ଖେଳ ଦେଶ ବିଦେଶ

ଦଳରେ ସ୍ଥାନ ନମିଳିବା ପ୍ରସଙ୍ଗରେ ନୀରବତା ଭାଙ୍ଗିଲେ ସୂର୍ଯ୍ୟକୁମାର, କହିଲେ -‘ନିରାଶ ହୋଇଛି, ରାତିରେ ଖାଇବାକୁ ଇଚ୍ଛା ହୋଇନଥିଲା’

ମୁମ୍ବାଇ,୨୧/୧୧ : ଅଷ୍ଟ୍ରେଲିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି । କିନ୍ତୁ ଏହି ଗସ୍ତରେ ଆଇପିଏଲରେ ଆକର୍ଷଣୀୟ ବ୍ୟାଟିଂ କରୁଥିବା ସୂର୍ଯ୍ୟ କୁମାର ଯାଦବଙ୍କୁ ସ୍ଥାନ ମିଳିନଥିଲା । ଯାହା ତାଙ୍କୁ ନିରାଶ କରିଛି । ଅନେକ କ୍ରିକେଟ ବିଶେଷଜ୍ଞ ମଧ୍ୟ ବିସିସିଆଇର ଏପରି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ । ଏହାକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କଠୁ ଆରମ୍ଭ କରି କୋଚ୍ ରବି ଶାସ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ ।

୩୦ ବର୍ଷୀୟ ସୂର୍ଯ୍ୟ କୁମାର ଯାଦବ ଆଇପିଏଲ-୨୦୨୦ରେ ୧୬ଟି ମ୍ୟାଚରେ ୪୦ ଆଭରେଜରେ ୪୮୦ ରନ୍ କରିଥିଲେ । ସେ ମୁମ୍ବାଇ ତରଫରୁ ଇଶାନ କିଷନ(୫୧୬) ଓ କ୍ୱିଣ୍ଟନ୍ ଡିକକ୍(୫୦୩)ଙ୍କ ପରେ ସର୍ବାଧିକ ରନ୍ କରିଥିଲେ ।

ଦଳରେ ସ୍ଥାନ ନମିଳିବା ନେଇ ସୂର୍ଯ୍ୟକୁମାର ନୀରବତା ଭାଙ୍ଗିଛନ୍ତି । ସେ କହିଛନ୍ତି ଯେ, ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଘୋଷଣା ହେବା ପରେ ସେ ନିରାଶ ହୋଇଥିଲେ । ସେ ଦଳରେ ସ୍ଥାନ ପାଇବେ ବୋଲି ଆଶା ରଖିଥିଲେ । ଟୁର୍ଣ୍ଣାମେଣ୍ଟରେ ଭଲ ବ୍ୟାଟିଂ ମଧ୍ୟ କରିଥିଲେ । ସେ ଗତ ୨ ବର୍ଷ ଧରି କେବଳ ଆଇପିଏଲ ନୁହେଁ ହ୍ୱାଇଟ୍ ବଲ୍ କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ସ୍ଥାନ ନମିଳିଲେ ମଧ୍ୟ ସେ ତାଙ୍କ ଯାତ୍ରା ଜାରି ରଖିବେ । ଏହାକୁ ନେଉ ବେଶୀ ଚିନ୍ତା କରିବେ ନାହିଁ ।

ସେ ଆହୁରି କହିଛନ୍ତି, ଦଳ ଘୋଷଣା ସମୟରେ ସେ ଜିମରେ ଥିଲେ । ତାଙ୍କ ନାଁ ନଥିବାରୁ ନିରାଶ ହୋଇ ଜିମ୍ ଛାଡି ଚାଲି ଆସିଥିଲେ । କିନ୍ତୁ ଦଳ ଚୟନ ଦିନ ସେ ଏତେ ବିବ୍ରତ ନଥିଲେ ବୋଲି କହିଛନ୍ତି । କିନ୍ତୁ ସେହିଦିନ ରାତିରେ ଖାଇବାକୁ ଇଚ୍ଛା ହୋଇନଥିଲା ଓ ଚୁପ୍ ଚାପ୍ ରହିଥିଲେ ବୋଲି ମଧ୍ୟ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ