ଖେଳ ଦେଶ ବିଦେଶ

ଦିନିକିଆରେ ୫୦୦୦ ରନ: ସଚିନ-ଗାଙ୍ଗୁଲିଙ୍କ ଖାସ୍ କ୍ଲବରେ ସାମିଲ ହେଲେ ରୋହିତ ଓ ଶିଖର

ପୁଣେ ୨୮।୦୩: ରୋହିତ ଶର୍ମା ଓ ଶିଖର ଧାଓ୍ଵନଙ୍କ ଓପନିଂ ଯୋଡି ଦିନିକିଆ କ୍ରିକେଟ୍‌ରେ ୫୦୦୦ ରନ ପୂରଣ କରିଛନ୍ତି। ଏହା କରିବାରେ ବିଶ୍ଵର ସପ୍ତମ ଯୋଡି ହୋଇଛନ୍ତି ଏହି ଭାରତୀୟ ଯୋଡି। ରୋହିତ-ଧାଓ୍ଵନଙ୍କ ଯୋଡି ରବିବାର ଏଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ପ୍ରଥମ ଓ୍ଵିକେଟ୍‌ରେ ୯୧ ବଲ୍‌ରେ ୧୦୩ ରନ ଭାଗିଦାରୀ ଯୋଡିଛନ୍ତି।

ରୋହିତ-ଧାଓ୍ଵନଙ୍କ ଯୋଡି ଦିନିକିଆ କ୍ରିକେଟ୍‌ରେ ଏ ପର୍ଯ୍ୟନ୍ତ ୫୦୨୩ ରନ ଯୋଡି ସାରିଲେଣି। ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ରନ ଭାଗିଦାରୀ କରିବାର ରେକର୍ଡ ଭାରତର ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ ନାମରେ ରହିଛି। ଏହି ଯୋଡି ନିଜ ସମୟରେ ୮୨୨୭ ରନ ଭାଗିଦାରୀ କରିଥିଲେ। ଏହା ପରେ ଦ୍ଵିତୀୟରେ ଅଛନ୍ତି ଶ୍ରୀଲଙ୍କାର କୁମାର ସାଙ୍ଗାକାରା ଓ ମୋହେଲା ଜୟବର୍ଦ୍ଧନେ।

ଏହି ଯୋଡିଙ୍କ ନାମରେ ୫୯୯୨ ରନର ଭାଗିଦାରୀ ରେକର୍ଡ ରହିଛି। ଶ୍ରୀଲଙ୍କାର ତିଳକରତ୍ନେ ଦିଲସାନ ଓ କୁମାର ସାଙ୍ଗାକାରାଙ୍କ ଯୋଡି ୫୪୭୫ ରନର ଭାଗିଦାରୀ କରିଛନ୍ତି। ସେହି ଶ୍ରୀଲଙ୍କାର ଜୟସୁରିୟା ଓ ମାର୍ଭନ ଆଟ୍ଟାପାଟୁର ଯୋଡି ନାମରେ ୫୪୬୨ ରନର ଭାଗିଦାରୀ ରେକର୍ଡ ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ