ରାଜ୍ୟ ସ୍ପେଶାଲ ରିପୋର୍ଟ

ଦଶ ବର୍ଷ ବିତିଲା, ଅଧାଗଢ଼ା ପିଲାର୍‌ରେ ଅଟକିଛି ତିନିକୁଦି ବିଜୁ ସେତୁ

ବ୍ରହ୍ମଗିରି : ଗାଁକୁ ସବୁଦିନିଆ ରାସ୍ତା ହେବା ସହିତ ନଦୀ ପାରିହୋଇ ଯାଉଥିବା ଲୋକଙ୍କ ସମସ୍ୟା ରହିବ ନାହିଁ, ନଦୀ ଉପରେ ବିଜୁ ସେତୁ ନିର୍ମାଣ ହେବ। ସେଥିପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ ହେଉଛି। କିନ୍ତୁ ବାସ୍ତବରେ ଏହା ସ୍ବପ୍ନ ହୋଇ ଲୋକଙ୍କ ପାଖରେ ରହିଛି।

ରାଜ୍ୟ ରାଜଧାନୀଠାରୁ ମାତ୍ର ୮୦ କିଲୋମିଟର ଓ ପୁରୀ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟଠାରୁ ମାତ୍ର ୧୭ କିଲୋମିଟର ଦୂରରେ ରହିଛି ବ୍ରହ୍ମଗିରି ବ୍ଲକ୍‌ କଡ଼ାଜିତ ପଞ୍ଚାୟତର ତିନିକୁଦି ଗାଁ। ଭାର୍ଗବୀ ନଦୀ ଉପରେ ସେତୁ ନିର୍ମାଣ ପାଇଁ ସ୍ଥାନୀୟ ୧୫ରୁ ଅଧିକ ଗାଁ ଲୋକେ ବାରମ୍ବାର ଦାବି କରି ଆସୁଥିଲେ। ଦାବିକୁ ଆଖି ଆଗରେ ରଖି ୨୦୧୩ରେ ତିନିକୁଦିଠାରେ ତିନିକୁଦି-ବାଲିକେରା ସେତୁର ଭିତ୍ତିପ୍ରସ୍ତର ସ୍ଥାପନ ହେଲା। ମୁଖ୍ୟମନ୍ତ୍ରୀ ନିଜେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କଲେ। ତୁରନ୍ତ ସେତୁ ନିର୍ମାଣ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଲେ। ଏହାରି ଭିତରେ ୧୦ ବର୍ଷ ବିତି ଗଲାଣି। କିନ୍ତୁ ସେତୁର ମାତ୍ର ୩ଟି ଅଧାଗଢ଼ା ପିଲାର ସେମିତି ନଦୀ ଗର୍ଭରେ ଛିଡ଼ାହୋଇ ରହିଛି। ସେତୁ ନିର୍ମାଣ ପାଇଁ ବାରମ୍ବାର ଦାବି ଉଠିଛି। ଆନ୍ଦୋଳନ ହୋଇଛି। ରାଜନେତାଙ୍କଠାରୁ ଆରମ୍ଭ କରି ବିଭାଗୀୟ ବଡ଼ବଡ଼ ଅଧିକାରୀଙ୍କ ଘଟଣାସ୍ଥଳକୁ ଗସ୍ତ ହୋଇଛି। କିନ୍ତୁ ସବୁକିଛି ସେମିତି ପ୍ରତିଶ୍ରୁତିରେ ରହିଯାଇଛି।

ସେତୁ ନିର୍ମାଣ ପାଇଁ ନଦୀ ବନ୍ଧକୁ କାଟି ଦିଆଯାଇଥିବା ସମୟରେ ବନ୍ୟାପାଣି ଆସିଲେ ୫୬ ମୌଜାର ଲୋକଙ୍କ ପାଇଁ ବିପଦ ଆଣି ଦେଉଛି। ୩ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ସେତୁ ଆଜି ମଧ୍ୟ ଅଧାଗଢ଼ା ପିଲାର ଉପରେ ଛିଡ଼ାହୋଇଛି। ଲୋକେ ନିଜସ୍ବ ଉଦ୍ୟମରେ ନିର୍ମାଣ କରିଥିବା କାଠପୋଲ ଉପରେ ଯାତାୟାତ କରୁଛନ୍ତି। ଗତକାଲି କାଠପୋଲ ଭାଙ୍ଗି ନଦୀ ଗର୍ଭକୁ ପଡ଼ିବାରୁ ଯାତାୟାତ ଠପ୍‌ ହୋଇଯାଇଛି। ପିଲାମାନଙ୍କ ପାଠପଢ଼ାରେ ଡୋରି ଲାଗିବାର ଆଶଙ୍କା ଦେଖା ଦେଇଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କୋମଳମତି ଛାତ୍ରଛାତ୍ରୀ ଜୀବନକୁ ବାଜି ଲଗାଇ କାଠପୋଲରେ ପାରି ହେବାକୁ ବାଧ୍ୟ ହେଉଛନ୍ତି। ଏହା କୌଣସି ଉପାନ୍ତ କିମ୍ବା ପାହାଡ଼ିଆ ଅଞ୍ଚଳ ନୁହେଁ। ଏଠାରେ ଯଦି ବିଜୁ ସେତୁ ନିର୍ମାଣର ବିକଳ ଚିତ୍ର ଏଭଳି ରହିଛି ତେବେ ଉପାନ୍ତ ଓ ପାହାଡ଼ିଆ ଅଞ୍ଚଳରେ ଚିତ୍ର କିଭଳି ହୋଇଥିବ ଏଥିରୁ ସହଜରେ ଅନୁମେୟ। ସେତୁର ସ୍ଥିତି କଣ ଅଛି? ଏହାର ନିର୍ମାଣ ହେବ କି ନାହିଁ? ସେ ନେଇ ବିଭାଗୀୟ ଅଧିକାରିଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ପ୍ରତିକ୍ରିୟା ମିଳିପାରୁ ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।