ଦେଶ ବିଦେଶ ସ୍ୱାସ୍ଥ୍ୟ

ଦିଲ୍ଲୀରେ ଆଉ ୧୦ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଆଉ ୧୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ନୂଆ ସଂକ୍ରମିତଙ୍କ ମିଶାଇ ଦିଲ୍ଲୀରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି । ଦେଶରେ ଏହି ସଂଖ୍ୟା ୯୭କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୩୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମହାରାଷ୍ଟ୍ର ପଛକୁ ଅଛି ରାଜସ୍ଥାନ । ରାଜସ୍ଥାନରେ ୧୭ଟି ଓମିକ୍ରନ ମାମଲା ଠାବ ହୋଇଛି । କେରଳରେ ୫, ଗୁଜରାଟରେ ୫, କର୍ଣ୍ଣାଟକ ୮, ତେଲେଙ୍ଗାନା ୬ ଏବଂ ପଶ୍ଚିମବଙ୍ଗ ୧, ତାମିଲନାଡୁ ୧, ଆନ୍ଧ୍ରପ୍ରଦେଶ ୧ ଏବଂ ଚଣ୍ଡିଗଡରେ ଓମିକ୍ରନ ଆକ୍ରାନ୍ତ ମାମଲା ଠାବ ହୋଇଛି । ଦେଶରେ ଗୁରୁବାର ମୋଟ୍ ୯ଟି ଓମିକ୍ରନ ମାମଲା ଚିହ୍ନଟ ହୋଇଥିଲା । ଏହା ମଧ୍ୟରୁ ତେଲେଙ୍ଗାନାରୁ ୪ ଏବଂ କର୍ଣ୍ଣାଟକରୁ ୫ଟି ନୂଆ ଓମିକ୍ରନ ମାମଲା ଚିହ୍ନଟ ହୋଇଥିଲା ।

ଏହି ନୂଆ ମାମଲା ଗୁଡିକୁ ମିଶାଇ ତେଲେଙ୍ଗାନାରେ ୬ଟି, କର୍ଣ୍ଣାଟକରେ ୮ଟି ଓମିକ୍ରନ ମାମଲା ଚିହ୍ନଟ ହେବା ଚିନ୍ତା ବଢାଇ ଦେଇଛି । କର୍ଣ୍ଣାଟକରୁ ଚିହ୍ନଟ ୫ ମାମଲା ମଧ୍ୟରୁ ୩ ଜଣ ବିଦେଶରୁ ଫେରିଛନ୍ତି । ୨ ଜଣ ଦିଲ୍ଲୀରୁ ବେଙ୍ଗାଲୁରୁ ଆସିଥିଲେ ।

ବିଦେଶରୁ ଫେରିଥିବା ୩ ଜଣଙ୍କ ବୟସ ୧୯, ୫୨ ଏବଂ ୩୩ ବର୍ଷ ହେବ । ମହାରାଷ୍ଟ୍ରରେ ୩୨ଟି ଓମିକ୍ରନ ଚିହ୍ନଟ ହେବା ପରେ ମହାରାଷ୍ଟ୍ର ସରକାର ଏହାକୁ ନେଇ ଶକ୍ତ କଟକଣା ଲାଗୁ କରିଦେଲେଣି । ଏଥର ନୂଆବର୍ଷ ସମୟରେ କୌଣସି ବଡ ଧରଣର ପର୍ବ କିମ୍ବା କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି କଟକଣା ଜାରି କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ