ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦିଲ୍ଲୀରେ ମଙ୍କିପକ୍ସର ପ୍ରଥମ ମାମଲା ଚିହ୍ନଟ: ସଂକ୍ରମିତ ବ୍ୟକ୍ତିଙ୍କର ନାହିଁ ଟ୍ରାଭେଲ୍ ହିଷ୍ଟ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ପିଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କର କୌଣସି ଟ୍ରାଭେଲ୍ ହିଷ୍ଟ୍ରୀ ନାହିଁ। ଉକ୍ତ ବ୍ୟକ୍ତିଙ୍କୁ ଦିଲ୍ଲୀର ମୌଲାନା ଆଜାଦ ମେଡିକାଲ କଲେଜରେ ଆଡମିସନ କରାଯାଇଛି। ଏହି ଘଟଣାକୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ୪ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି।

ଦିଲ୍ଲୀରେ ପଜିଟିଭି ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ନିକଟରେ ହିମାଚଳ ପ୍ରଦେଶ ମନାଲୀରେ ଏକ ବେଚ୍‌ଲର ପାର୍ଟିରେ ଯୋଗ ଦେଇ ଫେରିଥିଲେ। ଏହାପରେ ଜ୍ୱର ଓ ଚର୍ମରେ ସଂକ୍ରମଣ ହେବାରୁ ତାଙ୍କୁ ତିନି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କ ସାମ୍ପଲକୁ ଶନିବାର ନ୍ୟାସ୍‌ନାଲ ଇନିଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜୀ(NIV) ପୁଣେକୁ ପଠାଯାଇଥିଲା। ଏଠାରେ ପରୀକ୍ଷା କରିବା ପରେ ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପିଟିଆଇ ପକ୍ଷରୁ ଏନେଇ ଖବର ପ୍ରକାଶ ପାଇଛି।

କେମିତି ବ୍ୟାପୁଛି ମଙ୍କିପକ୍ସ ?

ସଂକ୍ରମିତ ପଶୁଙ୍କୁ ଠାରୁ ପ୍ରେତ୍ୟକ୍ଷ ଓ ପରୋକ୍ଷରେ ଏହି ଭୂତାଣୁ ମଣିଷକୁ ବ୍ୟାପୁଛି। ସେହିପରି ସଂକ୍ରମିତ ବ୍ୟକ୍ତିର ସଂସ୍ପର୍ଶରେ ଆସିଲେ ମଧ୍ୟ ଏହି ରୋଗ ବ୍ୟାପୁଥିବାର ଦେଖାଯାଉଛି। ମୁହଁରେ ମୁହଁ ମିଶାଇବା, ସଂକ୍ରମିତ ବ୍ୟକ୍ତିଙ୍କର ଚର୍ମ ଦେହରେ ଲାଗିବା କିମ୍ବା ଶ୍ୱାସକ୍ରିୟାରେ ମଣିଷ ମୁହଁରୁ ଓ ନାକରୁ ବାହାରୁଥିବା ଖୁଦ୍ର ଜଳ ବୁନ୍ଦାରୁ ବି ସଂକ୍ରମଣ ହୋଇପାରେ। ବର୍ତ୍ତମାନ ସୁଧା ୭୫ଟି ଦେଶରେ ୧୬ ହଜାରରୁ ଅଧିକ ରୋଗୀ ଚିହ୍ନଟ ହେଲେଣି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ