ଖେଳ ଦେଶ ବିଦେଶ

ଦିନିକିଆରେ ବିରାଟ କୋହଲିଙ୍କ ବାଦଶାହାକୁ ସମାପ୍ତ କଲେ ବାବର ଆଜମ, ହେଲେ ନମ୍ବର ଓ୍ଵାନ ବ୍ୟାଟସମ୍ୟାନ

ଦୁବାଇ ୧୪।୦୪: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଦିନିକିଆ ବାଦଶାହାକୁ ସମାପ୍ତ କରିଛନ୍ତି ପାକିସ୍ତାନର ତାରକା ବ୍ୟାଟସମ୍ୟାନ ବାବର ଆଜମ। ୧୨୫୮ ଦିନ ଧରି ଦିନିକିଆ ମାନ୍ୟତାର ଶୀର୍ଷରେ ରହି ଆସିଥିବା ବିରାଟ କୋହଲିଙ୍କୁ ପଛରେ ପକାଇ ଦିନିକିଆ ବ୍ୟାଟିଂ ମାନ୍ୟତାରେ ଶୀର୍ଷରେ ପହଞ୍ଚିଛନ୍ତି ବାବର। ବୁଧବାର ଆଇସିସି ଦିନିକିଆ ମାନ୍ୟତା ଜାରି କରିଛି। ଶେଷ ଥର ୨୦୦୩ରେ ପାକିସ୍ତାନର କୌଣସି ବ୍ୟାଟସମ୍ୟାନ ଶୀର୍ଷରେ ପହଞ୍ଚିଥିଲେ। ୧୮ ବର୍ଷ ପରେ ପାକିସ୍ତାନ ପକ୍ଷରୁ ବାବର ଆଜମ ଏହି ଉପଲବ୍ଧି ହାସଲ କରିଛନ୍ତି। ବାବର ଆଜମ ଓ ବିରାଟ କୋହଲି ଏମିତି ଦୁଇ ଖେଳାଳି ଯିଏ କ୍ରିକେଟ୍‌ର ତିନି ଫର୍ମାଟ୍‌ରେ ଟପ୍-୬ରେ ସାମିଲ।

ବାବର ଆଜମ ନିଜ ଦେଶ ପକ୍ଷରୁ ଆଇସିସି ଦିନିକିଆ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିବାରେ ଚତୁର୍ଥ ଖେଳାଳି ହୋଇଛନ୍ତି। ୨୬ ବର୍ଷୀୟ ବାବର ସେଞ୍ଚୁରିୟନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ର ଅନ୍ତିମ ମୁକାବିଲାରେ ୮୨ ବଲ୍‌ରୁ ୯୪ ରନର ଇନିଂସ ଖେଳିଥିଲେ। ଏଥିରେ ତାଙ୍କୁ ୧୩ ରେଟିଂ ପଏଣ୍ଟ ମିଳିଛି ଏବଂ ତାଙ୍କର ପଏଣ୍ଟ ସଂଖ୍ୟା ୮୬୫ରେ ପହଞ୍ଚିଛି। ଅନ୍ୟପଟେ କୋହଲି ତିନି ବର୍ଷରୁ ଅଧିକ ସମୟ ଅର୍ଥାତ ୧୨୫୮ ଦିନ ପର୍ଯ୍ୟନ୍ତ ଶୀର୍ଷରେ ଥିଲେ। ବାବର ଆଜମ ନିଜ ଦେଶର ଜାହିର ଅବାସ(୧୯୮୩-୮୪), ଜାଭେଦ ମିଆଁଦାଦ(୧୯୮୮-୮୯) ଓ ମହମ୍ମଦ ୟୁସୁଫ(୨୦୦୩)ଙ୍କ ପରି ଦିନିକିଆରେ ଏକ ନମ୍ବର ବ୍ୟାଟସମ୍ୟାନ ହେବାର ଉପଲବ୍ଧି ହାସଲ କରିଛନ୍ତି।

କୋହଲିଙ୍କଠୁ ୮ ପଏଣ୍ଟ ଆଗରେ ବାବର

ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ଅନୁଯାୟୀ, ବାବର ଆଜମ କୋହଲିଙ୍କଠୁ ୮ ପଏଣ୍ଟ ଆଗରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ସିରିଜ୍ ପୂର୍ବରୁ ବାବରଙ୍କ ପଏଣ୍ଟ ୮୩୭ ରହିଥିଲା। ମାତ୍ର ପ୍ରଥମ ମ୍ୟାଚ୍‌ରେ ୧୦୩ ରନ ଇନିଂସରେ ସେ ୮୫୮ ଅଙ୍କରେ ପହଞ୍ଚିଥିଲେ। ଦ୍ଵିତୀୟ ଦିନିକିଆରେ ୩୨ ରନ କରିବାରୁ ୮୫୨ ଅଙ୍କକୁ ଖସିଥିଲେ। ଏହା ବ୍ୟତୀତ ବାବର ଆଜମ ଦିନିକିଆରେ ଏକ ନମ୍ବର, ଟି-୨୦ରେ ତୃତୀୟ ନମ୍ବର ଏବଂ ଟେଷ୍ଟରେ ଷଷ୍ଠ ସ୍ଥାନରେ ଅଛନ୍ତି। ଅନ୍ୟପଟେ କୋହଲି ଦିନିକିଆରେ ଦ୍ଵିତୀୟ, ଟି-୨୦ରେ ପଞ୍ଚମ ଓ ଟେଷ୍ଟରେ ପଞ୍ଚମ ସ୍ଥାନରେ ରହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ