ଦେଶ ବିଦେଶ ମନୋରଞ୍ଜନ

ଦିନେ ୩୦୦ ଟଙ୍କା ଧରି ଘର ଛାଡିଥିଲେ । ଆଜି ସାଉଥ୍ ଫିଲ୍ମ ଦୁନିଆର ସୁପରଷ୍ଟାର । ପଢନ୍ତୁ, ଅଭିନେତା ୟଶଙ୍କ ସଂଘର୍ଷମୟ ଯାତ୍ରା…

କନକ ବ୍ୟୁରୋ: ଭାଓଲେନ୍ସ, ଭାଓଲେନ୍ସ, ଭାଓଲେନ୍ସ । କେଜିଏଫ୍ ଷ୍ଟାର ରକି ଭାଇଙ୍କ ଏ ଡାଇଲଗ ଏବେ ସବୁଠି ଚର୍ଚ୍ଚାରେ । ଆଉ ଫିଲ୍ମ କେଜିଏଫ୍ ୨ର କ୍ରେଜ୍ ବି ଏତେ ଯେ, ତାକୁ କହିବା ବି ମୁସ୍କିଲ । ଏହାରି ଭିତରେ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛି ସୁପରଷ୍ଟାର ୟଶଙ୍କ ସେହି ସଂଘର୍ଷ ଦିନର କାହାଣୀ ।

ଆଜି ଆମେ ଯାହାଙ୍କୁ ସୁପରଷ୍ଟାର ୟଶ ଆଉ ରକି ଭାଇ ବୋଲି ଜାଣୁଛେ, ତାଙ୍କ ପୂରା ନାଁ ହେଉଛି ନବୀନ କୁମାର ଗୌଡା । ଆଉ ଆଜି ଯିଏ ଫିଲ୍ମ ଦୁନିଆର ବେତାଜ ବାଦଶାହ ହେଇ କୋଟି କୋଟି ଟଙ୍କାର ମାଲିକ, ସେଦିନେ ୩ ଶହ ଟଙ୍କା ଧରି କାମ ଖୋଜୁଥିଲେ ବୋଲି ଅନେକ ବିଶ୍ୱାସ ବି କରିବେନି ।

ୟଶଙ୍କ ବାପା ଅରୁଣ କୁମାର କର୍ଣ୍ଣାଟକ ଟ୍ରାନ୍ସପୋର୍ଟ କର୍ପୋରେସନରେ ଜଣେ ବସ୍ ଡ୍ରାଇଭର ଭାବେ କାମ କରନ୍ତିି । ଆଉ ତାଙ୍କ ମା ପୁଷ୍ପା ଜଣେ ସାଧାରଣ ଗୃହିଣୀ । ବାପା-ମାଙ୍କ ଇଚ୍ଛା ଥିଲା, ୟଶ ସରକାରୀ ଚାକିରି କରନ୍ତୁ ଆଉ ଜୀବନରେ ଆଗକୁ ବଢନ୍ତୁ । ହେଲେ ୟଶ ଥିଲେ ସମସ୍ତଙ୍କଠୁ ଅଲଗା । ସେ ନିଜେ ଅଭିନୟ ଦୁନିଆରେ ଆଗକୁ ବଢିବାକୁ ଚାହୁଁଥିଲେ । ଆଉ ଏମିତି ଦିନେ କାହାକୁ କିଛି ନଜଣାଇ, ମାତ୍ର ୩ ଶହ ଟଙ୍କା ଧରି ବାଙ୍ଗାଲୋର ଚାଲିଆସିଥିଲେ । ଯେଉଁଠୁ ଆରମ୍ଭ ହୋଇଥିଲା ନବୀନ କୁମାର ଗୌଡାରୁ ୟଶ ବନିବାର ସଫର୍ ।

ୟଶ କୁହନ୍ତି, ମୁଁ ଯେତେବେଳେ ଘରୁ ଚାଲିଆସିଲି । ସେତେବେଳେ ମୁଁ ବାଙ୍ଗାଲୋରରେ ପହଞ୍ଚିଲି । ମୋ ପାଖରେ କେବଳ ୩୦୦ ଟଙ୍କା ଥିଲା । ଏତେ ବଡ ଡରେଇଲା ଭଳି ସହର ଦେଖି ମୁଁ ଡରିଗଲି । ସଂଘର୍ଷ କରିବାକୁ କେବେ ବି ଡରୁନଥିଲି । ମୋତେ ଜଣାଥିଲା ମୁଁ ଯଦି ପଛକୁ ଫେରିଯାଏ, ତେବେ ମୋ ବାପା-ମା କେବେ ବି ମୋତେ ଏଠାକୁ ଛାଡିବେନି । ଆଉ ଏବେ ମୁଁ ଜଣେ ଅଭିନେତା ଭାବେ ମୋ ଭାଗ୍ୟ ପରଖିବାକୁ ପୂରାପୁରି ସ୍ୱାଧୀନ ଥିଲି ।

ସଂଘର୍ଷ ଦିନ କାଟୁ କାଟୁ ୟଶ, ଥିଏଟରରେ କାମ କରିବା ଆରମ୍ଭ କରିଦେଇଥିଲେ । ବ୍ୟାକ୍ ଷ୍ଟେଜରେ ଟଙ୍କା ଇନକମ୍ କରି ସେ ତାଙ୍କ ଖର୍ଚ୍ଚ ସମ୍ଭାଳୁଥିଲେ । ଅଭିନୟଠୁ ଆରମ୍ଭ କରି ସବୁକିଛି, ୟଶ ସେହି ଥିଏଟରରେ ହିଁ କରିଥିଲେ । ଆଉ ୨୦୦୮ରେ ୟଶଙ୍କୁ ମିଳିଥିଲା ବଡ ବ୍ରେକ୍ ଥ୍ରୁ । କନ୍ନଡ ଫିଲ୍ମ ମୋଗିନା ମନାସୁ ଜରିଆରେ ବଡ ପରଦାରେ ଏଟ୍ରିଂ ମାରିଥିଲେ ୟଶ । ଯେଉଁଥିପାଇଁ ସେ ବେଷ୍ଟ ସପୋର୍ଟିଂ ଆକ୍ଟର ଭାବେ ଫିଲ୍ମ ଫେୟାର ଆୱାର୍ଡ ବି ପାଇଥିଲେ । ଆଉ ତା ପରେ ରାଜଧାନୀ, ଗଜକେଶରୀ, ମାଷ୍ଟରପିସ୍ ଭଳି ଫିଲ୍ମରେ ୟଶଙ୍କୁ ଦେଖିବାକୁ ମିଲିଥିଲା । ତେବେ ୟଶଙ୍କ ଫିଲ୍ମ କେଜିଏଫ୍ ଚାପ୍ଟର ୱାନ୍ ବକ୍ସ ଅଫିସକୁ ପୂରାପୁରି ଦୋହଲାଇ ଦେଇଥିଲା । ଆଉ ୟଶଙ୍କ କ୍ରେଜ୍ ସବୁଠି ଦେଖିବାକୁ ମିଳିଥିଲା ।

ଏପ୍ରିଲ ୧୪ରେ କେଜିଏଫ୍ ଚାପ୍ଟର ୨ ରିଲିଜ୍ ହେବାକୁ ଯାଉଛିି । ଯାହାର ଟ୍ରେଲର ବି ଏବେ ରିଲିଜ୍ ହୋଇସାରିଲାଣି । ୟଶଙ୍କ ସହ ଏଥର ଏହି ଫିଲ୍ମରେ ରବୀନା ଟଣ୍ଡନ, ସଂଜୟ ଦତ୍ତଙ୍କୁ ବି ଦେଖିବାକୁ ମିଳିବ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ