ମନୋରଞ୍ଜନ

ଦିଲ୍ଲୀରେ ପହଞ୍ଚିଲା ରବିନା ପଠାଇଥିବା ଅକ୍ସିଜେନ୍ ସିଲିଣ୍ଡର : ଫ୍ୟାନ କହିଲେ ରିଅଲ ଲାଇଫ ହିରୋଇନ୍

ନୂଆଦିଲ୍ଲୀ ୮/୫ : କରୋନା କାଳରେ ଅସହାୟଙ୍କୁ ପାଇଁ ଦେବଦୂତ ପାଲଟିଯାଇଛନ୍ତି ଅଭିନେତା, ଅଭିନେତ୍ରୀ । ବି-ଟାଉନର ନାମୀଦାମୀ କଳାକାର ଏବେ ଲୋକଙ୍କୁ ସହାୟତା ଦେଉଛନ୍ତି । ଏହି କାମରେ ଯୋଡି ହୋଇଛି ଆଉ ଜଣେ ଅଭିନେତ୍ରୀଙ୍କ ନାଁ । ବଲିଉଡର ମସ୍ତ ମସ୍ତ ଗାର୍ଲ ରବିନା ଏବେ ଦିଲ୍ଲୀବାସୀଙ୍କ ପାଇଁ ରିଅଲ ହିରୋଇନ୍ ପାଲଟିଯାଇଛନ୍ତି । ସାରଦେଶେର ଅକ୍ସିଜେନ୍ ସଂକଟ ନେଇ ହାହାକାର ପଡିଥିବା ବେଳେ ରବିନା ଟଣ୍ଡନ ଏହି ଦୁଃଖ ଦେଖିନପାରି ସହଯୋଗ କରିବାତକୁ ନିଷ୍ପତ୍ତି ନେଇଥିଲେ ।

ଦିଲ୍ଲୀକୁ ପଠାଇଛନ୍ତି ଅକ୍ସିଜେନ୍ ସିଲିଣ୍ଡର । ରବିନା ନିଜ ଇନଷ୍ଟାରେ ଟ୍ୱିଟ୍ କରି ଏକଥା କହିଛନ୍ତି ଯେ, ଦିଲ୍ଲୀ ଅଭିମୁଖେ ଗୋଟିଏ ଟିମ୍ ଯାଉଛି । ଗଭୀର ସମୁଦ୍ରରୁ ମୁଁ ଦେଇଥିବା ଗୋଟିଏ ବୁନ୍ଦା ବି ଆପଣଙ୍କ କାମରେ ଆସିବି । ସେପଟେ ରବିନାଙ୍କ ଏହି ସାହାଯ୍ୟ ପରେ ଫ୍ୟାନ୍ସ ମହଲରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।

ସେମାନେ କହିଜଣେ ଫ୍ୟାନ୍ସ କହିଛନ୍ତି ହିରୋଇନ ପର୍ଦାଦରେ ଲୋକେ ଦେଖିଥାନ୍ତି । କିନ୍ତୁ ଆପଣ ତ ରିଅଲ ଲାଇଫ ହିରୋଇନ ବନିଗଲେ ଆମପାଇଁ । ଆଉ ଜଣେ କହିଛନ୍ତି ଆପଣ ବହୁତ ମହାନ ଲୋକଙ୍କ ସମସ୍ୟା ସମୟରେ ସାହାଯ୍ୟ କରିଥିବାରୁ । ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ