରାଏଲ୍‌

ନୂଆଦିଲ୍ଲୀ: ମଙ୍ଗଳବାର ସନ୍ଧ୍ୟା ବେଳେ କଡ଼ା ସୁରକ୍ଷା ବଳୟରେ ଥିବା ଲୁଟିୟେଞ୍ଜ୍‌ ଜୋନ୍‌ ଅଞ୍ଚଳସ୍ଥିତ ଇସ୍ରାଏଲୀ ଦୂତାବାସ ନିକଟରେ ସ୍ବଳ୍ପ ତୀବ୍ରତାସମ୍ପନ୍ନ ବିସ୍ଫୋରଣ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ବିସ୍ଫୋରଣ ସୂଚନା ପାଇବାକ୍ଷଣି ସନ୍ଧାନୀ କୁକୁର ସ୍କ୍ବାଡ୍‌, କ୍ରାଇମ୍‌ ଟିମ୍‌ ଓ ବୋମା ନିଷ୍କ୍ରିୟକାରୀ ଟିମ୍‌ଙ୍କୁ ଧରି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଅବିଳମ୍ବେ ଫୋରେନ୍‌ସିକ୍‌ ଲାବ୍ରଟରି ବିଶେଷଜ୍ଞମାନ‌େ ବି ସେଠାରେ ହାଜର ହୋଇଥିଲେ।

ସମ୍ପୃକ୍ତ ଅଞ୍ଚଳ ତଲାସ କରିବା ବେ‌ଳେ ପୁଲିସ ଇସ୍ରାଲୀୟ ରାଷ୍ଟ୍ରଦୂତଙ୍କ ପ୍ରତି ଲେଖାଯାଇଥିବା ଖଣ୍ଡେ ଚିଠି ଦୂତାବାସଠାରୁ କିଛି ମିଟର ଦୂରରେ ଏକ ଖୋଲା ପଡ଼ିଆରୁ ପାଇଛନ୍ତି। ସେ ଚିଠିରେ ଗୋଟାଏ ପତାକା ବି ଗୁଡ଼ା ହୋଇଥିଲା। ସେ ଚିଠି ଓ ପତାକା ସମେତ ଦୀର୍ଘ ୩ ଘଣ୍ଟା କାଳ ସେ ଅଞ୍ଚଳ ତଲାସ କରିବା ବେଳେ ମିଳିଥିବା ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ମଧ୍ୟ ପୁଲିସ ଫୋରେନ୍‌ସିକ୍‌ ପରୀକ୍ଷା ନିମନ୍ତେ ପଠାଇଛି। କିନ୍ତୁ, ଘଟଣାସ୍ଥଳରୁ ସେଭଳି କୌଣସି ମାରାତ୍ମକ ପଦାର୍ଥ ମିଳି ନ ଥିବା କଥା ପୁଲିସ କହିଛି।

Blast near Israeli Embassy in New Delhi
Image Courtesy of India Today

ଜାରି କରିଥିବା ଭିଡିଓ ବିବୃତିରେ ଇସ୍ରାଏଲ୍‌ର ଉପରାଷ୍ଟ୍ରଦୂତ ଓହାଦ୍‌ ନାକାଶ କେନାର୍‌ କହିଛନ୍ତି, ଆଜି ସନ୍ଧ୍ୟା ୫.୪୮ରେ ଦୂତାବାସ ପରିସର ନିକଟରେ ବିସ୍ଫୋରଣ ଘଟିଛି। ସମସ୍ତ କର୍ମଚାରୀ ନିରାପଦ ଅଛନ୍ତି। ଆମ କୂଟନୀତିଜ୍ଞମାନେ ବି ସୁରକ୍ଷିତ ଅଛନ୍ତି। ସ୍ଥାନୀୟ ଦିଲ୍ଲୀ ସୁରକ୍ଷାକର୍ମୀଙ୍କ ସହିତ ଆମ ସୁରକ୍ଷାକର୍ମୀମାନେ ବି ତଲାସ ଚଳାଇଛନ୍ତି।

ଚାଣକ୍ୟପୁରୀ ଡିପ୍ଲୋମାଟିକ୍‌ ଏନ୍‌କ୍ଲାଭ୍‌ ଅନ୍ତର୍ଗତ ଇସ୍ରାଏଲ୍‌ର ଦୂତାବାସ ନିକଟ ଦିଲ୍ଲୀର ‘ସେଣ୍ଟ୍ରାଲ୍‌ ହିନ୍ଦୀ ଟ୍ରେନିଙ୍ଗ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ ବାହାରେ ଉପରୋକ୍ତ ବିସ୍ଫୋରଣ ଘଟିବା ପରେ ଭାରତରେ ଥିବା ନାଗରିକମାନଙ୍କ ପ୍ରତି ‘ଇସ୍ରାଏଲୀ ନ୍ୟାସ୍‌ନାଲ୍‌ ସିକ୍ୟୁରିଟି କାଉନ୍‌ସିଲ୍‌’ ସତର୍କ ସୂଚନା ଜାରି କରିଛି। ତେଣୁ, ମଲ୍‌ ଓ ବଜାର ଭଳି ଜନଗହଳି ସ୍ଥାନକୁ ନ ଯିବା ଲାଗି ଇସ୍ରାଏଲୀୟ ନାଗରିକମାନଙ୍କୁ ସତର୍କ କରାଇ ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।