ଖେଳ ଦେଶ ବିଦେଶ

ଦିଲ୍ଲୀର ଗରମ ପାଇଁ ଅଡୁଆରେ ଦକ୍ଷିଣ ଆଫ୍ରିକା ଖେଳାଳି, ଅଧିନାୟକ ବାଭୁମା କହିଲେ

ନୂଆଦିଲ୍ଲୀ,୦୯/୦୬: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ଟି୨୦ ସିରିଜ୍ ପାଇଁ ଭାରତ ଗସ୍ତରେ ଅଛି । ଟି୨୦ ସିରିଜର ପ୍ରଥମ ମୁକାବିଲା ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ତେବେ ଦକ୍ଷିଣ ଆଫ୍ରିକା ଟିମକୁ ଅକଳରେ ପକାଇଛି ଭାରତର ଗୁଳୁଗୁଳି ଓ ଖରା । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଫ୍ରିକା ଅଧିନାୟକ ତେମ୍ବା ବାଭୁମା ।

ଦିଲ୍ଲୀରେ ହେଉଥିବା ପ୍ରବଳ ଖରା ପାଇଁ ଦକ୍ଷିଣ ଆଫ୍ରିକାର ସ୍ଥିତି ଶୋଚନୀୟ ହୋଇ ପଡିଛି । ଯାହାକୁ ନେଇ ବାଭୁମା କହିଛନ୍ତି ଯେ, ଦିଲ୍ଲୀରେ ଗରମ ହେଉଥିବ ସେମାନେ ଜାଣିଥିଲେ । ହେଲେ ଏତେ ଅଧିକ ଗରମ ହେଉତିବ ସେମାନେ ଭାବି ନଥିଲେ ।

ସେ ଆହୁରି କହିଛନ୍ତି ଯେ, ମ୍ୟାଚ୍ ରାତିରେ ଖେଳାଯିବ । ଯାହା ସେମାନଙ୍କ ପାଇଁ ସୌଭାଗ୍ୟର କଥା । କାରଣ ରାତିରେ ଗରମକୁ ସହ୍ୟ କରାଯାଇ ପାରିବ । କିନ୍ତୁ ଦିନରେ ପ୍ରବଥ ତାତି ଅସୁବିଧାର ପକାଇବାର ସମ୍ଭାବନା ଅଧିକ ରହିଛି । ଏହାସହ ସେ ଖେଳାଳିଙ୍କୁ ଖୁବ୍ ପାଣି ପିଇବା ସହ ମାନସିକ ସ୍ତରରେ ଶକ୍ତିଶାଳୀ ରହିବାକୁ ପରାମର୍ଶ ଦେଇଛନ୍ତି ।

ଏତତ୍ ବ୍ୟତୀତ ବାଭୁମା ଆହୁରି କହିଛନ୍ତି ଯେ, ଅତ୍ୟଧିକ ଗରମ କାରଣରୁ ଜିହାଇଡ୍ରେସନ ଓ ଥକ୍କାପଣ ହେବାର ସମ୍ଭାବନା ରହିଛି । ଏହାଠୁ ବର୍ତ୍ତିବାକୁ ହେବ । ତେବେ ଲଗାତର ମ୍ୟାଚ୍ ଖେଳିଲେ ହିଁ ଏପରି ଗରମ ସହ ଜଣେ ଅଭ୍ୟସ୍ତ ହୋଇପାରିବ ବୋଲି ସେ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ