ଅପରାଧ ରାଜ୍ୟ

ଦିନ ଦ୍ବିପ୍ରହରରେ ଦେଢ ଲକ୍ଷ ଟଙ୍କା ଲୁଟ୍, ଡିକି ଖୋଲି ବ୍ୟାଗ୍ ସହ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

ଫୁଲବାଣୀ ୧୨।୭: ଦିନ ଦ୍ବିପ୍ରହରରେ ଦେଢ଼ ଲକ୍ଷ ଟଙ୍କା ଲୁଟ୍ । ଟାଉନ ଥାନା ନିକଟରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସ୍ଥାନୀୟ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କରୁ କଟ୍ରିଙ୍ଗିଆ ଅଞ୍ଚଳର ହରିଶ୍ଚନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ୧ ଲକ୍ଷ ୪୭ ହଜାର ଟଙ୍କା ଉଠାଇ ବ୍ୟାଙ୍କରୁ ବାହାରକୁ ଆସି ବାଇକ୍ ଡିକିରେ ରଖି କଥା ହେଉଥିଲେ । ହେଲେ ସେଠାରେ ପୂର୍ବରୁ ଦୁଇଟା ବାଇକରେ ୪ଜଣ ଲୁଟେରା ଅପେକ୍ଷା କରିଥିଲେ । ଆଉ ଆଖି ପିଛୁଳାକେ ଡିକି ଖୋଲି ବ୍ୟାଗ ସହ ଟଙ୍କା ନେଇ ବାଇକ୍ ଯୋଗେ ଚମ୍ପଟ ମାରିଥିଲେ l

ଏ ନେଇ ଟାଉନ ଥାନାରେ ସମ୍ପୃକ୍ତ ବ୍ୟକ୍ତି ଏତଲା ଦେବାକୁ ଯାଇଥିଲେ ମଧ୍ୟ ଥାନାରେ କୌଣସି ପୋଲିସ ଅଧିକାରୀ ନଥିଲେ । ଫଳରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ସହରରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଛକମାନଙ୍କରେ ସିସିଟିଭି ଲଗାଯାଇଥିଲେ ମଧ୍ୟ କାମରେ ଆସୁଛି କି ନାହିଁ ଜଣାପଡ଼ୁନି । ଗତ ବର୍ଷକ ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ୫ରୁ ୭ଟି ଲୁଟ୍ ଘଟଣା ଘଟିଥିଲେ ମଧ୍ୟ ଟାଉନ ପୋଲିସକୁ କୌଣସି ସଫଳତା ମିଳିନଥିବା ଅଭିଯୋଗ ହୋଇଛି l

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।