ରାଜ୍ୟ ସ୍ପେଶାଲ ରିପୋର୍ଟ

ଦାରିଦ୍ର୍ୟ ଓ ଅସହାୟତାର କରୁଣ ଚିତ୍ର: ସରକାର ହାତରେ ନାତୁଣୀଙ୍କୁ ଟେକିଦେଲେ ଜେଜେବାପା

ବରଗଡ଼: ଦିନ ଥିଲା ଦାରିଦ୍ର୍ୟ ପାଇଁ ଏଠି ପିଲାବିକ୍ରି ହେଉଥିଲା। ଅନାହାରରେ ଜୀବନ ଯାଉଥିଲା। ଆଜି ପ୍ରାୟତଃ ସେଭଳି ସ୍ଥିତି ନାହିଁ। ବଦଳିଛି ଓଡ଼ିଶାର ଚିତ୍ର। ଗାଁରୁ ସହର ସବୁଠି ବିକାଶ ଛୁଇଁଛି। ଏତେ ସବୁ ସୁବିଧାସୁଯୋଗ ସତ୍ତ୍ବେ ଜେଜେବାପା ନିଜ ନାତୁଣୀଙ୍କୁ ଇଚ୍ଛା ନଥିଲେ ବି ସରକାରଙ୍କ ହାତକୁ ଟେକି ଦେଇଛନ୍ତି। ନିଜ ଦାରିଦ୍ର୍ୟ ଓ ଅସହାୟତା ଭିତରେ ନାତୁଣୀର ଭବିଷ୍ୟତ ପାଇଁ ସେ ଆଜି ଲାଳନପାଳନ କରି ଆସିଥିବା ନାତୁଣୀକୁ ନିଜଠାରୁ ଅଲଗା କରିବାକୁ ପଛାଇ ନାହାନ୍ତି। ନଅବର୍ଷର ସଂପର୍କ ତୁଟାଇ ବାହୁନି ବାହୁନି କାନ୍ଦି ନାତୁଣୀକୁ ନୂତନ ବାପା, ମା’ଙ୍କୁ ଭେଟି ଦେବାକୁ ପର କରିଦେଇଛନ୍ତି ଜେଜେବାପା। ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଶାଖାଡୁଙ୍ଗୁରି ଗାଁରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଗାଁର ମୁକୁନ୍ଦ ବନଛୋର(୭୭)। ମୁକୁନ୍ଦ ନିଜେ ଠିକ୍‌ରେ ଚାଲିବୁଲି ପାରୁ ନାହାନ୍ତି। ୭୩ ବର୍ଷୀୟା ପତ୍ନୀ ଓ ୯ ବର୍ଷୀୟା ନାତୁଣୀଙ୍କୁ ନେଇ ରହୁଥିଲେ। ମୁକୁନ୍ଦଙ୍କ କହିବାନୁସାରେ, ତାଙ୍କ ପୁଅ ଦିବାକର ବନଛୋର ଗତ ୨୦୧୬ ମସିହାରେ ପାଇକମାଳଠାରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

ଦିବାକରଙ୍କ ପତ୍ନୀ ମାନସିକ ଅନଗ୍ରସର ଥିବାରୁ ଗାଁରେ ନାହାନ୍ତି। ଏଣୁ ଜେଜେବାପା, ଜେଜେମା’ ସହ ନାତୁଣୀ ରହିଥିଲା। ନାତୁଣୀଙ୍କୁ ୧୦ ମାସରୁ ଏତେଦିନ ଧରି ଲାଳନପାଳନ କରୁଥିଲେ। ମୁକୁନ୍ଦ ନିଜେ ପୂର୍ବରୁ କୁଲିମଜୁରି କରି ପାରୁଥିଲେ। ନିଜ ସ୍ପଳ୍ପ ରୋଜଗାର ସହ ଭତ୍ତା ଓ ରାସନକାର୍ଡ ଖଣ୍ଡିକ ସାହାରା ହୋଇଥିଲା। ଛୋଟ ନାତୁଣୀ ଓ ପକ୍ଷାଘାତ ରୋଗରେ ପୀଡ଼ିତ ୭୩ ବର୍ଷୀୟା ପତ୍ନୀଙ୍କ ପେଟ ସେଥିରେ ଭରୁଥିଲା। ହେଲେ ଏବେ ବୟସ ବଢ଼ିଗଲାଣି। ଭତ୍ତା ଟିକିଏରେ କେମିତି ନାତୁଣୀର ପାଠପଢ଼ା ହେବ? ସେମାନଙ୍କ ମୃତ୍ୟୁପରେ କିଏ ନାତୁଣୀଙ୍କ ଯତ୍ନ ନେବ? ଏ କଥା ଗାଁ ଲୋକ ସବୁବେଳେ କହୁଥିଲେ। ଏଣୁ ଇଚ୍ଛା ନଥିଲେ ବି ସେ ନାତୁଣୀକୁ ଜିଲ୍ଲା ପ୍ରଶାସନ ପାଖରେ ଜିମା ଦେଇଥିବା କହିଛନ୍ତି। ଆଜି ନାତୁଣୀକୁ ସିଡ୍‌ବ୍ଲୁସିରେ ହାଜର କରାଇବାପରେ ପାଇକମାଳ ପାର୍ବତୀ ଗିରି ଆଶ୍ରମକୁ ପଠାଯାଇଛି। ଆଉ ଦୁଇମାସ ପାଇଁ ଦେଖା କରିବାକୁ ଜେଜେବାପାଙ୍କୁ ସୁଯୋଗ ମିଳିବ। ତା’ପରେ ଆଉ ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।