ଅପରାଧ ଦେଶ ବିଦେଶ

ଦିଲ୍ଲୀରେ ଡବଲ ମର୍ଡର: ପତ୍ନୀ ଓ ବନ୍ଧୁଙ୍କୁ ହତ୍ୟା

ନୂଆଦିଲ୍ଲୀ : ଅନୈତିକ ସମ୍ପର୍କରେ ଲିପ୍ତ ଥିବା ସନ୍ଦେହ କରି ଜଣେ ବ୍ୟକ୍ତି ନିଜ ପତ୍ନୀ ଓ ତାଙ୍କ ବନ୍ଧୁଙ୍କୁ ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୁକ୍ତକୁ ଦିଲ୍ଲୀ ପୁଲିସ ଗିରଫ କରିଛି। ପୁଲିସର ସୂଚନାନୁସାରେ, ହତ୍ୟାକାଣ୍ଡର ମାତ୍ର ୬ ଘଣ୍ଟା ମଧ୍ୟରେ ଏହାର ରହସ୍ୟ ଉନ୍ମୋଚିତ ହୋଇଛି।

ଡିସେମ୍ବର ୩୦ରେ ପୁଲିସକୁ ସୂଚନା ମିଳିଥିଲା ​​ଯେ ଜଣେ ୩୦ ବର୍ଷୀୟା ମହିଳା ଏବଂ ଜଣେ ପୁରୁଷ ଗୁରୁତର ଆହତ ହୋଇ ଅରବିନ୍ଦ ମାର୍ଗର ଦୁଇ ନମ୍ବର ସଫଦରଜଙ୍ଗ ହସ୍ପିଟାଲ ଫାଟକ ନିକଟସ୍ଥ ଫୁଟପାଥରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଚିକିତ୍ସା ସମୟରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପାଞ୍ଚଟି ପୁଲିସ ଟିମ୍ ଗଠନ କରାଯାଇଥିଲା।

ଅନୁସନ୍ଧାନ ବେଳେ ଜଣାପଡିଥିଲା ​​ଯେ ମୃତ ମହିଳା ଦେଢ଼ବର୍ଷ ପୂର୍ବେ ଗନ୍ଧର୍ବ ଓରଫ ସନ୍ନିଙ୍କୁ ବିବାହ କରିଥିଲେ। ବିବାହ ପରେ ସେମାନେ ନଏଡାରେ ଏକାଠି ରହି ଏକ ହସ୍ପିଟାଲରେ କାମ କରୁଥିଲେ। ସନ୍ନିଙ୍କ ପିଲାଦିନର ବନ୍ଧୁ ସାଗର ସହ ମହିଳାଙ୍କ ବନ୍ଧୁତା ହୋଇଥିଲା। ଉଭୟେ ଅନୈତିକ ସମ୍ପର୍କରେ ଲିପ୍ତ ଥିବା ଜାଣିବା ପରେ ଗନ୍ଧର୍ବ ଦୁଇଜଣଙ୍କୁ ହାଣି ଦେଇଥିଲା ବୋଲି ପୁଲିସ ଆଗରେ ସ୍ବୀକାର କରିଛି। ପୁଲିସ ଗନ୍ଧର୍ବକୁ ଗିରଫ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ