ଖେଳ

ଦିଲ୍ଲୀକୁ ୧ ରନ୍‌ରେ ହରାଇଲା ବାଙ୍ଗାଲୋର୍‌,

ଅହମଦାବାଦ: ଆଇପିଏଲ୍‌ର ଏକ ରୋମାଞ୍ଚକ ମ୍ୟାଚ୍‌ରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସକୁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ୧ ରନ୍‌ରେ ପରାସ୍ତ କରିଛି। ଏଥି ସହ ବିରାଟ କୋହଲିଙ୍କ ଦଳ ଷଷ୍ଠ ମ୍ୟାଚ୍‌ରୁ ପଞ୍ଚମ ବିଜୟ ସହ ପୁଣି ପଏଣ୍ଟ ଟେବୁଲ୍ ଶୀର୍ଷକୁ ଉଠିଛି। ଦିଲ୍ଲୀ ଷଷ୍ଠ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରିଛି। ଏବି ଡି’ଭିଲିୟର୍ସଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ୧୭୧ ରନ୍‌ କରିଥିବା ବାଙ୍ଗାଲୋର୍‌ ମହମ୍ମଦ ସିରାଜଙ୍କ ୟର୍କର ଭରା ଶେଷ ଓଭର କାରଣରୁ ଦିଲ୍ଲୀକୁ ୧୭୦ ରନ୍‌ରେ ରୋକି ଦେଇଥିଲା। ଶେଷ ଓଭରରୁ ୧୪ ରନ୍‌ ଆବଶ୍ୟକ ପଡ଼ିଥିବାବେଳେ ପନ୍ତ୍‌ କେବଳ ଶେଷ ଦୁଇ ବଲକୁ ଚୌକା ମାରିପାରିଥିଲେ। ପନ୍ତ୍‌ (୫୮*, ୪୮ ବଲ୍‌) ଏବଂ ସିମ୍ରନ୍ ହେଟମେୟର୍ (୫୩*, ୨୫ ବଲ୍)ଙ୍କ ବଢ଼ିଆ ପାଳି ଓ ୭୮ ରନ୍‌ ଭାଗୀଦାରି ବେକାର ଯାଇଥିଲା। ଡି’ଭିଲିୟର୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ରନ୍‌ ଝଡ଼ ପରେ ଧୂଳିଝଡ଼
ପଡିଆ ବଦଳିଥିଲେ ବି ଏବି ଡି’ଭିଲିୟର୍ସଙ୍କ ପ୍ରଦର୍ଶନ ପ୍ରଭାବିତ ହୋଇନାହିଁ। ମୁମ୍ବାଇରେ ଶେଷ ମ୍ୟାଚ୍‌ ଖେଳି ଅହମଦାବାଦ ପହଞ୍ଚିଥିବା ବାଙ୍ଗାଲୋର୍‌କୁ ବଡ଼ ସ୍କୋର୍‌ ଦେବାରେ ପୁଣି ଏବିଡିଙ୍କ ମୁଖ୍ୟ ଯୋଗଦାନ ରହିଛି। ଏହି ଦକ୍ଷିଣ ଆଫ୍ରିକୀୟ ଅବସରପ୍ରାପ୍ତ କ୍ରିକେଟର୍‌ ମଙ୍ଗଳବାର ୪୨ ବଲରୁ ୭୫ ରନ୍‌ କରିବାରୁ ଆର୍‌ସିବି ୧୭୧ ରନ୍‌ର ଲଢ଼ୁଆ ସ୍କୋର୍‌ ଛିଡ଼ା କରି ନେଇଥିଲା। ଏବିଡି ୩୫ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ଥିଲା ତାଙ୍କ ୪୦ତମ ଆଇପିଏଲ୍‌ ଅର୍ଦ୍ଧଶତକ ଏବଂ ଚଳିତ ବର୍ଷର ଦ୍ବିତୀୟ। ୨୦ତମ ଓଭରରେ ନିଜ ପ୍ରଥମ ଓଭର ବୋଲିଂ କରିଥିବା ମାର୍କସ ଷ୍ଟୋଇନିସ୍‌ଙ୍କୁ ୩ ଛକା ସହ ୨୩ ରନ୍‌ ଆଦାୟ କରିଥିଲେ। ତାଙ୍କ ୪୨ ବଲ୍‌ ୭୫* ରନ୍ ପାଳିରେ ୩ ଚୌକା ଓ ୫ ଛକା ସାମିଲ ଥିଲା। ପ୍ରଥମରୁ ବିରାଟ କୋହଲି (୧୨, ୧୧ ବଲ୍‌), ଦେବଦତ୍ତ ପଡିକଲ୍ (୧୭, ୧୪ ବଲ୍‌) ବିଫଳ ହେବା ପରେ ରଜତ ପଟିଦାର (୩୧, ୨୨ ବଲ) ଏବଂ ଗ୍ଲେନ ମ୍ୟାକ୍ସୱେଲ୍ (୨୫, ୨୦ ବଲ) ମଧ୍ୟକ୍ରମ ସମ୍ଭାଳିଥିଲେ। କିନ୍ତୁ ୱାସିଂଟନ୍ ସୁନ୍ଦର (୬, ୯ ବଲ୍)ଙ୍କ ବିଫଳତା ସହିତ ଆର୍‌ସିବି ସୁଯୋଗ ହାତଛଡ଼ା କରିବା ଭଳି ପରିସ୍ଥିତି ଉପୁଜିଥିଲା। ଋଷଭ ପନ୍ତ୍‌ ଭୁଲ ଗଣନା କାରଣରୁ ଶେଷ ଓଭର ବୋଲିଂ ପାଇଁ ଅମିତ ମିଶ୍ର ବଳିପଡ଼ିଥିଲେ। ତାଙ୍କ ବଦଳରେ ମଧ୍ୟମଗତି ବୋଲର ଷ୍ଟୋଇନିସ୍‌ଙ୍କୁ ଲଗାଇବାର ଭୁଲରୁ ଡି’ଭିଲିୟର୍ସ ସମ୍ପୂର୍ଣ୍ଣ ଫାଇଦା ଉଠାଇଥିଲେ। ପ୍ରଥମ ମ୍ୟାଚ୍‌ ଖେଳିଥିବା ଈଶାନ୍ତ ଶର୍ମା (୪-୧-୨୬-୧)ଙ୍କ ସହ ଅଭେସ ଖାନ୍‌ (୪-୦-୨୪-୧) ଭଲ ବୋଲିଂ କରିଥିଲେ। ଡି’ଭିଲିୟର୍ସଙ୍କ ଶେଷ ଓଭର ରନ୍‌ ବର୍ଷା ପରେ ମୋଟେରାରେ ଧୁଳି ଝଡ଼ କାରଣରୁ ଦିଲ୍ଲୀ ପାଳି ଆରମ୍ଭରେ ବିଳମ୍ବ ହୋଇଥିଲା।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ