ଅପରାଧ ରାଜ୍ୟ

ଦନ୍ତାହାତୀ ଆକ୍ରମଣରେ ମହିଳା ଗୁରୁତର, ନଦୀକୁ ଯିବାବେଳେ ଶୁଣ୍ଢରେ ଟେକି କଚାଡିଦେଲା

ଟାଙ୍ଗୀ ୨୫/୦୫: ମାତିଲା ଦନ୍ତାହାତୀ । ଶୁଣ୍ଢରେ ମହିଳାଙ୍କୁ ଟେକି କରି ଫୋପାଡ଼ି ଦେଲା । ହେଲେ ମହିଳା ଜଣକ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ । ଆଜି ସକାଳୁ ସକାଳୁ ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ଅଧିନ ବରିକୋ-ବଧିସାହି ଗ୍ରାମରେ ।

ମହିଳା ଜଣକ ଗୁରୁତର ଆହତ ହୋଇ ଏକ ଗଛରେ ଲଟକି ଥିବା ବେଳେ ମହିଳାଙ୍କର ଆର୍ତ୍ତ ଚିତ୍କାର ଶୁଣି କିଛି ଲୋକ ମହିଳାଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଛନ୍ତି । ମହିଳା ଜଣକ ସକାଳୁ ନିଜର ନିତ୍ୟକର୍ମ ପାଇଁ ନିକଟସ୍ଥ ନଈ-ବନ୍ଧକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ଆହତ ମହିଳା ଜଣକ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ଅଧିନ ବରିକୋ-ବଧିସାହି ଗ୍ରାମର ଗୋକୁଳ ବେହେରାଙ୍କର ପତ୍ନୀ ଆଦର ବେହେରା ।

ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଯୋଗୁଁ ଟାଙ୍ଗୀ ମେଡିକାଲରୁ ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଧିନରେ ବର୍ତ୍ତମାନ ୮ ଟି ଦନ୍ତାହାତୀ ବିଭିନ୍ନ ଜଙ୍ଗଲରେ ରହିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।