ଅପରାଧ ରାଜ୍ୟ

ଦଶପଲ୍ଲା ବ୍ଲକ୍‌ ଅଞ୍ଚଳରେ ମୃତବ୍ୟକ୍ତିଙ୍କ ନାମରେ ଉଠୁଛି ରାସନ୍‌

ଦଶପଲ୍ଲା: ମୃତବ୍ୟକ୍ତିଙ୍କ ନାମରେ ମାସମାସ ଧରି ରାସନ ସାମଗ୍ରୀ ଉଠାଉଛନ୍ତି ହିତାଧିକାରୀ। ଏହାର ଯାଞ୍ଚ କରାଯାଇ ମୃତବ୍ୟକ୍ତିଙ୍କ ନାମକୁ ବାଦ୍‌ ଦିଆଯାଉନଥିବାରୁ ହିତାଧିକାରୀମାନେ ଏହାର ବେଶ୍ ଫାଇଦା ଉଠାଇ ଚାଲିଛନ୍ତି। ଦଶପଲ୍ଲା ବ୍ଲକ୍‌ର ଚଡ଼େୟାପଲ୍ଲୀ, ବାଣିଗୋଛା, କୁଲୁରୁକୁମ୍ପା, କୁଜାମେଣ୍ଢି, କଳସାଖମଣ ଓ ନୂଆଗାଁ ଆଦି ପଞ୍ଚାୟତଗୁଡ଼ିକରେ ଏଭଳି ବହୁ ହିତାଧିକାରୀ ମୃତବ୍ୟକ୍ତିଙ୍କ ନାମରେ ରାସନ ସାମଗ୍ରୀ ଉଠାଉଥିବା ଅଭିଯୋଗ ହେଉଛି।

ବଡ଼କଥା ହେଉଛି ପଞ୍ଚାୟତରେ ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଯୋଗାଇ ଦିଆଯିବା ସହ ସେମାନଙ୍କ ଭତ୍ତା ଟଙ୍କାକୁ ବନ୍ଦ କରାଯାଇଥାଏ। ଯାହାର ରିପୋର୍ଟ ପଞ୍ଚାୟତରେ ରହୁଥିବା ବେଳେ ଏହି ରିପୋର୍ଟକୁ ବ୍ଲକ୍‌ ଯୋଗାଣ ଅଧିକାରୀଙ୍କ ନିକଟରେ ଦାଖଲ କରିବା ପରେ ନାମକୁ ବାଦ୍‌ ଦିଆଯାଏ। ତେବେ ପଞ୍ଚାୟତଗୁଡ଼ିକରେ ଡିଲର୍ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ରାସନ ସାମଗ୍ରୀ ବଣ୍ଟନ ଦାୟିତ୍ବରେ ରହିଛନ୍ତି। ଯାହାକି ଅନେକ ସ୍ଥାନରେ ମୃତବ୍ୟକ୍ତିଙ୍କ ନାମରେ ହିତାଧିକାରୀମାନେ ରାସନ ସାମଗ୍ରୀ ଉଠାଉଥିବା ବେଳେ ଆଉ କିଛି ସ୍ଥାନରେ ସଂପୃକ୍ତ ପିଇଓ ଓ ଡିଲର୍‌ମାନେ ଯୋଗାଣ ବିଭାଗର ଅଜ୍ଞାତରେ ହିତାଧିକାରୀଙ୍କଠାରୁ ମୃତବ୍ୟକ୍ତିଙ୍କ ନାମରେ ଆସିଥିବା ରାସନ ସାମଗ୍ରୀକୁ କାଟି ଏହାର ଫାଇଦା ଉଠାଇ ଚାଲିଥିବା ଅଭିଯୋଗ ହେଉଛି। କିଛି ସ୍ଥାନରେ ନେଟ୍‌ୱର୍କ ନଥିବାରୁ ଅଫ୍‌ଲାଇନ୍ ମାଧ୍ୟମରେ ରାସନ ଦିଆଯିବା ଫଳରେ ମୃତବ୍ୟକ୍ତିଙ୍କ ନାମରେ ରାସନ୍ ହରିଲୁଟ୍‌ରେ ସୁବିଧା ହେଉଛି। ଯୋଗ୍ୟବ୍ୟକ୍ତିଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେବା ଲକ୍ଷ୍ୟରେ ଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହୋଇଥିବା ବେଳେ ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଯାଇଛି।

ଏସବୁ ଯୋଜନାରେ ବହୁ ଅଯୋଗ୍ୟ ହିତାଧିକାରୀ ସାମିଲ୍‌ ହୋଇ ଫାଇଦା ଉଠାଇ ଚାଲିଥିବା ବେଳେ ବହୁଯୋଗ୍ୟ ପରିବାର ଆବେଦନ କରି ଯୋଜନାରେ ସାମିଲ୍‌ ହେବାକୁ ଚାହିଁ ବସିଛନ୍ତି। ସେହିଭଳି ଅନେକଙ୍କ ନାମ ସଂଯୋଗ କରିବା ପାଇଁ ଆବେଦନ ସଂଖ୍ୟା ବଢ଼ିଚାଲିଛି। ଏ ସମ୍ପର୍କରେ ବ୍ଲକ୍‌ ଯୋଗାଣ ଅଧିକାରୀ ବିଶ୍ବଭୂଷଣ ବେହେରା କହିଛନ୍ତି ଯେଉଁସବୁ ମୃତବ୍ୟକ୍ତିଙ୍କ ନାମ ଆସୁଛି ସେସବୁକୁ ତୁରନ୍ତ ବାଦ୍‌ ଦିଆଯାଉଛି। ଯାହାକି ୩ ମାସ ମଧ୍ୟରେ ପ୍ରାୟ ୫ ଶହ ମୃତବ୍ୟକ୍ତିଙ୍କ ନାମକୁ କଟାଯାଇଛି। ମାତ୍ର କିଛି ପଞ୍ଚାୟତର ପିଇଓ ସହଯୋଗ କରୁନଥିବା ହେତୁ ଏଥିରେ ସମସ୍ୟା ହେଉଥିବା ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।