ମନୋରଞ୍ଜନ

ଦିବଙ୍ଗତ ଅଭିନେତା ଦିଲ୍ଲୀପ କୁମାରଙ୍କ ପତ୍ନୀ ସାଇରା ବାନୁ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବିଗିଡ଼ିଲା ଦିବଙ୍ଗତ ବଲିଉଡ ଅଭିନେତା ଦିଲୀପ କୁମାରଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ସାଇରା ବାନୁଙ୍କ ସ୍ୱାସ୍ଥ୍ୟାବସ୍ଥା | ଏବେ ସେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମେଡିକାଲରେ ଭର୍ତ୍ତି ହେବା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ ଗତ କିଛି ଦିନ ଧରି ତାଙ୍କର ରକ୍ତଚାପ ସମ୍ବନ୍ଧୀୟ ସମସ୍ୟା ଥିଲା |

ଚିକିତ୍ସା ସମୟରେ ତାଙ୍କୁ ଆଜି ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଛି | ସାଇରା ବାନୁଙ୍କୁ ୭୭ ବର୍ଷ ହୋଇଥିବାବେଳେ ଚିକିତ୍ସା ପରେ ବର୍ତ୍ତମାନ ସେ ଧୀରେ ଧୀରେ ସୁସ୍ଥ ହେଉଥିବାର ହସ୍ପିଟାଲ ପକ୍ଷରୁ କୁହାଯାଇଛି । ତେବେ ଏପର୍ଯ୍ୟନ୍ତ ତାଙ୍କ ପରିବାର ପକ୍ଷରୁ ଏ ବାବଦରେ କୌଣସି ବିବୃତି ଆସିନାହିଁ।

ସୂଚନା ଥାଉ କି ଯେ ଗତ ଜୁଲାଇ ୭ରେ ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ତାଙ୍କ ସ୍ୱାମୀ ଦିଲୀପ କୁମାରଙ୍କର ୯୮ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ଏହା ପରଠାରୁ ସାଇରା ବାନୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା |

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ