ଦେଶ ବିଦେଶ ସ୍ୱାସ୍ଥ୍ୟ

ଦିଲ୍ଲୀରେ ପ୍ରଥମ ‘ଓମିକ୍ରନ୍‌’ ଆକ୍ରାନ୍ତ ଚିହ୍ନଟ, ଭାରତରେ ପଞ୍ଚମ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନାଭାଇରସ୍‌ର ପ୍ରଥମ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ମାମଲା ଚିହ୍ନଟ ହୋଇଥିବା କଥା ଆଜି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦର୍‌ ଜୈନ୍‌ ସୁନିଶ୍ଚିତ କରି କହିଛନ୍ତି। ତାଞ୍ଜାନିଆରୁ ଫେରିଥିବା ଉକ୍ତ ରୋଗୀଙ୍କୁ ଜାତୀୟ ରାଜଧାନୀସ୍ଥିତ ‘ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଛି।

ସ୍ବାସ୍ଥ୍ୟମନ୍ତ୍ରୀ ଜୈନ୍‌ କହିଛନ୍ତି, ଏବେ ସୁଦ୍ଧା କୋଭିଡ୍-୧୯ ପଜିଟିଭ୍‌ ବାହାରିଥିବା ୧୭ଜଣ ବ୍ୟକ୍ତିଙ୍କୁ ‘ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଠାରୁ ସଂଗୃହୀତ ୧୨ଟି ନମୁନାର ‘ଜିନମ୍‌’ କିକ୍ବେନ୍ସିଙ୍ଗ୍‌ କରାଯାଇଛି। ୧୨ଟି ନମୁନାରୁ ଗୋଟିଏ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ବୋଲି ଜଣାପଡ଼ିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଓମିକ୍ରନ୍’ଦ୍ବାରା ପ୍ରଭାବିତ ଦେଶଗୁଡ଼ିକରୁ ଆସୁଥିବା ବିମାନଗୁଡ଼ିକୁ ନିଷେଧ କରାଯିବା ଉଚିତ।

ଏହାକୁ ମିଶାଇ ଭାରତରେ ‘ଓମିକ୍ରନ୍‌’ ସଂକ୍ରମିତଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ଏ ସପ୍ତାହ ପ୍ରାରମ୍ଭରେ କର୍ଣ୍ଣାଟକ, ଗୁଜରାଟ ଏବଂ ମହାରାଷ୍ଟ୍ରରେ ୪ଟି ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ମାମଲା ଚିହ୍ନଟ ହୋଇଥିଲା।

ଦୁବାଇ ଦେଇ ଦକ୍ଷିଣ ଆଫ୍ରିକାର କେପ୍‌ ଟାଉନ୍‌ରୁ ଆସିଥିବା ଜଣେ ଟିକା ନ ନେଇଥିବା ଡୋମ୍ବିଭ୍‌ଲି ବାସିନ୍ଦାଙ୍କ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ଦ୍ବାରା ଆକ୍ରାନ୍ତ ବୋଲି ଶନିବାର ଦିନ ଜଣାପଡ଼ିଥିଲା। ଏହା ହେଉଛି ମହାରାଷ୍ଟ୍ରର ପ୍ରଥମ ଏବଂ ଭାରତରେ ଚତୁର୍ଥ ସୁନିଶ୍ଚିତ ‘ଓମିକ୍ରନ୍‌’ ମାମଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ