ଅପରାଧ ରାଜ୍ୟ

ଦଳିତଙ୍କୁ ଆକ୍ରମଣ ଘଟଣା, ୧୧ ଗିରଫ

ସୁନ୍ଦରଗଡ ୨୬।୦୬: ସୁନ୍ଦରଗଡ଼ ହେମଗିରି ଥାନା ଡୁରୁବଗା ଗାଁରେ ଦଳିତଙ୍କୁ ଆକ୍ରମଣ ଘଟଣାରେ ଆକ୍ସନ । ପୋଲିସ ମାମଲାରେ ୧୧ଜଣଙ୍କୁ ଗିରଫ କରିଛି । ଆଇନ ଅନୁସାରେ ସମସ୍ତଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଖବର ଅନୁଯାୟୀ, ଗତ ୧୩ ତାରିଖ ଦିନ ଡୁରୁବଗା ଗାଁର କିଛି ଯୁବକ ଦଳିତଙ୍କୁ ସଂଘବଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାପରେ ୧୪ ତାରିଖ ଦିନ ହେମଗିରି ଥାନାରେ ମାମଲା ରୁଜୁ ହୋଇଥିଲା । କିନ୍ତୁ ପୋଲିସ ଅଭିଯୁକ୍ତଙ୍କ ଧରିନଥିବା ବେଳେ ସେମାନେ ଏସ୍‌ପି ଓ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ । ଏହାପରେ ଶନିବାର ରାତିରେ ପୋଲିସ ୧୧ଜଣଙ୍କୁ ଗିରଫ କରିଛି । ଏହାସହ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଦଳିତ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।