କଳା ଓ ସଂସ୍କୃତି ଧର୍ମ

ଦଶହରାରେ କରନ୍ତୁ ଏହି ଉପାୟ, ଦୂର ହେବ ନକରାତ୍ମକ ଶକ୍ତି

ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଦଶହରା ପାଳନ କରାଯାଇଥାଏ । ମାନ୍ୟତା ରହିଛି ଏହି ଦିନ ଭଗବାନ ଶ୍ରୀରାମ ରାବଣର ବଦ୍ଧ କରିଥିଲେ । ଏହି ଦିନକୁ ନେଇ ଅନ୍ୟ ଏକ ମାନ୍ୟତା ରହିଛି ଯେ ଏହି ଦିନ ମା’ ଦୁର୍ଗା ମହିଷାସୁରର ମଧ୍ୟ ବଦ୍ଧ କରିଥିଲେ । ତେବେ ବାସ୍ତୁ ଅନୁସାରେ ଦଶହରାରେ କିଛି ଉପାୟ କରି ଜୀବନରେ ସୁଖ ଏବଂ ସମୃଦ୍ଧି ମିଳିପାରିବ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ମାନ୍ୟତା ରହିଛି ଦଶହରାରେ ଅସ୍ତ୍ରଶସ୍ତ୍ର ପୂଜା କରିବା ଦ୍ୱାରା ଶତ୍ରୁ ଠାରୁ ମୁକ୍ତି ମିଳିଥାଏ । ଜୀବନରେ ଉନ୍ନତିର ରାସ୍ତା ଖୋଲିଥାଏ । ଦଶହରାରେ ସୁନ୍ଦରାକାଣ୍ଡ ପଢ଼ିବା ଦ୍ୱାରା ମାନସିକ ଏବଂ ଶାରୀରିକ ଅସୁସ୍ଥତା ଦୂର ହୋଇଥାଏ । ଏହି ଦିନରେ ଘରେ ଇଷ୍ଟ ଦେବତାଙ୍କ ସହ କାଳୀପୂଜା ଉପାସନା କରନ୍ତୁ । ଏହି ଦିନ ମା ଲକ୍ଷ୍ମୀଙ୍କ ପୂଜା ମଧ୍ୟ କରାଯାଏ । ସନ୍ଧ୍ୟାରେ ମାତା ଲକ୍ଷ୍ମୀଙ୍କ ଧ୍ୟାନ କରିବା ସହ ମନ୍ଦିରରେ ଝାଡ଼ୁ ଦାନ କରନ୍ତୁ । ଏହି ଦିନରେ ପୁସ୍ତକ, ଯାନ ଇତ୍ୟାଦି ପୂଜା କରାଯାଏ । ଦଶହରା ଦିନ ଘରର ଉତ୍ତର-ପୂର୍ବ ଐଶାନ୍ୟ କୋଣରେ ଙ୍କୁଙ୍କୁମ କିମ୍ବା ନାଲି ଫୁଲରେ ଝୋଟି କିମ୍ବା ଅଷ୍ଟକମଳ ଆକୃତି କରନ୍ତୁ । ଏହା ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରେ । ଏହି ଦିନ ନିଜର ସାମର୍ଥ୍ୟ ଅନୁଯାୟୀ ଦାନ କରନ୍ତୁ ଏବଂ ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ । ଗୁରୁଜନଙ୍କଠାରୁ ଆଶୀର୍ବାଦ ନିଅନ୍ତୁ । ସମୀ ବୃକ୍ଷ ତଳେ ଦୀପ ଜଳାନ୍ତୁ । ବିଶ୍ୱାସ କରାଯାଏ ଯେ ଏପରି କରିବା ସଫଳତାର ବାଟ ଫିଟିଥାଏ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ