ନୂଆଦିଲ୍ଲୀ,୦୯/୦୬: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ଟି୨୦ ସିରିଜ୍ ପାଇଁ ଭାରତ ଗସ୍ତରେ ଅଛି । ଟି୨୦ ସିରିଜର ପ୍ରଥମ ମୁକାବିଲା ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ତେବେ ଦକ୍ଷିଣ ଆଫ୍ରିକା ଟିମକୁ ଅକଳରେ ପକାଇଛି ଭାରତର ଗୁଳୁଗୁଳି ଓ ଖରା । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଫ୍ରିକା ଅଧିନାୟକ ତେମ୍ବା ବାଭୁମା ।
ଦିଲ୍ଲୀରେ ହେଉଥିବା ପ୍ରବଳ ଖରା ପାଇଁ ଦକ୍ଷିଣ ଆଫ୍ରିକାର ସ୍ଥିତି ଶୋଚନୀୟ ହୋଇ ପଡିଛି । ଯାହାକୁ ନେଇ ବାଭୁମା କହିଛନ୍ତି ଯେ, ଦିଲ୍ଲୀରେ ଗରମ ହେଉଥିବ ସେମାନେ ଜାଣିଥିଲେ । ହେଲେ ଏତେ ଅଧିକ ଗରମ ହେଉତିବ ସେମାନେ ଭାବି ନଥିଲେ ।
ସେ ଆହୁରି କହିଛନ୍ତି ଯେ, ମ୍ୟାଚ୍ ରାତିରେ ଖେଳାଯିବ । ଯାହା ସେମାନଙ୍କ ପାଇଁ ସୌଭାଗ୍ୟର କଥା । କାରଣ ରାତିରେ ଗରମକୁ ସହ୍ୟ କରାଯାଇ ପାରିବ । କିନ୍ତୁ ଦିନରେ ପ୍ରବଥ ତାତି ଅସୁବିଧାର ପକାଇବାର ସମ୍ଭାବନା ଅଧିକ ରହିଛି । ଏହାସହ ସେ ଖେଳାଳିଙ୍କୁ ଖୁବ୍ ପାଣି ପିଇବା ସହ ମାନସିକ ସ୍ତରରେ ଶକ୍ତିଶାଳୀ ରହିବାକୁ ପରାମର୍ଶ ଦେଇଛନ୍ତି ।
ଏତତ୍ ବ୍ୟତୀତ ବାଭୁମା ଆହୁରି କହିଛନ୍ତି ଯେ, ଅତ୍ୟଧିକ ଗରମ କାରଣରୁ ଜିହାଇଡ୍ରେସନ ଓ ଥକ୍କାପଣ ହେବାର ସମ୍ଭାବନା ରହିଛି । ଏହାଠୁ ବର୍ତ୍ତିବାକୁ ହେବ । ତେବେ ଲଗାତର ମ୍ୟାଚ୍ ଖେଳିଲେ ହିଁ ଏପରି ଗରମ ସହ ଜଣେ ଅଭ୍ୟସ୍ତ ହୋଇପାରିବ ବୋଲି ସେ କହିଛନ୍ତି ।