କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦକ୍ଷ ପ୍ରଜାପତି ମନ୍ଦିର ମୂର୍ତ୍ତି ଚୋରି ଘଟଣା : ୪ ରାଜସ୍ଥାନୀ ମୂର୍ତ୍ତିଚୋର ଗିରଫ

ବାଣପୁର : ସାତ ଶହ ବର୍ଷ ତଳର ଐତିହାସିକ ବାଣପୁରର ଦକ୍ଷ ପ୍ରଜାପତି ମନ୍ଦିରରୁ ୪୦ ଦିନ ପୂର୍ବେ ଚୋରି ହୋଇଥିବା ବହୁମୂଲ୍ୟ ଅଷ୍ଟଧାତୁ ମୂର୍ତ୍ତିକୁ ବାଣପୁର ପୁଲିସ ଉଦ୍ଧାର କରିଛି। ଏହି ଘଟଣାରେ ସମ୍ପୃକ୍ତଥିବା ରାଜସ୍ଥାନର ଏକ ପେଶାଦାର ମୂର୍ତ୍ତିଚୋର ଗ୍ୟାଙ୍ଗ୍‌ର ୪ ଜଣଙ୍କୁ ପୁଲିସ ଗିରଫ କରିଛି। ପୁଲିସ ଅଭିଯୁକ୍ତମାନଙ୍କଠାରୁଚୋରି ଯାଇଥିବା ୨୨ଟି ମୂଲ୍ୟବାନ ମୂର୍ତ୍ତି ମଧ୍ୟରୁ ନଅଟି ମୂର୍ତ୍ତି ଉଦ୍ଧାର କରିଛି। ଚାରୋଟି ମୂର୍ତ୍ତି ତରଳା ଯାଇଥିବା ବେଳେ ଏହାର ଧାତୁ ପିଣ୍ତ ଏବଂ ତିନୋଟି ମୋବାଇଲ ଜବତ କରିଛି। ପୁଲିସ ଅନ୍ୟ ଦୁଇଜଣଙ୍କର ପରିଚୟ ପାଇଥିବାରୁ ଅତିଶୀଘ୍ର ସେମାନଙ୍କୁ ପୁଲିସ ଗିରଫ କରିବ ବୋଲି ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ ବାଣପୁର ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ୨୧ ତାରିଖ ରାତିରେ ବାଣପୁରର ଦକ୍ଷ ପ୍ରଜାପତି ମନ୍ଦିରରୁ ଦୁର୍ବୃତ୍ତମାନେ ୨୨ଟି ମୂଲ୍ୟବାନ ମୂର୍ତ୍ତି ଚୋରି କରି ନେଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,