ଅପରାଧ ରାଜ୍ୟ

ଦିନ ଦ୍ବିପ୍ରହରରେ ବୁଲିଲା ଖଣ୍ଡା ଓ ଭୁଜାଲି, ମହିଳାମାନଙ୍କ ମଧ୍ୟରେ ସଂଘର୍ଷ

ବାରିପଦା ୧୬।୬: ଦିନ ଦୁଇ ପ୍ରହରରେ ବୁଲିଲା ଭୁଜାଲି । ଭୁଜାଲିରେ ଆକ୍ରମଣ କରିଚାଲିଲେ ମହିଳା। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ସଦର ଥାନା ସିନ୍ଦୁରଗୌରା ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ଘରୋଇ ହିଂସାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା । କାଳୀକାପୁରର ଜଣେ ମହିଳାଙ୍କର ସିନ୍ଦୁରଗୌରା ଅଞ୍ଚଳରେ ବିବାହ ହୋଇଥିଲା । ଦୁଇ ପରିବାର ମଧ୍ୟରେ କୌଣସି କାରଣରୁ ଅଶାନ୍ତି ସୃଷ୍ଟି ହୋଇଥିଲା । ଝିଅ ଘର ଲୋକେ ଠେଙ୍ଗାବାଡି ଧରି ସେଠାକୁ ଯାଇଥିବା ବେଳେ ଦୁଇ ଗାଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଘଟଣାକୁ କେନ୍ଦ୍ରକରି ସଂଘବଦ୍ଧ ଭାବେ କିଛି ମହିଳା ଅନ୍ୟ ଏକ ଗୋଷ୍ଠୀର ମହିଳାଙ୍କୁ ଠେଙ୍ଗା ଓ ଭୁଜାଲିରେ ଆକ୍ରମଣ କରିଥିଲେ । ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି ବାରିପଦା ସଦର ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।