କଳା ଓ ସଂସ୍କୃତି

ଦିପାବଳୀ ପୂର୍ବରୁ ଘରୁ ହଟାଇ ଦିଅନ୍ତୁ ଏହି ୮ଟି ଜିନିଷ : ନଚେତ୍ ପଡ଼ିବେ ଅସୁବିଧାରେ

ନଭେମ୍ବର ୧୪ତାରିଖ ଶନିବାର ଦିପାବଳୀ ପର୍ବ ପାଳନ କରାଯିବ। କୁହାଯାଏ ଯେ ଦିପାବଳୀରେ ମାଆ ଲକ୍ଷ୍ମୀ ଘରେ ପ୍ରବେଶ କରନ୍ତି। ଏହି ଦିନ ଘରେ ଦୀପ ଜଳାଯାଇଥାଏ ଯାହା ଦ୍ବାରା ମା ଲକ୍ଷ୍ମୀଙ୍କ କୃପା ବଜାୟ ରହିଥାଏ। ଏହି ଦିନ ଘରେ ଅନେକ ଜିନିଷ ରହିବା ଅଶୁଭ ହୋଇଥାଏ। କୁହାଯାଇଥାଏ ଯେ ଯେଉଁମାନଙ୍କ ଘରେ ଏହି ଜିନିଷ ହୋଇଥାଏ ତାଙ୍କ ଘରେ ମା ଲକ୍ଷ୍ମୀଙ୍କ କୃପା ହୋଇନଥାଏ। ଆସନ୍ତୁ ଜାଣିବା ଏହି ଜିନିଷ ଗୁଡ଼ିକ ବିଷୟରେ ଯେଉଁଗୁଡ଼ିକ ଦିପାବଳୀ ପୂର୍ବରୁ ନିଜ ଘରୁ ହଟାଇ ଦେବା ଉଚିତ୍।

୧.ଭଙ୍ଗା କାଚ : ଯଦି ଆପଣଙ୍କ ଘରର କୌଣସି କୋଣରେ ଭଙ୍ଗା କାଚ ରଖାଯାଇଛି କିମ୍ବା ଆପଣଙ୍କ ଝରକାର କାଚ ଭାଙ୍ଗି ଯାଇଛି ତେବେ ଏହାକୁ ତୁରନ୍ତ ଘରୁ ବାହାର କରି ଦିଅନ୍ତୁ ଏବଂ ଏହା ପରିବର୍ତେ ନୂଆ କାଚ ଲଗାନ୍ତୁ। ଘରେ ଭଙ୍ଗା କାଚ ରଖିବା ଅଶୁଭ ହୋଇଥାଏ। ଭଙ୍ଗା କାଚ ଘରେ ନକରାତ୍ମକ ଶକ୍ତି ବଢ଼ାଇଥାଏ।


୨. ଦିପାବଳୀ ପୂର୍ବରୁ ବିଦ୍ୟୁତ୍ ଉପକରଣ ଠିକ୍ କରାନ୍ତୁ : ଯଦି ଆପଣଙ୍କ ଘରର ଲାଇଟ୍ ଖରାପ ରହିଛି ତେବେ ଦିପାବଳୀ ପୂର୍ବରୁ ଏହାକୁ ଠିକ୍ କରାନ୍ତୁ। ଦିପାବଳୀରେ ଅନ୍ଧାର ଅଶୁଭର ପ୍ରତୀକ ହୋଇଥାଏ ଏବଂ ସ୍ବାସ୍ଥ୍ୟ ଉପରେ ଏହା କୁପ୍ରଭାବ ପକାଇଥାଏ।


୩. ଭଙ୍ଗା ମୂର୍ତ୍ତି ହଟାନ୍ତୁ : ଘରେ କେବେ ବି ଭଙ୍ଗା ମୂର୍ତ୍ତି ରଖନ୍ତୁ ନାହିଁ। ଏପରି ମୂର୍ତ୍ତି ଘରର ଦୁର୍ଭାଗ୍ୟ ବଢ଼ାଇବାର କାମ କରିଥାଏ। ଦିପାବଳୀ ପୂର୍ବରୁ ନିଜ ଘରୁ ଭଙ୍ଗା ମୂର୍ତ୍ତି ବାହାର କରି ଦିଅନ୍ତୁ।


୪. ଭଙ୍ଗା ଫର୍ଣ୍ଣିଚର : ବାସ୍ତୁଶାସ୍ତ୍ର ଅନୁସାରେ,ଘରେ ଭଙ୍ଗା ଫର୍ଣ୍ଣିଚର ରଖିବା ଅଶୁଭ ହୋଇଥାଏ। ଘରର ଫର୍ଣ୍ଣିଚର ସବୁବେଳେ ଉଚିତ୍ ସ୍ଥିତିରେ ରଖିବା ଉଚିତ୍। ବାସ୍ତୁ ଅନୁସାରେ ଖରାପ ଫର୍ଣ୍ଣିଚର ଘର ଉପରେ କୁପ୍ରଭାବ ପକାଇଥାଏ।


୫. ଅଟକି ଯାଇଥିବା ଘଣ୍ଟା : ବାସ୍ତୁ ଅନୁସାରେ ଘଣ୍ଟାକୁ ପ୍ରଗତିର ପ୍ରତୀକ ବୋଲି କୁହାଯାଇଥାଏ। ଯଦି ଆପଣଙ୍କ ଘରେ କୌଣସି ଭଙ୍ଗା କିମ୍ବା ଅଟକିଯାଇଥିବା ଘଣ୍ଟା ରହିଛି ତେବେ ଏହାକୁ ଦିପାବଳୀ ପୂର୍ବରୁ ଘରୁ ହଟାଇ ଦିଅନ୍ତୁ।


୬. ଛାତ ସଫା କରନ୍ତୁ : ଦିପାବଳୀ ପୂର୍ବରୁ ଲୋକେ ଘର ତ ପରିଷ୍କାର କରନ୍ତି କିନ୍ତୁ ଅଧିକାଂଶ ସମୟରେ ଘରର ଛାତକୁ ନଜରଅନ୍ଦାଜ କରନ୍ତି। ଦିପାବଳୀ ପୂର୍ବରୁ ଘରର ଛାତକୁ ମଧ୍ୟ ସଫା କରନ୍ତୁ ଏବଂ ଏଠାରେ ପଡ଼ିଥିବା ମଇଳା ଏବଂ ଅଦରକାରୀ ଜିନିଷ ହଟାଇ ଦିଅନ୍ତୁ।


୭.ଫଟା ଜୋତା-ଚପଲ : ଦିପାବଳୀ ପୂର୍ବରୁ ଘର ସଫା କରୁଥିବାବେଳେ ନିଜ ପୁରୁଣା ଏବଂ ଫଟା ଜୋତା–ଚପଲକୁ ବାହାର କରିବାକୁ ଭୁଲନ୍ତୁ ନାହିଁ। ଫଟା ଜୋତା ଏବଂ ଚପଲ ଘରେ ନକରାତ୍ମକତା ଏବଂ ଦୁର୍ଭାଗ୍ୟ ଆଣିଥାଏ।

୮. ଭଙ୍ଗା ବାସନ : ଘରେ କେବେ ବି ଭଙ୍ଗା ବାସନ ରଖନ୍ତୁ ନାହିଁ। ଏଥର ଦିପାବଳୀରେ ନିଜ ଘରୁ ଭଙ୍ଗା ବାସନ ବାହାର କରି ଦିଅନ୍ତୁ। ଭଙ୍ଗା ବାସନ ଘରେ ରଖିବା ଅଶୁଭ ହୋଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,