କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା ଆୟୋଜନ ହେବ ।
ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରାରେ ଭବାନୀପାଟଣା ସହରରେ ୩ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥାଏ । ହେଲେ ଚଳିତ ବର୍ଷ କୋଭିଡ୍ ପାଇଁ ପ୍ରଥମ ଥର ବିନା ଭକ୍ତରେ ଛତର ଯାତ୍ରା ପାଳନ ହେବ । ଏଥିପାଇଁ ୨୨ ତାରିଖ ମଧ୍ୟ ରାତ୍ରରୁ ଭବାନୀପାଟଣା ସହରକୁ ପ୍ରବେଶ ପାଇଁ କଟକଣା ରହିଥିବା ବେଳେ ଛତର ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ସହରରେ ୧୪୪ ଧାରା ଲାଗୁ କରାଯାଇଛି ।

ଫଳରେ ଭକ୍ତଙ୍କ ମାଣିକେଶ୍ବରୀ ମନ୍ଦିର ଗେଟ୍ ସାମ୍ନାରେ ନିଜ ନିଜ ମନସ୍କାମନା ଅନୁଯାୟୀ ପଶୁ ଓ ପକ୍ଷୀର ବଳି ଛତର ପୂର୍ବରୁ ଦେଉଥିବା ଦେଖିବାକୁ ମିଳିଛି । ବିନା ଭକ୍ତରେ ଛତର ଯାତ୍ରା ଭକ୍ତଙ୍କୁ ନିରାଶ କରିଛି ନିଶ୍ଚିତ । ହେଲେ କୋଭିଡ୍ ମୁକାବିଲା ପାଇଁ ସାମାଜିକ ଦୂରତ୍ବକୁ ବି ଜନସାଧାରଣ ଉପଲବ୍ଧି କରୁଛନ୍ତି ।

ନବମୀ ମଧ୍ୟ ରାତ୍ରରେ ଭବାନୀପାଟଣା ରାଜପ୍ରସାଦ ପରିସର ସ୍ଥିତ ମା’ ମାଣିକେଶ୍ବରୀ ମନ୍ଦିରଠାରୁ ମା’ଙ୍କ ପ୍ରତୀକ ଛତର ସହରରୁ ତିନି କି.ମି. ଉପକଣ୍ଠ ଜେନାଖାଲକୁ ଯିବ । ଗୁପ୍ତ ସନ୍ଦି ପୂଜା ପରେ ଦଶମୀ ପ୍ରାତଃରେ ମା’ଙ୍କ ଛତର ଭକ୍ତଙ୍କ ଗହଣରେ ମୂଳ ଆସ୍ଥାନ ମାଣିକେଶ୍ବରୀ ମନ୍ଦିରକୁ ପ୍ରତ୍ୟାବର୍ତନ କରିବେ । ଯାହାକୁ ଛତର ଯାତ୍ରା କୁହାଯାଏ ।

ଏହି ସମୟରେ ଲକ୍ଷାଧିକ ଭକ୍ତ ମନସ୍କାମନା ଅନୁଯାୟୀ ରାସ୍ତା ଉଭୟ ପାର୍ଶ୍ବରେ ପଶୁ ଓ ବଳିର ପରମ୍ପରା ପାଳନ କରନ୍ତି । ହେଲେ ପ୍ରଥମ ଥର କରୋନା ପାଇଁ ବିନା ଭକ୍ତରେ ମା’ଙ୍କ ଛତର ମାତ୍ର ୨୦ ଜଣ ସେବାୟତ ଓ ପାରମ୍ପରିକ ଜେନାବାଦ୍ୟ ମଧ୍ୟରେ ମା’ ମାଣିକେଶ୍ବରୀ ମନ୍ଦିରକୁ ବିଜେ କରିବେ । ଯାହାକୁ ସହଯୋଗ ପାଇଁ କଳାହାଣ୍ଡି ଜିଲ୍ଲାପାଳ କଳାହାଣ୍ଡିବାସୀଙ୍କୁ ନିବେଦନ କରିଛନ୍ତି ।

ମାଣିକେଶ୍ବରୀଙ୍କ ଛତର ଯାତ୍ରାରେ ବଳି ପ୍ରଥା ବିତର୍କର ପ୍ରସଙ୍ଗ ସାଜିଥିବା ବେଳେ ଚଳିତ ବର୍ଷ ବଳିକୁ ନେଇ ହାଇକୋର୍ଟର କଟକଣା ଉପରେ ସୁପ୍ରିମକୋର୍ଟର ରହିତାଦେଶ ରହିଛି । ଏଣୁ ଛତର ଯାତ୍ରାରେ ସାମିଲରୁ ବଞ୍ଚିତ ଭକ୍ତ କିଭଳି ବଳି ପରମ୍ପରାକୁ ବଜାୟ ରଖିବେ ତାକୁ ନେଇ ସମସ୍ତଙ୍କ ନଜର ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,