ରାଜ୍ୟ ସ୍ପେଶାଲ ରିପୋର୍ଟ

ଦଶରଥପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଶତାଧିକ ନଳକୂଅ ଅଚଳ, ପାଣି ପାଇଁ ଲୋକେ ହନ୍ତସନ୍ତ

ଦଶରଥପୁର : ଦିନକୁ ଦିନ ଖରା ବଢ଼ିବା ସହ ତାମପାତ୍ରା ବଢ଼ିବଢ଼ି ଚାଲିଛି। ତା’ ସହିତ ସବୁଠି ପାଣି ସମସ୍ୟା ଦେଖାଦେଲାଣି। ଏପରି ସ୍ଥିତିରେ ଅଚଳ ପ୍ରକଳ୍ପକୁ ସଚଳ କରିବା ପାଇଁ ଉଚ୍ଚସ୍ତରୀୟ ବୈଠକରୁ ନିର୍ଦେଶ ପରେ ନିର୍ଦେଶ ଆସୁଛି। ମାତ୍ର ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରୁନାହିଁ। ଦଶରଥପୁର ବ୍ଲକରେ ବିଭିନ୍ନ ପଞ୍ଚାୟତରେ ଜଳ ସମସ୍ୟା ଜଳଜଳ ହୋଇ ଦେଖାଯାଉଛି।

ପାଲଟପୁର ପଞ୍ଚାୟତ କଣ୍ଟିବାଙ୍କଠାରେ ଥିବା ସ୍ୱଜଳଧାରା ପ୍ରକଳ୍ପଟି ୧୪ ବର୍ଷ ହେବ କାର୍ଯ୍ୟ ସରିଥିଲେ ମଧ୍ୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରୁନି। ସେମିତି ଗୋପାଳପୁର ପଞ୍ଚାୟତ ଡାହାଣହତାଠାରେ ଥିବା ସ୍ୱଜଳଧାରା ପ୍ରକଳ୍ପର ସମାନ ଅବସ୍ଥା। କମାରଡିହି ପଞ୍ଚାୟତରେ ଥିବା ପ୍ରକଳ୍ପଟି ସାମାନ୍ୟ କାର୍ଯ୍ୟକ୍ଷମ ହୋଇଥିବାବେଳେ ଶେଷସୀମାରେ ଥିବା ଲୋକେ ପାଣି ପାଇବାରୁ ବଞ୍ଚିତ ହେଉଥିବା ସୂଚନା ମିଳିଛି। ଗ୍ରାମନନ୍ଦିପୁର ପଞ୍ଚାୟତରେ ମନ୍ଦାରଖଣ୍ଡଠାରେ ଥିବା ସ୍ୱଜଳଧାରାଟି ଅଧାଦିନ ପାଣି ଚାଳୁଥିବାବେଳେ ଅଧା ଦିନ ବନ୍ଦ ରହୁଛି।

ସେହିପରି ରଡ଼ଙ୍ଗା ସ୍କୁଲ, ମଲ୍ଲିପୁର ଛକ, କୟାଁ ମେଡିକାଲ, ନାରିଗାଁ, ଅର୍ଦ୍ଧାଉଳିଆ ଆୟୁର୍ବେଦିକ ଡାକ୍ତରଖାନା, ଅର୍ଦ୍ଧାଉଳିଆ ବିଦ୍ୟାଳୟ, ଦୁଦୁରାଅଣ୍ଟା ଛକ, କଟିକଟା, ଇଜାପୁରଛକ, ମଙ୍ଗଳପୁର ଥାନା, ମଙ୍ଗଳପୁର ମହିଳା ମହାବିଦ୍ୟାଳୟ ସମ୍ମୁଖ, କନିକାପଡ଼ା ପଞ୍ଚାୟତ ଅଫିସ ସମ୍ମୁଖ, ଚାଉଳିଆ ସ୍କୁଲ, ଚାଉଳିଆ ରାୟସାହି, ଗୁଡ଼ିଆପାଟଣା, ସାଠିବାଟିରେ ଥିବା ନଳକୂଅ ଅଚଳ ହୋଇପଡ଼ିଛି। ମରାମତି ପାଇଁ ବିଭାଗ ନଜର ଦେଉନଥିବା ଜଣାପଡ଼ୁଛି। ଏହାଦ୍ବାରା ଲୋକମାନେ ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।