ଅପରାଧ ରାଜ୍ୟ

ଦିନ ଦ୍ୱିପ୍ରହରରେ ମାତିଲେ ଦୁର୍ବୃତ୍ତ, ଘରେ କେହି ନଥିବାର ସୁଯୋଗ ନେଇ ବୁଲାଇଲେ କଳାକନା

କେନ୍ଦୁଝର ୧୭/୧୧: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା କେନ୍ଦୁଆପଡା ଗାଁର ସଞ୍ଜୟ ନାଏକଙ୍କ ଘରେ ଗତକାଲି ଦିନ ଦ୍ୱି-ପ୍ରହରରେ କଳାକନା ବୁଲାଇଛନ୍ତି ଚୋର । ପାଖାପାଖି ୭ ରୁ ୧୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ସଞ୍ଜୟ ନାଏକଙ୍କ ଘର ଲୋକେ ବାହାରେ ଚାକିରି କରୁଥିବାରୁ ଘରେ କେହି ରୁହନ୍ତି ନାହିଁ । କେବଳ ମଝିଆଁ ବୋହୁଁ ଶିକ୍ଷୟିତ୍ରୀ ଯୋଗୁଁ ପ୍ରତ୍ୟେକ ଶନିବାର ତାଙ୍କ ସ୍ୱାମୀ ସହିତ ଘରକୁ ଆସିଥାନ୍ତି । ତେବେ ଏହାସହ ଘରର ଜଗାରଖା ପାଇଁ ପାଖର ପଡିଶା ଜଣଙ୍କୁ ଦାୟିତ୍ୱ ଦେଇଥିଲେ । ଗତକାଲି ସକାଳେ ସେ ପଡିଶା ଲୋକ ଜଣଙ୍କ ଆସି କୁକୁଡା ଘରୁ କୁକୁଡା ଗୁଡିକୁ ଛାଡି ପଳାଇଥିଲେ । ପୁଣି ସନ୍ଧ୍ୟା ସମୟରେ କୁକୁଡା ଗୁଡିକୁ ଘରେ ବାନ୍ଧିବା ପାଇଁ ଆସିବା ସମୟରେ ଦେଖିଲେ ଯେ ତାଙ୍କ ଘର ସାମ୍ନା ଗ୍ରିଲ୍ ଖୋଲା ଅଛି । ସଙ୍ଗେ ସଙ୍ଗେ ସେ ପଡିଶା ଲୋକଙ୍କୁ ଡାକିବା ସହିତ ଘର ଲୋକଙ୍କୁ ଫୋନ୍ ଯୋଗେ ଖବର ଦେଇଥିଲେ ।

ଖବର ପାଇ ଘର ଲୋକେ ଆସି ପହଂଚିଥିଲେ । ଦେଖିଲେ ଘରେ ଥିବା ସମସ୍ତ ସୁନା ଅଳଙ୍କାର ଚୋରି ହୋଇଛି । ସଙ୍ଗେ ସଙ୍ଗେ ସଞ୍ଜୟ ନାଏକଙ୍କ ପରିବାର ଲୋକେ ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଆଜି ଘଟଗାଁ ପୋଲିସ୍ ଓ ସାଇଁଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଲାଇଛନ୍ତି

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।