ଅପରାଧ ରାଜ୍ୟ

ଦାଦନ ଚାଲାଣ ସନ୍ଦେହ: ଲଜରୁ ୮୦ ଲକ୍ଷ ଟଙ୍କା ଜବତ, ବାହାର ରାଜ୍ୟର ୭ ଜଣ ଅଟକ

ବଲାଙ୍ଗୀର/ କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଏକ ଲଜ୍ ଉପରେ ପୁଲିସ ଚଢ଼ାଉ କରି ୮୦ ଲକ୍ଷ ଟଙ୍କା ଜବତ କରିଥିବାର ଖବର ମିଳିଛି। ଏହାଛଡ଼ା ବାହାର ରାଜ୍ୟର ୭ ଜଣଙ୍କୁ ଥାନାରେ ଅଟକ ରଖିଛି ପୁଲିସ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ବାହାର ରାଜ୍ୟର ୭ ଜଣ ଲୋକ କଣ୍ଟାବାଞ୍ଜି ସହରର ଏକ ଲଜରେ ଆସି ରହିଥିଲେ। ସେମାନେ ସାଙ୍ଗରେ ୮୦ ଲକ୍ଷ ଟଙ୍କା ଆଣିଥିଲେ। ସାଧାରଣତଃ ନୂଆଁଖାଇ ପରେପରେ ବାହାର ରାଜ୍ୟର ଦଲାଲ ଆସି ଏଠାକାର କିଛି ଦଲାଲଙ୍କୁ ଟଙ୍କା ଦେଇ ଦାଦନମାନଙ୍କୁ ନିଜ ସାଙ୍ଗରେ ନେଇକରି ଯାଇଥାନ୍ତି। ପୁଲିସ କୌଣସି ସୂତ୍ରରୁ ଏନେଇ ସୂଚନା ପାଇ କଣ୍ଟାବାଞ୍ଜି ପୁଲିସ ସହରର ଉକ୍ତ ଲଜ୍ ଉପରେ ଚଢ଼ାଉ କରି ୮୦ ଲକ୍ଷ ଟଙ୍କା ଜବତ କରିଥିଲା। ଏହାଛଡ଼ା ବାହାର ରାଜ୍ୟର ୫ଜଣଙ୍କୁ ଥାନାରେ ଅଟକ ରଖିଛି ପୁଲିସ। ଏେନଇ ଅଧିକ ଖୋଳତାଡ଼ କରୁଛି ପୁଲିସ।

ଲଜରେ ରହୁଥିବା ୭ ଜଣକୁ ପୁଲିସ ଉଠାଇନେବା ସହ ପଚରାଉଚୁରା ଜାରି ରଖିଥିବା ସୂଚନା ମିଳିଛି । ଦାଦନ ଶ୍ରମିକ ଚାଲାଣ ପାଇଁ ବିଶାଖାପାଟନମ ଅଂଚଳରୁ କିଛି ଇଟାଭାଟି ମାଲିକ ଆସିଥିବା ସନ୍ଦେହ କରାଯାଉଛି। ହେଲେ ପୁଲିସ ଘଟଣାକୁ ଅନ୍ୟମୋଡ଼ ଦେବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ଚାଲିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।