ଦେଶ ବିଦେଶ ସ୍ୱାସ୍ଥ୍ୟ

ଦିଲ୍ଲୀରେ ୭୯% ମାମଲା ଓମିକ୍ରନଜନିତ

ନୂଆଦିଲ୍ଲୀ : ଦିଲ୍ଲୀରେ ଜାନୁଆରି ୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଯେଉଁ ସବୁ କୋଭିଡ୍‌ ନମୁନାଗୁଡ଼ିକର ଜିନୋମ ସିକ୍ବେନ୍ସିଂ ହୋଇଥିଲା ସେଥିରୁ ୭୯ ପ୍ରତିଶତ ମାମଲା ଓମିକ୍ରନ୍‌ଜନିତ ବୋଲି କେନ୍ଦ୍ର ସରକାରଙ୍କ ରିପୋର୍ଟରୁ ଜଣାପଡ଼ିଛି। ଦିଲ୍ଲୀରେ ପ୍ରଥମ ଓମିକ୍ରନ୍‌ ମାମଲା ଡିସେମ୍ବର ୫ ତାରିଖରେ ଚିହ୍ନଟ ହୋଇଥିଲା। ସେହିଦିନଠାରୁ ଦିଲ୍ଲୀରେ ଆଜି ପର୍ଯ୍ୟନ୍ତ ଚାଲିଥିବା ସଂକ୍ରମଣରେ ଓମିକ୍ରନ୍‌ ପ୍ରମୁଖ ପ୍ରଜାତି ରହିଆସିଛି। ଜାନୁଆରି ପ୍ରଥମ ସପ୍ତାହରେ ପରୀକ୍ଷା ହୋଇଥିବା ନମୁନାଗୁଡ଼ିକ ମଧ୍ୟରୁ ୬୫ ପ୍ରତିଶତ ଓମିକ୍ରନ ଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଡେଲ୍‌ଟାକୁ ଟପିଯାଇ ସବୁଠାରୁ ପ୍ରଭାବୀ ପ୍ରଜାତି ସାବ୍ୟସ୍ତ ହୋଇଥିଲା।

୬୪% କୋଭିଡ୍ ମୃତ୍ୟୁ ଟିକା ନେଇ ନ ଥିବା ଲୋକଙ୍କ କ୍ଷେତ୍ରରେ ଘଟିଛି: ସରକାର
ନୂଆଦିଲ୍ଲୀ : ଦିଲ୍ଲୀରେ ଯେତେ ଲୋକଙ୍କର କୋଭିଡ୍ ଯୋଗୁ ମୃତ୍ୟୁ ଘଟିଛି ସେମାନଙ୍କ ମଧ୍ୟରେ ପ୍ରାୟ ୬୪ ପ୍ରତିଶତ ହେଉଛନ୍ତି ଟିକା ନେଇ ନ ଥିବା କିମ୍ବା ଗୁରୁତର ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଥିବା ବୟସ୍କ ବ୍ୟକ୍ତି। ତେଣୁ କୋଭିଡ୍ ସହ ଲଢ଼ିବା ପାଇଁ ଟିକା ହେଉଛି ପ୍ରମୁଖ ଅସ୍ତ୍ର ବୋଲି ଶୁକ୍ରବାର ସରକାର କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଏନ୍‌ସିଡିସି ନିର୍ଦ୍ଦେଶକ ଡ. ଏସ୍‌କେ ସିଂହ କହିଛନ୍ତି ଯେ, ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଆଦି ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତି କୋଭିଡ୍ ସଂକ୍ରମିତ ହେଲେ ତାଙ୍କ ପ୍ରତି ବିପଦ ଆଶଙ୍କା ଅଧିକ ରହିଥାଏ। ଆଇସିଏମ୍‌ଆର୍ ମହାନିର୍ଦ୍ଦେଶକ ଡ ବଳରାମ ଭାର୍ଗବଙ୍କ କହିବା ଅନୁସାରେ କୋଭିଡ୍-୧୯ ବିରୋଧରେ ଲଢ଼ିବା ପାଇଁ ଟିକା ହେଉଛି ସର୍ବୋତ୍ତମ ଅସ୍ତ୍ର। ଯେଉଁ ରାଜ୍ୟଗୁଡ଼ିକରେ ଟିକା ହାର କମ୍ ରହିଛି, ସେଠାରେ ଏହାକୁ ତ୍ବରାନ୍ବିତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ