ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା, ୪ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର

ମେରଠ ୦୨/୦୪ : ଉତ୍ତର ପ୍ରଦେଶ ମେରଠରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ସାମ୍ନାକୁ ଆସିଛି। ଅଭିଯୁକ୍ତମାନେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ବିଷ ଦେଇ ଦେଇଥିଲେ। ଛାତ୍ରୀ ଜଣକ ହସ୍ପିଟାଲ୍ରେ ଜୀବନ ହାରିଛନ୍ତି। ପରିବାର ଲୋକ ୪ ଅଭିଯୁକ୍ତଙ୍କ ବିରୋଧରେ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ରୁଜ୍ଜୁ କରିଛନ୍ତି। ପୋଲିସ ଏବେ ସୁଦ୍ଧା କୌଣସି ଅଭିଯୁକ୍ତ ଗିରଫ କରିନାହିଁ।

ମାମଲା ମେରଠ ଥାନା ସରଧନା ଅଞ୍ଚଳ କପାସାଡ ଗାଁର। ଦଶମ ଶ୍ରେଣୀ ଛାତ୍ରୀ ଘରୁ ଟ୍ୟୁସନ ପାଇଁ ବାହାରିଥିଲେ କିନ୍ତୁ ଟ୍ୟୁସନ ଯାଏଁ ପହଞ୍ଚି ନଥିଲେ। ରାସ୍ତାରେ ହିଁ ଗାଁର ୪ ଯୁବକ ଛାତ୍ରୀଙ୍କ ପହରଣ କରିନେଇଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଛାତ୍ରୀଙ୍କୁ ଅପହରଣ କରିନେଇ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ବିଷ ଦେଇ ଦେଇଥିଲେ। ଛାତ୍ରୀ ଜଣକ ଯେତେବେଳେ ନିଜ ଘରକୁ ପହଞ୍ଚିଲେ ତାଙ୍କ ଅବସ୍ଥା ଭଲ ନଥିଲା। ସେ ପୁରା ହୋସରେ ବି ନଥିଲେ। ଘରେ ପହଞ୍ଚି ସେ ଘରଲୋକଙ୍କୁ ସବୁ କଥା କହିଥିଲେ। ଘରଲୋକ ତାଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ହସ୍ପିଟାଲରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା।

ବିଳମ୍ବିତ ରାତିରେ ପୋଲିସ ଛାତ୍ରୀଙ୍କ ମୃତଦେହ ବ୍ୟବଛେଦ ପାଇଁ ପଠାଇଛି। ପରିବାର ଲୋକ ଗାଁର ଜଣେ ଚିହ୍ନ ଯୁବକ ଓ ୩ ଅଜଣା ଯୁବକଙ୍କ ବିରୋଧରେ ଥାନାରେ ମାମଲା ରୁଜ୍ଜୁ କରିଛନ୍ତି। ପୋଲିସ ପୀଡିତା ପକ୍ଷର ବୟାନ ଅନୁଯାୟୀ ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କୁ ଖୋଜୁଛି। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ଅନେକ ଟିମ ଗଠନ କରିଛି ଓ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ତେବେ ଏବେ ସୁଦ୍ଧା ଜଣେ ବି ଅଭିଯୁକ୍ତକୁ ପୋଲିସ କାବୁ କରିପାରିନାହିଁ। ପୋଲିସ ଅଧିକାରୀ ମାମଲାରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି