ଅପରାଧ ଦେଶ ବିଦେଶ

ଦିଲ୍ଲୀରେ ପୁଣି ଚାଲିଲା ବୁଲ୍ ଡୋଜର, ଭାଙ୍ଗିଲା ୫୫ ବେଆଇନ ଫାର୍ମହାଉସ୍

ନୂଆଦିଲ୍ଲୀ ୦୨/୦୬: ଦିଲ୍ଲୀରେ ପୁଣି ଚାଲିଲା ବୁଲଡୋଜର୍ । ଯମୁନା ଓ ହିଣ୍ଡନ ନଦୀ ଅଞ୍ଚଳରେ ବେଆଇନ ଜବରଦଖଲ କରି ନିର୍ମାଣ ହୋଇଥିବା ଫାର୍ମ ହାଉସ ଉପରେ ବୁଲଡୋଜର ଚାଲିଛି । ଏହା ନୋଏଡା ପ୍ରାଧିକରଣ ଓ୍ୱାର୍କ ସର୍କଲ-୧୦ର ସବୁଠାରୁ ବଡ କାର୍ଯ୍ୟାନୁଷ୍ଠାନ ଅଟେ । ଭୂଲେଖ ଓ ଜଳ ସେଚନ ବିଭାଗ ମିଳିତ ଭାବେ ଜବରଦଖଲ ହଟାଇଛନ୍ତି । ସେମାନେ ତିଲବାଡା ଗ୍ରାମର ୫୫ ଓ ଗୁଲାବଲୀ ଗ୍ରାମରେ ଥିବା ୭ଟି ଫାର୍ମ ହାଉସକୁ ଭାଙ୍ଗିଛନ୍ତି । ଏହାସହ ୧ ଲକ୍ଷ ୪୫ ହଜାର ବର୍ଗ ମିଟରର ଜମିକୁ ଜବରଦଖଲ ମୁକ୍ତ କରିଛନ୍ତି । ଜବରଦଖଲ ମୁକ୍ତ ହୋଇଥିବା ଜମିର ଦାମ୍ ପ୍ରାୟ ୫୫ କୋଟି ହେବ ବୋଲି ଜଣାପଡିଛି ।

ଏହାସହ ଜବରଦଖଲକାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାକୁ ନେଇ ନୋଏଡା ସିଇଓ ରିତୁ ମହେଶ୍ୱରୀ କହିଛନ୍ତି ଯେ, ଏହି ଅଭିଯାନ ଲଗାତର ଜାରି ରହିବ । ଭୂମାଫିଆଙ୍କୁ ଛଡାଯିବ ନାହିଁ ।

ସେହିପରି ଓଏସଡି ପ୍ରମୁଖ ପ୍ରସୂନ ଦ୍ୱିବେଦୀ କହିଛନ୍ତି ଯେ, ବୁଧବାର ସକାଳ ୯ଟାରେ ୧୫୦ରୁ ଅଧିକ କର୍ମଚାରୀ ଓ ଅଧିକାରୀ ୯ ଜେସିବି ଓ ୮ ଡମ୍ପର ସହ ଜବରଦଖଲ ମୁକ୍ତ କରିବାକୁ ପହଁଚିଥିଲେ । ଯମୁନାନଦୀ କୂଳରେ ଥିବା ୫୫ଟି ବେଆଇନ ଫାର୍ମ ହାଉସକୁ ଉଚ୍ଛେଦ କରାଯାଇଛି । ଦୀର୍ଘ ୪ ଘଣ୍ଟା ଧରି ଏହି କାର୍ଯ୍ୟାନୁଷ୍ଠାନ ଚାଲିଥିଲା ।

କେବଳ ଏତିକିରେ କାର୍ଯ୍ୟାନୁଷ୍ଠାନ ବନ୍ଦ ହୋଇନଥିଲା । ଗୁଲାବଲୀ ଗ୍ରାମ ନିକଟରେ ଥିବା ୭ଟି ଫାର୍ମହାଉସକୁ ମଧ୍ୟ ଉଚ୍ଛେଦ କରାଯାଇଥିଲା । ଯାହା ୨୫ ହଜାର ବର୍ଗ କିମି ଧରି ପରିବ୍ୟାପ୍ତ ଥିଲା । ଏହାଦ୍ୱାରା ପ୍ରାୟ ୧ ଲକ୍ଷ ୪୫ ହଜାର ବର୍ଗ ମିଟରର ଜମି ଜବରଦଖଲ ମୁକ୍ତ ହୋଇଛି ବୋଲି ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ