ଦେଶ ବିଦେଶ ସ୍ୱାସ୍ଥ୍ୟ

ଦିଲ୍ଲୀରେ ଭୟଙ୍କର ହେଉଛି କରୋନା: ୭୨ ଲକ୍ଷ ରାସନକାର୍ଡଧାରୀଙ୍କୁ ମାଗଣାରେ ୨ ମାସର ରାସନ ଯୋଗାଇବେ ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ କବଳରେ ପୂରା ଦିଲ୍ଲୀ କବଳିତ । କେଉଁଠି ଅକ୍ସିଜେନର ଅଭାବ ତ କେଉଁଠି ଔଷଧ ଓ ମେଡିକାଲ ବେଡର ଅଭାବ । ଏହାରି ଭିତରେ ରାଜ୍ୟ ସରକାରଙ୍କ ପାଖରୁ ଅନେକ କ୍ଷମତା କାଢି ନେଇ ଉପରାଜ୍ୟପାଳଙ୍କ ହାତରେ ଦେଇଛନ୍ତି କେନ୍ଦ୍ର ସରକାର । ହେଲେ ଏବେ ବି ଲୋକଙ୍କ ପାଇଁ କାମ କରିବାକୁ ପ୍ରତିଶ୍ରୁତିବଦ୍ଧ ଦିଲ୍ଲୀ ସରକାର ।

କରୋନା କାଳରେ ଲୋକଙ୍କର ଆର୍ଥିକ ମାନଦଣ୍ଡ ଦୋହଲି ଯାଇଛି । ଏହି ସମୟରେ ଲୋକଙ୍କୁ ସାହାଯ୍ୟର ଆବଶ୍ୟକତା ରହିଛି । ଏହାକୁ ନଜରରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନେକ ସହାୟତା ଯୋଜନା ଘୋଷଣା କରୁଛନ୍ତି। କେନ୍ଦ୍ର ସରକାର ୨ ମାସର ମାଗଣା ରାସନ ଘୋଷଣା କରିଥିବା ବେଳେ ଦିଲ୍ଲୀ ସରକାର ଦିଲ୍ଲୀର ୭୨ ଲକ୍ଷ ରାସନକାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମାଗଣାରେ ୨ ମାସର ରାସନ ଦେବାକୁ ଘୋଷଣା କରିଛନ୍ତି ।

ଏହା ସହ ଦିଲ୍ଲୀରେ ଯେତେ ଅଟୋ ଓ ଟ୍ୟାକ୍ସି ଚାଳକ ଅଛନ୍ତି ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି କେଜ୍ରିୱାଲ କହିଛନ୍ତି । କହିରଖୁ କି ଗତବର୍ଷ ବି ଲକଡାଉନ ସମୟରେ ଦିଲ୍ଲୀ ସରକାର ରାଜ୍ୟର ୧,୫୬, ୦୦୦ ଅଟୋ ଓ ଟ୍ୟାକ୍ସି ଚାଳକଙ୍କୁ ସହାୟତା ମିଳିଥିଲା ।

ଏହି ଘୋଷଣା ବେଳେ କେଜ୍ରିିୱାଲ କହିଛନ୍ତି କି ଦିଲ୍ଲୀରେ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି । ଲକଡାଉନ ଫଳରେ କରୋନା ଚେନ ଭାଙ୍ଗିବ ଓ ସଂକ୍ରମିତଙ୍କ ସଂଖ୍ୟା କମିବ ବୋଲି ସରକାର ଆଶା କରୁଛନ୍ତି । ହେଲେ ଲକଡାଉନ ବେଳେ ସେହି ଲୋକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଯେଉଁମାନଙ୍କ ପରିବାର ଦୈନିକ ରୋଜଗାର ଉପରେ ନିର୍ଭର କରେ । ତେଣୁ ସେମାନଙ୍କ ଦୈନିକ ରୋଜଗାର ଯେତେବେଳେ ବନ୍ଦ ହୋଇଯାଇଛି ସେମାନଙ୍କୁ ସହାୟତା ଯୋଗାଇବା ସରକାରଙ୍କ ଦାୟିତ୍ୱ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ