ଅପରାଧ ରାଜ୍ୟ

ଦାଦାବଟି ନ ଦେବାରୁ ଗୁଳିମାଡ଼ରେ ମହିଳାଙ୍କ ଜୀବନ ଗଲା, ଅଭିଯୁକ୍ତ ଫେରାର

କୋମନା: ଦାଦାଵଟି ନ ଦେଵାରୁ ଜଣେ ମହିଳାଙ୍କୁ ଗୁଳିକରି ହତ୍ଯା। ଗୁଳି ଚଳାଇବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ଏଭଳି ଅଘଟଣ ଘଟିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ଠୁଟିବର ଗାଁରେ।
ସୂଚନା ଅନୁଯାୟୀ, କୋମନା ଥାନ ଠୁଟିଵର ଗାଁର ଶରତ ଚନ୍ଦ୍ର ସାହୁ (୬୫) ଓ ତାଙ୍କ ସ୍ତ୍ରୀ କୁମୁଦିନୀ ଶଵର (୪୫) ଘରେ ଶୋଇଥିବା ବେଳେ ହଠାତ୍ କେହି ଜଣେ କବାଟ ବାଡ଼େଇଥିଲା। ସେମାନେ କବାଟ ଖୋଲିବାରୁ ଦେଖିଲେ ସେହି ଗ୍ରାମର ନୀଳାମ୍ବର ସୁନା ଏକ ପିସ୍ତଲ ଧରି ଠିଆ ହୋଇଛି। ନୀଳାମ୍ବର ଶରତ ଚନ୍ଦ୍ର ସାହୁଙ୍କୁ ୧୦ ହଜାର ଟଙ୍କା ଦାଦାଵଟି ମାଗିଥିଲା। ଶରତ ମନା କରିବାରୁ ତାଙ୍କୁ ଟାର୍ଗେଟ୍ କରି ଗୁଳି ଚଳାଇବା ବେଳେ ସ୍ତ୍ରୀ କୁମୁଦିନୀ ସାମ୍ନାକୁ ଆସିଥିଲେ। ଏହାଫଳରେ ଗୁଳିମାଡ଼ରେ ଘଟଣାସ୍ଥଳରେ କୁମୁଦିନୀ ଟଳି ପଡ଼ିଥିଲେ।

ଏହାପରେ ନୀଳାମ୍ବର ସୁନା କେଉଁଆଡ଼େ ଚମ୍ପଟ ମାରିଥିଲା। ଖବର ପାଇ କୋମନା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କୁମୁଦିନୀଙ୍କ ମୃତଦେହ ଉଦ୍ଧାର କରି କୋମନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଘଟଣାର ତଦନ୍ତ କରିବା ସହ ଫେରାର ନୀଳାମ୍ବର ସୁନାକୁ ଧରିବା ଲାଗି ତନାଘନା ଚଳାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।