ରାଜ୍ୟ

ଦାଦନ ଦୁଃଖ; ପୁଣି ଜଣେ ଶ୍ରମିକଙ୍କ ଚେନ୍ନାଇରେ ମୃତ୍ୟୁ ଗଞ୍ଜାମରୁ ୫ ମାସରେ ୨୪ ମୃତ

ପାଟପୁର: ଗଞ୍ଜାମ ଜିଲ୍ଲାକୁ ଦାଦନ ଯନ୍ତ୍ରଣା ପିଛା ଛାଡ଼ୁନି। ଗତ ୫ ମାସ ଭିତରେ ଜିଲ୍ଲାର ୨୩ରୁ ଅଧିକ ଶ୍ରମିକଙ୍କ ବାହାର ରାଜ୍ୟ ଓ ଦେଶରେ ମୃତ୍ୟୁ ହୋଇସାରିଲାଣି। ସେହିପରି କିଛି ଶ୍ରମିକ ଏବେବି ନିର୍ଯାତିତ ‌ହୋଇ ଫସିରହିଛନ୍ତି। ଏହି ଧାରାରେ ପୁଣି ଯୋଡ଼ିହୋଇଛି ଆଉ ଏକ ଦୁଃଖଦ ଘଟଣା। ଚେନ୍ନାଇରେ ଏକ ଦାଦନ ଶ୍ରମିକ ଭାବେ କାମ କରୁଥିବା ଜଣେ ଓଡ଼ିଆ ଯୁବକଙ୍କ ସେଠାରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟ ଘଟିଥିବା ସୂଚନା ମିଳିଛି। ମୃତକଜଣକ ହେଲେ, ସାନଖେମୁଣ୍ଡି ବ୍ଲକ୍ ଖଲିଙ୍ଗି ଗ୍ରାମର ମଙ୍ଗୁଳୁ ପାତ୍ର (୪୭)। ସବୁଦିନ ଭଳି ଗତକାଲି ମଧ୍ୟ ମଙ୍ଗୁଳୁ କାମ କରିବାକୁ କର୍ମସ୍ଥଳକୁ ଯାଇଥିଲେ। କିନ୍ତୁ ହଠାତ୍ ରାସ୍ତାକଡ଼ରୁ ତାଙ୍କ ଶବ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା। ମଙ୍ଗୁଳୁଙ୍କ ଶବକୁ ସେଠାକାର ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏଯାଏ ତାଙ୍କ ମୃତ୍ୟୁ କାରଣ ସ୍ପଷ୍ଟ ହୋଇପାରିନି।

ପରିବାରବର୍ଗ ଅତ୍ୟନ୍ତ ଗରିବ ହୋଇଥିବା କାରଣରୁ ଶବକୁ ଆଣିବା ଲାଗି ସେମାନେ ଅକ୍ଷମତା ପ୍ରକାଶ କରିଛନ୍ତି। ଫଳରେ ଚେନ୍ନାଇରେ ହିଁ ଶବକୁ ଦାହ କରାଯିବ ବୋଲି ଜଣାପଡ଼ିଛି। ଚେନ୍ନାଇ ନିକଟରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ମଙ୍ଗୁଳୁଙ୍କ ୨୨ ବର୍ଷ ବୟସର ପୁଅ ଖବର ପାଇ ସେଠାରେ ପହଞ୍ଚିଛନ୍ତି।

ଅନ୍ୟପକ୍ଷରେ ମଙ୍ଗୁଳୁଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବେସାହାରା ପାଲଟିଛି। ଗାଁରେ ଏବେ ଦୁଇଝିଅ ଓ ପତ୍ନୀ ଅଛନ୍ତି। ଫଳରେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ସହାୟତା ପ୍ରଦାନ ଦାବି ହୋଇଛି। ତେବେ ସାନଖେମୁଣ୍ଡି ବ୍ଲକ୍‌ରୁ ଗତ ୨ ମାସ ମଧ୍ୟରେ ଏହାକୁ ମିଶାଇ ୪ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ମେ’ ମାସ ୩ ତାରିଖରେ ଶରତ ପ୍ରଧାନ ପୁଅ ଜିତୁ ପ୍ରଧାନ ସୁରତରେ ଓ ଏପ୍ରିଲ୍ ୨୩ ତାରିଖରେ କଉଡ଼ିଆ ଗ୍ରାମର ଜିତେନ୍ଦ୍ର ଦଳେଇ ସୁରତରେ ମୃତ୍ୟୁବରଣ କରିଥିଲେ। ସେହିପରି ସାହସପୁରର ଏ.କୃଷ୍ଣମୂର୍ତ୍ତି ଦୋରାଙ୍କ ମଧ୍ୟ ଅନ୍ୟ ରାଜ୍ୟରେ ମୃତ୍ୟୁ ଘଟିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।