ଦେଶ ବିଦେଶ

ଦିନକରେ ସୁନା ୭୬୦ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ସୁନା ମୂଲ୍ୟ ଆଜି ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୪,୪୦୪ ଟଙ୍କାରେ ପହଞ୍ଚିଛି। ଗତକାଲିର ମୂଲ୍ୟ ତୁଳନାରେ ଏଥିରେ ୯୨୪ ଟଙ୍କା ବୃଦ୍ଧି ଘଟିଛି। ଏହା ପୂର୍ବରୁ ଗତ ଡିସେମ୍ବର ୪ ତାରିଖରେ ସୁନା ମୂଲ୍ୟ ସର୍ବକାଳୀନ ରେକର୍ଡ ୬୩,୮୦୫ ଟଙ୍କା ଛୁଇଁଥିଲା। ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୮,୯୯୪ ଟଙ୍କାକୁ ବୃଦ୍ଧି ପାଇଛି ବୋଲି ଇଣ୍ଡିଆନ୍ ବୁଲିଅନ ଆଣ୍ଡ୍‌ ଜୁଏଲର୍ସ ସଂଘ(ଆଇବିଜେଏ)ର ‌ୱେବସାଇଟ୍‌ରୁ ଜଣାଯାଇଛି। ଅନ୍ୟପକ୍ଷରେ ଭୁବନେଶ୍ବର ବଜାରରେ ଆଜି ସୁନା ମୂଲ୍ୟ ଜାତୀୟସ୍ତର ତୁଳନାରେ ଅପେକ୍ଷାକୃତ ଭାବେ ଅଧିକ ରହିଛି। ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୪,୮୫୦ ଟଙ୍କାରେ ପହଞ୍ଚିଛି। ଗତକାଲି ତୁଳନାରେ ଏଥିରେ ୭୬୦ ଟଙ୍କା ବୃଦ୍ଧି ଘଟିଛି। ସେହିଭଳି ୨୨ କ୍ୟାରେଟ୍ ସୁନା ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୯୪୫୦ ଟଙ୍କାରେ ପହଞ୍ଚିଛି। ଗତକାଲି ତୁଳନାରେ ଏହା ୭୦୦ ଟଙ୍କା ବଢ଼ିଛି। ଭୁବନେଶ୍ବର ବଜାରରେ ରୁପା ମୂଲ୍ୟ କିଲୋଗ୍ରାମ ପିଛା‌ ୧୨୦୦ ଟଙ୍କା ବୃଦ୍ଧି ଘଟି ୭୮,୨୦୦ ଟଙ୍କାରେ ପହଞ୍ଚିଛି।

ସୁନା ମୂଲ୍ୟବୃଦ୍ଧିର କାରଣ ହେଉଛି ମାନ୍ଦାବସ୍ଥା ଆଶଙ୍କା ଓ ବିବାହ ଋତୁ ପାଇଁ ଗହଣା ଚାହିଦାରେ ହୋଇଥିବା ବୃଦ୍ଧି। ତୃତୀୟ କାରଣ ହେଲା ଡଲାର ସୂଚୀ ଦୁର୍ବଳ ହେଉଛି। ଚତୁର୍ଥ କାରଣ ହେଲା ବିଶ୍ବର ବିଭିନ୍ନ କେନ୍ଦ୍ରୀୟ ବ୍ୟାଙ୍କ ସୁନା କ୍ରୟ କରୁଛନ୍ତି। ଏଥିଯୋଗୁ ଚାହିଦା ଏବଂ ମୂଲ୍ୟ ବୃଦ୍ଧି ପାଇଛି। ଫେବ୍ରୁଆରି ମାସରେ ସୁନା ଦାମ କିଛିଟା କମିଥିଲା। କିନ୍ତୁ ମାର୍ଚ୍ଚ ମାସରେ ସୁନା ମୂଲ୍ୟ ବର୍ତ୍ତମାନ ସୁଦ୍ଧା ଯଥେଷ୍ଟ ବୃଦ୍ଧି ଘଟିଲାଣି। ଫେବ୍ରୁଆରି ୨୯ରେ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୨୮୩୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୭୫୯୦ ଟଙ୍କା ଥିଲା। ମାର୍ଚ୍ଚ ୫ ସୁଦ୍ଧା ୨୨ କ୍ୟାରେଟ୍ ମୂଲ୍ୟରେ ୧୮୬୦ ଟଙ୍କା ଏବଂ ୨୪ କ୍ୟାରେଟ୍ ମୂଲ୍ୟରେ ୨୦୨୦ ଟଙ୍କା ବୃଦ୍ଧି ଘଟିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ