ରାଜ୍ୟ

ଦିଗପହଣ୍ଡି ବସ୍ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ, ମୃତକଙ୍କ ସଂଖ୍ୟା ୧୨କୁ ବୃଦ୍ଧି

ଦିଗପହଣ୍ଡି : ଗଂଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ ଗତ ଜୁନ ୨୫ ତାରିଖ ବିଳମ୍ବିତ ରାତିରେ ଘଟିଥିବା ଦୁଇ ବସ୍ ମୁହାଁମୁହିଁ ଧକ୍କାର ଲୋମଟାଙ୍କୁରା ତଥା ଛାତିଥରା ଦୃଶ୍ୟ ଲୋକଙ୍କ ଆଖି ଆଗରେ ନାଚୁଥିବା ବେଳେ ପୁଣି ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି। ମଙ୍ଗଳବାର ଦିନ ମୃତକଙ୍କ ଦଶାହ କାର୍ଯ୍ୟ ଚାଲିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଶୁଭେନ୍ଦୁ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ଏଥି ସହିତ ଏହି ଦୁର୍ଘଟଣାରେ ମୃତକଙ୍କ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଗତ ୨୫ ତାରିଖ ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ସ୍ବର୍ଗତ ଅଶୋକ ପ୍ରଧାନଙ୍କ ଝିଅ ସୋନାଲିଙ୍କ ବାହାଘର କାର୍ଯ୍ୟ ସାରି ବ୍ରହ୍ମପୁରରୁ ପରିବାର ଲୋକେ ଏକ ମିନିବସ ଯୋଗେ ଗ୍ରାମକୁ ଫେରୁଥିବା ସମୟରେ ଖେମୁଣ୍ଡି କଲେଜ ନିକଟରେ ରାୟଗଡ଼ାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଓ ଏସ୍ ଆର୍‌ଟିସି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଚାଳକଙ୍କ ବେପାରୁଆ ଗାଡ଼ି ଚାଳନା ଯୋଗୁଁ  ଖଣ୍ଡଦେଉଳି ଗ୍ରାମର ୪ ଜଣ, ଭଞ୍ଜନଗର ମୁଜାଗଡ଼ ଗ୍ରାମର ୫ ଜଣ, ଗଡଗୋବିନ୍ଦପୁର ଏବଂ ସିଙ୍ଗିପୁର ଗ୍ରାମର ଜଣେ ଲେଖାଏଁ ଯାତ୍ରୀଙ୍କୁ ମିଶାଇ ମୋଟ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକମାନଙ୍କ ମଧ୍ୟରେ ୫ ଜଣ ପୁରୁଷ, ୪ ଜଣ ମହିଳା ଓ ୨ ଶିଶୁ ସାମିଲ ଥିଲେ।

ବସ୍‌ ଦୁର୍ଘଟଣାର ସାମ୍ନା କରିଥିବା ଅନ୍ୟ ୭ ଜଣ ଗୁରୁତର ଏବଂ ବହୁ ଯାତ୍ରୀ ଆହତ ମଧ୍ୟ ହୋଇଥିଲେ। ତେବେ ଆଜି ସକାଳ ସାଢେ ୧୦ ଘଣ୍ଟା ସମୟରେ କଟକର ଅଶ୍ବିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶୁଭେନ୍ଦୁଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ପରିବାର ଲୋକଙ୍କୁ ଜଣାଇଥିଲେ। ପୂର୍ବରୁ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଶୁଭେନ୍ଦୁଙ୍କ ସ୍ତ୍ରୀ ସୁଜ୍ଞାନୀ ପ୍ରଧାନ ଓ ୩ ବର୍ଷର ପୁଅ ଦେବାଂଶୁ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ଆଜି ଦଶାହ କାର୍ଯ୍ୟ ନିମନ୍ତେ ପୁଣିଥରେ ଏକ ଦୁଃଖଦ ଖବର ଶୁଣିବା ପରେ ସମ୍ପୂର୍ଣ୍ଣ ପରିବାର ଭାଙ୍ଗି ପଡିଥିବା ଜଣାପଡିଛି। ଅପରପକ୍ଷରେ ଅପରାହ୍ନରେ ମୁଜାଗଡରେ ମୃତ ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।