ରାଜ୍ୟ ସ୍ପେଶାଲ ରିପୋର୍ଟ

ଦାହ ପୂର୍ବରୁ ସ୍ବର୍ଗଦ୍ବାରରୁ ଶବ ଗଲା ଡାକ୍ତରଖାନା

ପୁରୀ : ପୁରୀ ସ୍ବର୍ଗଦ୍ବାରରେ ଗୁରୁବାର ଦିନ ଏକ ଆବେଗମୟ ଦୃଶ୍ୟ ଦେଖିବାକୁ ମିଳିଛି। ସଂସ୍କାର ପାଇଁ ଅଣାଯାଇଥିବା ଜଣେ ନାବାଳକ ଜୀବିତ ଅଛି ବୋଲି କହି ପରିବାର ଲୋକେ ପୁଣି ଡାକ୍ତରଖାନା ନେଇଯାଇଥିଲେ। ହେଲେ, ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ପୁରୀ ସହରରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀର ବାବୁଲା ଓରଫ ଉତ୍ତମ କୁମାର ସାହୁ (୧୫)। କିଛିବର୍ଷ ହେଲା ହୃଦଜନିତ ରୋଗରେ ପୀଡ଼ିତ ଥିଲେ। ବାବୁଲାଙ୍କୁ ନେଇ ତାଙ୍କ ବାପାମା’ ଭୁବନେଶ୍ବର, ବିଶାଖାପାଟଣା, ଦିଲ୍ଲୀ ଓ ବାଙ୍ଗାଲୋରରେ ଡାକ୍ତର ପରାମର୍ଶ କରିଥିଲେ। ଗତ ୩ ଦିନ ପୂର୍ବେ ବାବୁଲାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା। ପୁଅକୁ ଭଲ କରିବା ଆଶାରେ ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ୩ ଦିନ ଚିକିତ୍ସିତ ହେବା ପରେ ବାବୁଲା ଆଜି ପୂର୍ବାହ୍ଣ ୧୧ଟା‌ରେ ଆଖି ବୁଜିଥିଲା। ଡାକ୍ତର ମୃତ ଘୋଷଣା କରିବା ପରେ ବ୍ରହ୍ମପୁରରୁ ତାଙ୍କ ମା’ ପରିବାରବର୍ଗଙ୍କୁ ଡକାଇଥିଲେ। ଭୁବନେଶ୍ବରରେ ପହଞ୍ଚିବା ବିଳମ୍ବ ହେବାରୁ ବାବୁଲାଙ୍କ ମରଶରୀର ଶବାଗାରରେ ୫ ଘଣ୍ଟା ରଖାଯାଇଥିଲା। ବାବୁଲାଙ୍କ ସମ୍ପର୍କୀୟ ଭାଇ ଭୀଷ୍ମ ସାହୁଙ୍କ କହିବା ମୁତାବକ, ପରିବାରବର୍ଗ ଭୁବନେଶ୍ବରରୁ ବାବୁଲାଙ୍କ ମୃତଦେହ ସ୍ବର୍ଗଦ୍ବାରରେ ଦାହ କରିବା ପାଇଁ ଆଣି ସନ୍ଧ୍ୟା ୬ଟାରେ ପୁରୀରେ ପହଞ୍ଚିଥିଲେ। ଶବ ପିଣ୍ଡିରେ ଦାହ ପାଇଁ ପରିବାରବର୍ଗ ପ୍ରସ୍ତୁତି କରୁଥିବା ବେଳେ ବାବୁଲାଙ୍କ ହାତ ହଲୁଥିବା ଜଣାପଡ଼ିଥିଲା। ଛାତି ବି ଧକ୍‌ଧକ ହେଉଥିଲା। ତେଣୁ ଆଶା ଛାଡ଼ି ଦେଇଥିବା ପରିବାରବର୍ଗ ବାବୁଲାଙ୍କ ମୃତ ଶରୀରର ଛାତିରେ କାନ ଡେରି ହୃଦସ୍ପନ୍ଦନ ଶୁଣିଥିଲେ।

ବାବୁଲାଙ୍କ ମା’ ସନ୍ତୋଷିନୀ ପୁଅକୁପୁଣି ଡାକ୍ତରଖାନା ନେବାକୁ କହିବାରୁ ୧୦୮ ଆମ୍ବୁଲାନ୍ସ ଡକାଯାଇଥିଲା। ମେଡିକାଲରେ ପହଞ୍ଚିବା ପର୍ଯ୍ୟନ୍ତ ପରିବାରବର୍ଗଙ୍କ ମଧ୍ୟରେ ବାବୁଲା ବଞ୍ଚିଯିବାର ଆଶା ଜାଗିଥିଲା। କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରି ତାଙ୍କ ଦେହରେ ଜୀବନ ନାହିଁ ବୋଲି କହିବାରୁ ପୁଣି କାନ୍ଦ ବୋବାଳିରେ ଡାକ୍ତରଖାନା ପରିସର ଫାଟିପଡ଼ିଥିଲା। ଶେଷରେ ପରିବାରବର୍ଗ ସ୍ବର୍ଗଦ୍ବାର ଆଣି ବାବୁଲାଙ୍କ ଶେଷକୃତ୍ୟ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।