ଦାରିଙ୍ଗବାଡି ୨୩/୦୪ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଗ୍ରାମରେ ଦୋଳପୁର୍ନମି ପରେ ଅନୁଷ୍ଠିତ ହୋଇ ଯାଇଛି କାନ୍ଦୁଲ ଯାତ୍ରା ବା ଲିଆ ପର୍ବ । ଏହି ଯାତ୍ରାରେ ନୂଆ କରି ଫଳିଥିବା ଝଟା, କାନ୍ଦୁଲ, ମହୁଲ, ଆମ୍ବ, ସିଆଳ ଫଳକୁ ପୂଜା କରିବା ପାଇଁ ଗ୍ରାମବାସୀ ମାନେ ଏକ ହୋଇଥାନ୍ତି । ଏହାର ଏକ କିମ୍ବଦନ୍ତୀ ରହିଛି ଯେଉଁ ମନ୍ଦିରରେ ଏହି ପୂଜା ପାଠ ହୁଏ ସେହି ମନ୍ଦିର ବର୍ଷ ସାରା ବନ୍ଦ ରହିଥାଏ ।
ଏହି ମନ୍ଦିରରେ ମା ଭୈରବୀ ବେବୀ ପୂଜା ପାଇଥାନ୍ତି । ବର୍ଷକୁ ଗୋଟିଏ ଥର ଏହି ମନ୍ଦିର ଖୋଲା ଯାଇଥାଏ ଜାହାରି ଫଳରେ ଏହି ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ଜାତି ଧର୍ମର ମାନସିକ ଧାରୀ ମାନେ ମାନସିକ କରିଥାନ୍ତି । ଏହି ଦିନରେ କାନ୍ଦୁଲକୁ ଭାଜି ପୂଜା କଲା ପରେ ପ୍ରତେକ ଘରେ ନୂଆ ବସ୍ତ୍ର ପିନ୍ଧିବା ସହିତ ଭୋଜି କରି ବନ୍ଧୁ ବାନ୍ଧବଙ୍କ ସହ ଖୁସିବନାଇଥାନ୍ତି ।
ଗ୍ରାମରେ ବିଶ୍ୱାସ ରହିଛି କାନ୍ଦୁଲକୁ ଭାଜି ପୂଜା କଲା ପରେ ଯାଇ ଘରେ ରୋଷେଇ ହୋଇଥାଏ । ଏହା ବହୁ ବର୍ଷ ଆଗୁରୁ ମାନି ଚଳି ଆସୁଥିବା କହିଛନ୍ତି ଗ୍ରାମବାସୀ । ଏହାକୁ ମଧ୍ୟ ନୂଆ ଖିଆ ଯାତ୍ରା ବୋଲି କୁହାଯାଏ । ମାନସିକ ଧାରୀ ମାନେ ମା ଭୈରବୀ ପାଖରେ ଦେଶୀ ଅଣ୍ଡା ପୂଜା କରିବା ସହିତ ବଳି ଦେବାପାଇଁ ଛେଳି, କୁକୁଡ଼ା, ଆଦି ଆଣିଥାନ୍ତି ମନ୍ଦିର ପ୍ରାଙ୍ଗଣରେ ବସି ଧ୍ୟାନ କରିବା ସହିତ ନିଜର ମାନସିକ ପୂରଣ ହେବା ପାଇଁ ଧ୍ୟାନରେ ରହିଥାନ୍ତି ।
ଏହି ଐତିହାସିକ ପର୍ବ ବା କାନ୍ଦୁଲ ଯାତ୍ରା ପର୍ବରେ ପୂଜା ଅର୍ଚ୍ଚନା କଲାପରେ ମାନସିକ ଧାରୀ ମାନେ ଯେଉଁ ଅଭିଳାଷ ସପ୍ନ ଦେଖିଥାନ୍ତି ତାହା ପୂରଣ ହୋଇଥାଏ ବୋଲି ମାନସିକ ଧାରୀ ବିଶ୍ୱାସ କରିଥାନ୍ତି ।