ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଦିନେ ହାତରେ ଥିଲା ବନ୍ଧୁକ। ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଓ ୨୦୦୮ ନୟାଗଡ଼ ଆକ୍ରମଣ ଭଳି ସଂଘାତିକ ଅଭିଯୋଗ ରହିଛି ତାଙ୍କ ନାଁରେ। ରାଜ୍ୟର ଜଣେ ହାଇ ପ୍ରୋଫାଇଲ୍ ମାଓବାଦୀ। ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ଏକ ଦମ୍ ଖାସ ସହଯୋଗୀ। କିନ୍ତୁ ଏବେ ତାଙ୍କ ମାନସିକତାରେ ସାମାନ୍ୟ ପରିବର୍ତନ ଘଟିଛି। ଜେଲର ଚାରି କାନ୍ଥ ଭିତରେ ଦିନ ରାତି ବିଭିନ୍ନ ମହାପରୁଷଙ୍କ ଜୀବନୀ ପୁସ୍ତକ ଓ ଅନ୍ୟାନ୍ୟ ବହି ପଢ଼ାରେ ବିତୁଛି ତାଙ୍କ ସମୟ। ସେ ହେଉଛନ୍ତି ଧୁନ କେଶବ ରାଓ ଓରଫ୍ ଆଜାଦ। ସେ ଏବେ ଝାରପଡ଼ା ଜେଲରେ ଜଣେ ବିଚାରାଧୀନ କଏଦୀ।
ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ମୂଳବାସିନ୍ଦା ଆଜାଦ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ନୀତିରେ ଅନୁପ୍ରାଣିତ ହୋଇ ମାଓ ସଂଗଠନରେ ଯୋଗ ଦେଇଥିଲା। ଓଡ଼ିଶା-ଆନ୍ଧ୍ର ବର୍ଡର କମିଟିର ଦାୟିତ୍ବ ସମ୍ଭାଳିଥିଲେ ଆଜାଦ। ଖୁବ୍ କମ୍ ଦିନରେ ତାଙ୍କୁ ମାଓ ସଂଗଠନରେ ଭଲ ପଦ ମଧ୍ୟ ମିଳି ଯାଇଥିଲା। ଉଭୟ ଆନ୍ଧ୍ର ଓ ଓଡ଼ିଶାରେ ଏକାଧିକ ମାଓ ହିସାଂକାଣ୍ଡରେ ସେ ସଂପୃକ୍ତ ଥିଲେ। ଓଡ଼ିଶା ସରକାର ତାଙ୍କ ନାଁରେ ପୁରସ୍କାର ରାଶି ଘୋଷଣା କରିବା ପରେ ସେ ଆନ୍ଧ୍ର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ପରବର୍ତ୍ତୀ ସମୟରେ ୨୦୦୧ ମସିହା ମେ ମାସରେ ଓଡ଼ିଶା ପୁଲିସ ଗିରଫ କରିଥିଲା। ଏହା ପରଠାରୁ ସେ ଝାରପଡ଼ା ଜେଲରେ। ବିଭିନ୍ନ ସମୟରେ ତାଙ୍କ ମା’ କମଳାମ୍ମା ଭୁବନେଶ୍ବର ଆସି ପୁଅକୁ ଛାଡ଼ି ଦେବାକୁ ଝାରପଡ଼ା ଜେଲ ସମ୍ମୁଖରେ ଧାରଣା ମଧ୍ୟ ଦେଇଛନ୍ତି।
କମଳାମ୍ମାଙ୍କ କହିବା କଥା ପୁଅ ଆନ୍ଧ୍ର ପୁଲିସ ନିକଟରେ ଆତ୍ମ ସମପର୍ଣ କରିଥିଲେ। କିନ୍ତୁ ଓଡ଼ିଶା ପୁଲିସ ତାଙ୍କୁ ପଚରା ଉଚରା କରିବା ନାଁରେ ନେଇ ଆଣି ଜେଲରେ ରଖିଛି। ଏଠାରେ ଆଜାଦ ନାଁରେ ସ୍ବାମୀ ଲକ୍ଷ୍ମଣାନନ୍ଦ, ୨୦୦୮ ନୟାଗଡ଼ ଆକ୍ରମଣ ଠାରୁ ଆରମ୍ଭ କରି ଏକାଧିକ ହତ୍ୟାକାଣ୍ଡ, ମାଓ ଆକ୍ରମଣ, ଲୁଟ ଭଳି ସଂଘାତିକ ମାମଲା ରହିଛି। କ୍ରାଇମବ୍ରାଞ୍ଚ ମଧ୍ୟ ଆଜାଦ ନାଁରେ ମାମଲା ରୁଜୁ କରିଛି। ଆଜାଦ ଗିରଫ ହେବା ପରେ ଅନେକ ଥର ଝାରପଡ଼ା ଜେଲ ପରିସରରେ ଅନଶନ ମଧ୍ୟ କରିଛନ୍ତି। ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସା ହୋଇଛନ୍ତି। କିନ୍ତୁ କିଛି ବି ଫରକ ପଡ଼ିଲା ନାହିଁ ରାଜ୍ୟ ସରକାରଙ୍କର। ଓଲଟି ରାଜ୍ୟ ସରକାର କହିଲେ, ତାଙ୍କୁ ଗିରଫ କରାଯାଇଛି କେବଳ ତାଙ୍କ ବିରୋଧରେ ଥିବା ମାମଲାର ଶୁଣାଣି କରାଯିବ।
ଶେଷରେ ମାନସିକତାରେ ପରିବର୍ତନ ଆଣି ଏବେ ଜେଲ ଭିତରେ ଶାନ୍ତିରେ ରହିବାକୁ ସ୍ଥିର କରି ନେଇଛନ୍ତି ଆଜାଦ। ଯେବେଠାରୁ ଝାରପଡ଼ା ଜେଲ ପରିସରରେ କଏଦୀମାନଙ୍କ ଲେଖାପଢ଼ା କରିବାକୁ ଲାଇବ୍ରେରି ଖୋଲିଲା ସେବେଠାରୁ ଆଜାଦ ଜଣେ ଛାତ୍ରଙ୍କ ଭଳି ସେଠାରେ ଅଧିକାଂଶ ସମୟ ବିତାଉଛନ୍ତି। ପ୍ରତ୍ୟେକ ଦିନ ଖବରକାଗଜ ପଢ଼ିବା ସହିତ ଶ୍ରୀମା ଅରବିନ୍ଦ ଓ ସ୍ବାମୀ ବିବେକାନନ୍ଦଙ୍କ ଜୀବନ କାହାଣୀ ପଢ଼ାରେ ତାଙ୍କର ଅଧିକ ସମୟ ବିତୁଛି। କେବଳ ଏତିକି କାହିଁକି ଲାଇବ୍ରେରି ସଫା ସୁତରା ରଖିବା କାମରେ ମଧ୍ୟ ଧ୍ୟାନ ଦେଇଥାନ୍ତି ଆଜାଦ। ଜଣେ ଦୁର୍ଦାନ୍ତ ମାଓବାଦୀର ମାନସିକତାରେ ଏଭଳି ପରିବର୍ତନ ଦେଖି ସାଥୀ କଏଦୀମାନେ ଏହାକୁ ବିଶ୍ବାସକୁ ମଧ୍ୟ ନେଇ ପାରୁନାହାନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l