ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଦାଗଶୂନ୍ୟ ଶରୀର ଚାହାନ୍ତି କି? ଖୁବ୍ ସହଜ, ଆପଣାନ୍ତୁ ଏହି ସବୁ ଉପାୟ

ବେଳେ ବେଳେ ଶରୀରରେ ଥିବା ଛୋଟିଆ ଦାଗଟିଏ ବି ପୂରା ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଇଥାଏ। କେବଳ ମୁହଁ କାହିଁକି ହାତ, ଗୋଡ଼, ବେକ ଆଦି ବିଭିନ୍ନ ସ୍ଥାନରେ ଥିବା ଦାଗ ଆମ ଚିନ୍ତାର କାରଣ ପାଲଟିଯାଏ। ଘରୋଇ ଉପାୟରେ ବି ଆପଣ ଆପଣଙ୍କ ଶରୀରରେ ଥିବା କଳା କିମ୍ବା ଧଳା ଦାଗକୁ ଛଡ଼ାଇ ପାରିବେ। ସେ ସଂପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି।

ପଇଡ଼ ପାଣି ସବୁ ପ୍ରକାର ଦାଗ ଛଡ଼ାଇ ପାରେ। ତାହା କଳା ଦାଗ ହେଉ କିମ୍ବା ଧଳା। କଟା ଘା, ପୋଡ଼ା ଚିହ୍ନ ଏବଂ ବ୍ରଣ ଦାଗ ଆଦି ଛଡ଼ାଇବା ପାଇଁ ଆପଣ ପଇଡ଼ ପାଣି ବ୍ୟବହାର କରିପାରନ୍ତିି। ପଇଡ଼ ପାଣିକୁ ଏକ ପାତ୍ରରେ ନିଅନ୍ତୁ। ସେଥିରେ ତୁଳା ବୁଡ଼ାଇ ତାହାକୁ ଆପଣଙ୍କ ଦାଗରେ ଲଗାନ୍ତୁ।

ଦାଗ ଛଡ଼ାଇବା ପାଇଁ ଘିକୁଆଁରି ମଧ୍ୟ ଖୁବ୍‌ ଉପକାରୀ। ଅବଶ୍ୟ ଏହା ଟିକେ ଅଠାଳିଆ ହୋଇଥିବାରୁ ଅନେକ ଲୋକେ ଶରୀରରେ ଘିକୁଆଁରି ଲଗାଇବାକୁ ପସନ୍ଦ କରିନଥାନ୍ତି। ମାତ୍ର ମନେ ରଖନ୍ତୁ ଘିକୁଆଁରି ଲଗାଇବା ଦ୍ୱାରା ଶହେ ପ୍ରତିଶତ ଦାଗ କମିଥାଏ। ସଦ୍ୟ ଘିକୁଆଁରିକୁ ସଙ୍ଗେ ସଙ୍ଗେ ଗଛରୁ ଭାଙ୍ଗି କରି ଆଣନ୍ତୁ। ତାହାକୁ ମଝିରୁ ଭାଙ୍ଗି ଦିଅନ୍ତୁ। ଦେଖିବେ ମଝିରୁ ଏକ ଅଠାଳିଆ ଅଂଶ ବାହାରିବ। ତାହାକୁ ଦାଗ ଥିବା ସ୍ଥାନରେ ଲେପ ଦିଅନ୍ତୁ।

ମହୁ ଗୋଲାପ ଜଳ କେବେ ଲଗାଇଛନ୍ତି? ଏହା କେବଳ ଦାଗ ଲିଭାଇବା ପାଇଁ ନୁହେଁ ବରଂ ତୋଫାପଣ ପାଇଁ ବି ଜରୁରୀ। ଏକ ଛୋଟ ପାତ୍ରରେ ସାମାନ୍ୟ ମହୁ ନିଅନ୍ତୁ। ସେଥିରେ ସାମାନ୍ୟ ଗୋଲାପ ଜଳ ମିଶାଇ ଦାଗ ଥିବା ସ୍ଥାନ କିମ୍ବା ନିଜ ମୁହଁରେ ଲଗାନ୍ତୁ।

ବେସନ ମଧ୍ୟ ଦାଗ ଛଡ଼ାଇବା ପାଇଁ ଅତ୍ୟନ୍ତ ଭଲ। ଏଥିରେ ଆଉ କିଛି ମିଶ୍ରଣ କରିବା ଆବଶ୍ୟକ ନାହିଁ। ସିଧା ସଳଖ ବେସନରେ ପାଣି ମିଶାଇ ଲେପ ଦିଅନ୍ତୁ। ପ୍ରଭାବ ଆପଣ ନିଜେ ହିଁ ଜାଣିପାରିବେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ