ରାଜ୍ୟ ସ୍ପେଶାଲ ରିପୋର୍ଟ

ଦିଲ୍ଲୀରେ ପ୍ରତାପ ଷଡ଼ଙ୍ଗୀଙ୍କ ମାଟିଘର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବାଲେଶ୍ବର : ଦିଲ୍ଲୀସ୍ଥିତ ନିଜ ସରକାରୀ କ୍ବାର୍ଟର ପରିସରରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଜ ଖର୍ଚ୍ଚରେ ତିଆରି କରାଇଛନ୍ତି ପରିବେଶ ଅନୁକୂଳ ଏକ ମାଟିଘର। ଯାହାଫଳରେ ନିଆରା ଜୀବନଶୈଳୀ ପାଇଁ ଚର୍ଚ୍ଚାରେ ରହୁଥିବା ଶ୍ରୀ ଷଡ଼ଙ୍ଗୀ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି।

ତିଆରି ହୋଇଥିବା ଉକ୍ତ ଘର ଭିତରେ ପାଇଖାନା ଓ ଗାଧୁଆଘର ସଂଲଗ୍ନ ଥିବା ଦୁଇଟି ଶୟନକକ୍ଷ ଏବଂ ଦୁଇଟି ବୈଠକ ଗୃହ ଅଛି। ଶୟନକକ୍ଷ ଏବଂ ବୈଠକ ଗୃହରେ ବସିବା ଓ ଶୋଇବା ପାଇଁ ମାଟିର ପିଣ୍ଡା ତଥା ଖଟ ନିର୍ମାଣ କରାଯାଇଛି। ଘରକୁ ଅଧିକ ଆକର୍ଷଣୀୟ କରିବା ପାଇଁ କାନ୍ଥରେ ଦେବଦେବୀ, ଗଛଲତା, ଯୋଗମୁଦ୍ରା, ଫଳପୁଷ୍ପ ଆଦି ବିଭିନ୍ନ ପ୍ରକାର ପାରମ୍ପରିକ କାରୁକାର୍ଯ୍ୟ କରାଯାଇଛି। ମାଟିଘର ପାଇଁ ଆବଶ୍ୟକ କଞ୍ଚାମାଲ୍‌ ଦିଲ୍ଲୀରେ ମିଳୁ ନଥିବାରୁ ପଡ଼ୋଶୀ ରାଜ୍ୟ ହରିଆଣାରୁ ଅଣାଯାଇଛି। ମାଟି, ଗୋବର, ଗୋମୂତ୍ର, ନିମ୍ବପତ୍ର, ବାଲି, ଗୁଡ଼, ହରଡ଼ରସ ଆଦିର ମିଶ୍ରଣରେ ଘରର ଚଟାଣ ଓ କାନ୍ଥ ତିଆରି ହୋଇଥିବା ବେଳେ ଛପର ପାଇଁ କାଠ, ବାଉଁଶ ଓ ନଡ଼ା ବ୍ୟବହାର କରାଯାଇଛି। କିଛିଦିନ ହେବ କାମ ସମ୍ପୂର୍ଣ୍ଣ ହୋଇଛି। ଘରଟିକୁ ଦେଖିବା ପାଇଁ ପ୍ରତିଦିନ ବିଭିନ୍ନ ବର୍ଗର ଲୋକ ଭିଡ଼ ଜମାଉଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ଏହ‌ି ଘରେ ଶ୍ରୀ ଷଡ଼ଙ୍ଗୀ ନିଜର ସବୁଠୁ ପ୍ରିୟ ସାଇକେଲ୍‌ଟିକୁ ରଖିଥିବା ମଧ୍ୟ ଦେଖିବାକୁ ମିଳିଛି। ଯାହା ଆକର୍ଷଣର ଅନ୍ୟ ଏକ କେନ୍ଦ୍ର ପାଲଟିଛି।

ଉଲ୍ଲେଖ‌ଯୋଗ୍ୟ ଯେ ଦିଲ୍ଲୀରେ ଶ୍ରୀ ଷଡ଼ଙ୍ଗୀଙ୍କୁ ଯେଉଁ ସରକାରୀ କ୍ୱାର୍ଟର ମିଳିଛି, ସେଥିରେ କେବଳ ତାଙ୍କର ରହିବା ପାଇଁ ସୁବିଧା ଅଛି। ଓଡ଼ିଶା ତଥା ନିଜ ସଂସଦୀୟ କ୍ଷେତ୍ରର କେହି ତାଙ୍କୁ ଭେଟିବାକୁ ଗଲେ, ସେମାନଙ୍କ ରହିବା ପାଇଁ ଅନ୍ୟଆଡ଼େ ବ୍ୟବସ୍ଥା କରିବାକୁ ପଡ଼ୁଛି। ଏପରି ସମୟରେ ଶ୍ରୀ ଷଡ଼ଙ୍ଗୀ ତାଙ୍କ ସରକାରୀ କ୍ୱାର୍ଟର ପରିସରରେ ଅନ୍ୟ ଏକ ଘର ତିଆରି କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଥିଲେ। ହେଲେ, ତାଙ୍କୁ ସରକାରଙ୍କ ଅନୁମତି ଆଣିବା ଓ ଆନୁସଙ୍ଗି ପଦ୍ଧତି ଅନୁପାଳନ କରିବା ପାଇଁ କୁହାଗଲା। ‌ତାହା ସମୟସାପେକ୍ଷ ହୋଇଥିବାରୁ କ୍ୱାର୍ଟର ପରିସରରେ ଏକ ମାଟିଘର କରିବା ପାଇଁ ଶ୍ରୀ ଷଡ଼ଙ୍ଗୀ ମନସ୍ଥ କଲେ। ଏଥିପାଇଁ ସହରାଞ୍ଚଳରେ କମ୍‌ଖର୍ଚ୍ଚରେ ମାଟିଘର ନିର୍ମାଣ ଏବଂ ଏନେଇ ସଚେତନତା ସୃଷ୍ଟି କରୁଥିବା ହିମାଚଳ ପ୍ରଦେଶର ଜଣେ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରାଯାଇଥିଲା। ସଂପୃକ୍ତ ବ୍ୟକ୍ତି ଓ ତାଙ୍କ ଟିମ୍‌ ୬ ମାସ କାମ କରି ଘର ତିଆରି କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।