ରାଜ୍ୟ ସ୍ପେଶାଲ ରିପୋର୍ଟ

ଦାଦନ ଛାଡ଼ି ସ୍ବାବଲମ୍ବୀ ହେଲେ ଆଦିବାସୀ ଯୁବକ: ସରକାରୀ ସହାୟତାରେ ନିଜେ ଖୋଲିଲେ ୱେଲଡିଂ ଦୋକାନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ପାତ୍ରପୁର : ପାଖରେ ଉଚ୍ଚଶିକ୍ଷାଗତ ଯୋଗ୍ୟତା ନଥିଲେ ବି ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ବଳରେ ନିଜର ବୁଦ୍ଧି ଖଟାଇ ଅସାଧ୍ୟକୁ ସାଧ୍ୟ କରିହୁଏ। ଅନ୍ୟ ଉପରେ ନିର୍ଭର ନକରି ସ୍ବାବଲମ୍ବୀ ହେବା ପାଇଁ ବାଟ ଫିଟିଥାଏ। ଏହାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ତୁମ୍ବା ପଞ୍ଚାୟତ ଆଦିବାସୀଅଧ୍ୟୁଷିତ ଗ୍ରାମ ବଡ଼ଝୋଲାର ଚନ୍ଦ୍ରଶେଖର କାର୍ଜୀ। ମାତ୍ର ମାଟ୍ରିକ୍ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଚନ୍ଦ୍ରଶେଖର ସବୁଦିନ ପାଇଁ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟିବା ଛାଡ଼ି ସରକାରୀ ସହାୟତାରେ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇଛନ୍ତି। ଆଉ ପରିବାର ସହ ରହି ମାସକୁ ଭଲ ରୋଜଗାର କରିବା ସହ ୮ରୁ ୧୦ ହଜାର ଟଙ୍କା ବଳକା କରୁଛନ୍ତି। ତାଙ୍କର ଏହି ପ୍ରୟାସ ସଭିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

‘ସମ୍ବାଦ’ ସହ ଆଲୋଚନା ବେଳେ ଚନ୍ଦ୍ରଶେଖର ତାଙ୍କ ଜୀବନର ଅନୁଭୂତି ଓ ସଂଘର୍ଷର ଧାରାକୁ ବଖାଣିଥିଲେ। ଲିମା କାର୍ଜୀ ଓ ତୁଳସାଦେବୀଙ୍କ ଏକମାତ୍ର ପୁଅ ଚନ୍ଦ୍ରଶେଖର ମାଟ୍ରିକ୍ ପଢ଼ିବା ପରେ ପାଠ ଛାଡ଼ି ଯୁବାବସ୍ଥାରେ ହିଁ ଦାଦନ ଖଟିବାକୁ ବିଭିନ୍ନ ରାଜ୍ୟକୁ ଯାଉଥିଲେ। ତେବେ ରାଜ୍ୟ ବାହାରର ରୋଜଗାର ତାଙ୍କ ପାଇଁ ପର୍ଯ୍ୟାପ୍ତ ନଥିଲା। ସେପଟେ ବାପାମାଆଙ୍କ ଦେଖାଶୁଣା ଚିନ୍ତା ଘାରୁଥିଲା। ବଳକା ଅର୍ଥ ବି ସଞ୍ଚୟ ହୋଇପାରୁ ନଥିଲା।

ଫଳରେ ଭିଟାମାଟିକୁ ଫେରି ନିଜେ କିଛି କରିବାକୁ ଚନ୍ଦ୍ରଶେଖର ମନସ୍ଥ କରିଥିଲେ। ୨୦୧୯ ମସିହାରେ ଓଡ଼ିଶା ଆଦିମ ଜନଜାତି ସଶକ୍ତୀକରଣ ଏବଂ ଜୀବିକା ଉନ୍ନତି କାର୍ଯ୍ୟକ୍ରମ (ଓପିଲିପି)ରୁ ୩୦ ହଜାର ଟଙ୍କା ସହାୟତା ପାଇଥିଲେ। ଏହି ଟଙ୍କାରେ ଗାଁରେ ନିଜ ଘର ପାଖରେ ଏକ ୱେ‌ଲଡିଂ ଦୋକାନ ଖୋଲିଥିଲେ।

ଏହାମଧ୍ୟରେ ଦେଖୁ ଦେଖୁ ୩ ବର୍ଷ ବିତିସାରିଛି। ବଡ଼ଝୋଲା ଏକ ଛୋଟିଆ ଗ୍ରାମ ହୋଇଥିଲେ ମଧ୍ୟ ସୀମାନ୍ତ ଆନ୍ଧ୍ର ଓ ଆଖପାଖ ଗ୍ରାମରୁ ବିଭିନ୍ନ ଘରକରଣା ସାମଗ୍ରୀ ତିଆରି ପାଇଁ ଚନ୍ଦ୍ରଶେଖରଙ୍କୁ ବରାଦ୍ ମିଳୁଛି। ମାସକୁ ପାଖାପାଖି ୧୫ରୁ ୨୦ହଜାର ଟଙ୍କା ଆୟ ହେଉଥିବା ବେଳେ ଟଙ୍କା ସଞ୍ଚୟ ବି ହେଉଛି। ‌ତେବେ ଗାଁକୁ ଏଯାଏ ପକ୍କା ରାସ୍ତା ନିର୍ମାଣ ହୋଇ ନଥିବା ବେଳେ ବିଦ୍ୟୁତ୍ ସେବା ଅଧିକାଂଶ ସମୟରେ ବନ୍ଦ ରହୁଛି। ନଚେତ୍ ଅଧିକ ରୋଜଗାର ହୋଇପାରନ୍ତା ବୋଲି ଚନ୍ଦ୍ରଶେଖର କହିଛନ୍ତି।

ପାଠ ନପଢ଼ିଥିଲେ ବି ଭିଟାମାଟିରେ ରୋଜଗାରର ଅନେକ ମାଧ୍ୟମ ରହିଛି। ଏଥିପାଇଁ କେବଳ ଇଚ୍ଛାଶକ୍ତି ଓ ପରିଶ୍ରମର ଆବଶ୍ୟକ ଥିବା ଚନ୍ଦ୍ରଶେଖର ମତ ରଖିଛନ୍ତି। ଗତ ୫ ବର୍ଷ ହେଲା ସେ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ଚାରିବର୍ଷର ଝିଅ ଓ ଦୁଇମାସର ଝିଅ ଅଛନ୍ତି। ବାପାମାଆଙ୍କ ଦେଖାଶୁଣା ବି ଭଲ ଭାବେ ହୋଇପାରୁଛି ବୋଲି ସେ କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।