କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଦିଦିମାନଙ୍କ କାମ ପଛ ଜଗନ୍ନାଥଙ୍କ ଦର୍ଶନ ଆଗ ! ନିୟମକୁ ଫୁ’ କରି ମହାପ୍ରଭୁଙ୍କୁ କଲେ ଦର୍ଶନ, ପୁରୀବାସୀଙ୍କ ସହ ଶ୍ରୀମନ୍ଦିରକୁ କଲେ ପ୍ରବେଶ, ସାଧାରଣରେ ଚର୍ଚ୍ଚା

ପୁରୀ୨୭/୧୨: ପୁରୀ ପ୍ରଶାସନ ଜାରି କରିଥିବା ନିର୍ଦ୍ଦେଶାନାମା ବା ନିୟମାବଳୀ ପାଳନ କରି ପୁରୀବାସୀ ଜଗନ୍ନାଥଙ୍କ ଦର୍ଶନ କରୁଛନ୍ତି। କିନ୍ତୁ ଏହା ମଧ୍ୟରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ରବିବାର ସକାଳେ ପୁରୀବାସୀ ଜଗନ୍ନାଥଙ୍କୁ ଦର୍ଶନ କରିବା ବେଳେ ସେମାନଙ୍କ ସହ କିଛି ମହିଳା ସ୍ବାସ୍ଥ୍ୟ କର୍ମୀଙ୍କୁ ଦେଖିବାକୁ ମିଳିଥିଲା। ପ୍ରଶାସନିକ କଟକଣା, କୋଭିଡ ଗାଇଡଲାଇନ୍ ଏବଂ ଶୃଙ୍ଖଳିତ ଭିତରେ ଦର୍ଶନ କାର୍ଯ୍ୟ ଚାଲିଥିବା ବେଳେ ମନ୍ଦିର ଭିତରକୁ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପ୍ରବେଶକୁ ସାଧାରଣ ଲୋକ ଗ୍ରହଣ କରି ପାରୁ ନାହାନ୍ତି।

ମହିଳା କର୍ମଚାରୀ ବା ନର୍ସ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ଭିତରକୁ ପ୍ରବେଶ କରିବା ଏବଂ ବାଇଶି ପାହାଚ ଅତିକ୍ରମ କରି ଶ୍ରୀମନ୍ଦିର ଭିତରେ ପହଞ୍ଚିବାରେ ସକ୍ଷମ ହୋଇଥିବା ଭିଜୁଆଲ କଏଦ ହୋଇଛି। ନା ସେମାନେ ପୌରସଂସ୍ଥାର କୁପନ ଦେଖାଇଛନ୍ତି ନା ସେମାନଙ୍କ ପାଖରେ ଆଧାରକାର୍ଡ ଅଛି ,ନା କୌଣସି ପୌରାଞ୍ଚଳର ପରିଚୟ ପତ୍ର ଅଛି। କିଛି ନଥାଇ ମଧ୍ୟ ଏତେ କଟକଣା ମଧ୍ୟରେ ନିଜ ପଦବୀର ଦୁରୁପଯୋଗ କରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାରେ ସଫଳ ହୋଇଛନ୍ତି। ସେହିପରି ଗତ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବା ମାତ୍ରେ ବାବା ବୈଷ୍ଣବ ନାମକ ଜଣେ ବାବା ମନଇଚ୍ଛା ଭିତରକୁ ପ୍ରବେଶ କରିଥିଲେ। ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,