ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

ଦିଲ୍ଲୀରେ ବଢ଼ିପାରେ କର୍ଫ୍ୟୁ: ମୁଖ୍ୟମନ୍ତ୍ରୀଙ୍କ ପରେ ବିଜେପି ସାଂସଦ ମନୋଜ ତିଓ୍ୱାରୀଙ୍କୁ କରୋନା

ନୂଆଦିଲ୍ଲୀ: ଭାରତରେ କରୋନା ସହିତ ଓମିକ୍ରନ ଭାରିଆଣ୍ଟର ମାମଲା ବଢ଼ିବାରେ ଲାଗିଛି । କରୋନା କବଳକୁ ପୁଣି ଥରେ ଆସିଲେଣି ରାଜନେତା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପରେ କରୋନା ସଂକ୍ରମିତ ହୋଇଛନ୍ତି ବିଜେପି ସାଂସଦ ମନୋଜ ତିଓ୍ୱାରୀ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ମନୋଜ ତିଓ୍ୱାରୀ । ସେ ଲେଖିଛନ୍ତି, ‘ଜାନୁଆରୀ ୨ ତାରିଖ ରାତିରୁ ଅସୁସ୍ଥତା ଅନୁଭବ କରିଥିଲେ । ସାମାନ୍ୟ ଜ୍ୱର ହୋଇଥିଲା । ଏଥିପାଇଁ ଉତ୍ତରାଖଣ୍ଡ-ରୁଦ୍ରପୁର ପ୍ରଚାରରେ ଯାଇ ପାରି ନଥିଲେ । କୋଭିଡ୍ ଟେଷ୍ଟିଂ ପରେ ରିପୋର୍ଟ ପଜିଟିଭ୍ ଆସିଛି ।’

ଏହାରି ମଧ୍ୟରେ ଦିଲ୍ଲୀରେ ବଢ଼ିପାରେ କର୍ଫ୍ୟୁ। କାହିଁକି ନା ଦିଲ୍ଲୀରେ କୋଭିଡ ପଜିଟିଭ୍‌ ହାର ୬.୫%କୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କୋଭିଡ ଓ ଓମିକ୍ରନ ସ୍ଥିତିକୁ ନେଇ ଆଜି ବୈଠକ ବସିବାକୁ ଯାଉଛି । ସଂକ୍ରମଣ ରୋକିବାକୁ DDMA-ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ସଂସ୍ଥା କଟକଣା ବୃଦ୍ଧି କରିପାରେ ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର