ନୂଆଦିଲ୍ଲୀ: ଦିଲ୍ଲୀର ତିସ୍ ହଜାରୀ କୋର୍ଟ ପରିସରରେ ଆଜି ଗୁଳିକାଣ୍ଡ ହୋଇଛି। ୨ ଓକିଲ ଗୋଷ୍ଠୀ ମଧ୍ୟରେ କିଛି ପ୍ରସଙ୍ଗକୁ ନେଇ ପ୍ରବଳ ବଚସା ହୋଇଥିଲା। ଏହାପରେ ବରିଷ୍ଠ ଆଇନଜୀବୀ ମନିଷ ଶର୍ମା ଫାଙ୍କା ଗୁଳିଚାଳନା କରିଥିଲେ। ତେବେ ଉକ୍ତ ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଦିଲ୍ଲୀ ବାର୍ କାଉନସିଲ ଅଧ୍ୟକ୍ଷ କେକେ ମନନ୍ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି । ଗୁଳି କରାଯାଇଥିବା ବନ୍ଧୁକର ଲାଇସେନ୍ସ ଅଛି କି ନା’ ସେନେଇ ତଦନ୍ତ ହେବ। ଯଦିବି ବନ୍ଧୁକର ଲାଇସେନ୍ସ ଥାଏ କୌଣସି ବି ଓକିଲ କିମ୍ବା ଅନ୍ୟ କୌଣସି ବ୍ୟକ୍ତି କୋର୍ଟ ପରିସରରେ ବନ୍ଧୁକ ଚଳାଇ ପାରିବେନି ବୋଲି ମନନ୍ କହିଛନ୍ତି। ଚାମ୍ବର ନିର୍ମାଣକୁ ନେଇ ବିବାଦରୁ ଏହି ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି।
ଦିଲ୍ଲୀର ତିସ୍ ହଜାରୀ କୋର୍ଟ ପରିସରରେ ଗୁଳିକାଣ୍ଡ