ଦେଶ ବିଦେଶ ମନୋରଞ୍ଜନ

ଦରକାର ନାହିଁ ଓସ୍କାର, ଗ୍ରାମିସ୍ କିମ୍ବା ଫିଲ୍ମଫେୟାର: ମିକା

ଓସ୍କାର, ଗ୍ରାମିସ୍ କିମ୍ବା ଫିଲ୍ମଫେୟାର ଭଳି ପୁରସ୍କାର ପାଇବା ପାଇଁ ଆଉ ମୋର ସ୍ବପ୍ନ ଦେଖିବା ଆବଶ୍ୟକ ନାହିଁ। କାରଣ ଆମର ସବୁଠୁ ପ୍ରିୟ କଳାକାର ଅମିତାଭ ବଚ୍ଚନ, ମତେ ଭାରତର ଲୋକପ୍ରିୟ ସୋ’ ‘କୌନ୍ ବନେଗା କରୋଡ୍ ପତି’ ରେ ପ୍ରଶଂସା କରିଛନ୍ତି। ତେଣୁ ମୋର ଆଉ କିଛି ଆବଶ୍ୟକ ନାହିଁ ବୋଲି ବଲିଉଡ୍‌ କଣ୍ଠଶିଳ୍ପୀ ମିକା ସିଂହ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ତେବେ ଗତ କିଛିଦିନ ତଳେ କୌନ୍ ବନେଗା କରୋଡ୍ ପତି ସୋ’ର ଉପସ୍ଥାପକ ଅମିତାଭ ବଚ୍ଚନ ଜଣେ ପ୍ରତିଯୋଗୀଙ୍କୁ ମିକା ସିଂହ ସାଵନ୍ ମେଁ ଲଗ୍ ଗୟି ଆଗ୍… ସଙ୍ଗୀତକୁ ନେଇ ପ୍ରଶ୍ନ କରିଥିଲେ। ଏହା ସହିତ ମିକାଙ୍କ କଣ୍ଠ ସମସ୍ତଙ୍କ ଠାରୁ ନିଆରା ବୋଲି କହିଥିଲେ। ଯାହାକୁ ନେଇ ମିକା ସିଂହ ଖୁସିରେ ବିଭୋର ହୋଇ ଇନ୍‌ଷ୍ଟାଗ୍ରାମରେ ଏହି ଭଳି ପୋଷ୍ଟ କରିଥିବା ଜଣାପଡ଼ିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ