ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦମ୍‌ଦାର ବିଜୟ ପରେ ସେଲିବ୍ରେସନ ମୁଡରେ ଖେଳାଳୀ, ‘କାଲା ଚଷମା’ ଗୀତରେ ଲଗାଇଲେ ଠୁମକା, ଭିଡିଓ ଭାଇରାଲ…

ନୂଆଦିଲ୍ଲୀ ୨୩/୦୮: ଭାରତୀୟ କ୍ରିକେଟ୍ ଦଳ ଜିମ୍ବାୱେକୁ ନିଜ ଘରୋଇ ମାଟିରେ ପରାସ୍ତ କରିଛି । ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜକୁ ୩-୦ରେ କ୍ଲିନ ସ୍ୱିପ୍ କରି କବଜା କରି ନେଇଛି ଟିମ୍ ଇଣ୍ଡିଆ । ତୃତୀୟ ମ୍ୟାଚର ହିରୋ ଏବଂ ପୁରା ସିରିଜର ଓପନର୍ ଶୁବମାନ ଗିଲ ହୋଇଛନ୍ତି । ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଏବଂ ସିରିଜ୍ ଭାବେ ପୁରସ୍କୃତ କରାଯାଇଛି । ସିରିଜ୍ ମୂଳପୋଛ କରିବା ପରେ ଟିମ୍ ଇଣ୍ଡିଆ ଏକ ଗ୍ରାଣ୍ଡ ଷ୍ଟାଇଲରେ ସେଲିବ୍ରେସନ କରିଥିଲା ।

ବଲିଉଡ୍ ଫିଲ୍ମ ଗୀତ ‘କାଲା ଚଷମା’ ଗୀତରେ ନାଚୁଥିବା ନଜର ଆସିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଏହା ଦେଖିବାକୁ ମିଳେ ଯେ କ୍ୟାମେରା ଅନ୍ ହେବା ମାତ୍ରେ ଅଧିନାୟକ କେ.ଏଲ୍ ରାହୁଲ ଏବଂ ଧୱନ କ୍ୟାମେରା ଉପରୁ ହାତର ସଟର କାଢିଛନ୍ତି । ପଛରେ ଥିବା ଦୃଶ୍ୟ ଦୃଶ୍ୟମାନ ହେଉଛି।

ବ୍ୟାକଗ୍ରାଉଣ୍ଡରେ କାଲା ଚଷମା ଗୀତ ବାଜୁଛି । ଯାହାର ତାଳେ ତାଳେ ପ୍ରତିଟି ଖେଳାଲି ଠୂମକା ଲଗାଇବାରେ ବ୍ୟସ୍ତ ଅଛନ୍ତି । ଏହାରି ଭିତରେ ଇଶାନ କିଷନ ଜବରଦସ୍ତ ନାଚୁଥିବାର ଦେଖିବାକୁ ମିଳୁଛି । ଗୀତର ଶେଷରେ ଶୁଭମାନ ଗିଲ ମଧ୍ୟ ବହୁତ ଭଲ ଷ୍ଟେପ୍ ନେଉଥିବାର ନଜର ଆସିଛନ୍ତି । ମଝିରେ ମଝିରେ ଧୱନ ମଧ୍ୟ ଏକ ଭଲ ନୃତ୍ୟ କରୁଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ