ଅପରାଧ ଦେଶ ବିଦେଶ

ଦକ୍ଷିଣ ସୋମାଲିଆର ଏକ ହୋଟେଲରେ ଆତଙ୍କବାଦୀ ଆକ୍ରମଣ; ୯ ମୃତ ୪୭ ଆହତ

ନୂଆଦିଲ୍ଲୀ: ଦକ୍ଷିଣ ସୋମାଲିଆର କିସମାୟୋ ଠାରେ ଏକ ହୋଟେଲ୍‌ରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୭ ଆହତ ହୋଇଛନ୍ତି। ଅଲ ଶାହାବାବ ଇସ୍ଲାମ ଗ୍ରୁପ୍‌ ଏହି ଆକ୍ରମଣ କରିଛି ବୋଲି ଉକ୍ତ ଅଞ୍ଚଳର ସୁରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଇ କିଛିଦିନ ତଳେ ଅଲ୍‌କାଏଦା ଆତଙ୍କବାଦୀ ସଂଗଠନ ରାଜଧାନୀ ମୋଗାଦିଶୁକୁ ଉପରେ ଆକ୍ରମଣ କରିଥିଲେ। ପୁଣି ସ୍ଥିତି ସାମାନ୍ୟ ହେବା ପରେ ଆଉ ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଛି।

ରବିବାର ରାତି ୧୨.୫ ସମୟରେ ହଠାତ୍ ହୋଟେଲ୍ ତାୱାକାଲର ଗେଟ୍‌କୁ ଟକ୍କର ମାରି ହୋଟେଲ୍ ଭିତରେ ପଶିଯାଇଥିଲା। ଏହା ପରେ ହୋଟେଲ୍ ଭିତରେ କାରମ ବୋମା ବିସ୍ଫୋରଣ ହୋଇଥିଲା। ଏହାପରେ ସକାଳ ୭ଟାରେ ସୁରକ୍ଷା କର୍ମୀମାନେ ଆତଙ୍କବାଦୀକୁ ଏନ୍‌କାଉଣ୍ଟର କରିଥିଲେ।

ମୃତକଙ୍କ ମଧ୍ୟରେ ପାଖ ସ୍କୁଲ୍‌ର କିଛି ଛାତ୍ର ରହିଛନ୍ତି ବୋଲି ଜୁବଲାନ୍ଦ ସୁରକ୍ଷାମନ୍ତ୍ରୀ ୟୁସୁଫ ହୁସେନ ଓସମନ ସୂଚନା ଦେଇଛନ୍ତି। ଏହି ଘଟଣାରେ ଆତ୍ମଘାତି ବିସ୍ଫୋରଣକାରୀ ସମେତ ସମସ୍ତ ଜଣ ୪ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ପ୍ରଥମ ଆତଙ୍କବାଦୀ ନିଜକୁ ବୋମାରେ ଉଡ଼ାଇ ଦେଇଥିବା ବେଳେ ୩ ଜଣଙ୍କୁ ସେନା ଗୁଳି କରି ହତ୍ୟା କରିଛି।

ଆତଙ୍କବାଦୀ ସଂଗଠନ ଦୀର୍ଘ ୧୫ ବର୍ଷ ହେଲା ସୋମିଲିଆର ସରକାରକୁ ହଟାଇ ନିଜେ ଶାସନ ଚଳାଇବାକୁ ଉଦ୍ୟମ ଚଳାଇଛି। ଏଥିପାଇଁ ସେ ନିୟମିତ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରୁଛି। ବର୍ତ୍ତମାନ ଆକ୍ରମଣ ହୋଇଥିବା କିସମାୟୋ ପୂର୍ବରୁ ଅଲ-ଶାବାବ୍‌ ଆତଙ୍କବାଦୀ ସଂଗଠନର ଗଡ଼ଥିଲା। ହେଲେ ୨୦୧୨ରେ କେନିଆ ଫୋର୍ସ ସାହାଯ୍ୟରେ ସ୍ଥାନୀୟ ମିଲିସିଆ ଏହି ଅଞ୍ଚଳକୁ ଦଖଲ କରିନେଇଥିଲେ।

ଅଗଷ୍ଟ ମାସରେ ସୋମାଲିଆ ରାଜଧାନୀ ମୋଗାଦିଶୁର ହାୟତ ହୋଟେଲ୍‌ରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ୩୦ ଘଣ୍ଟା ଧରି ବନ୍ଧୁକ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଏଥିରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୭ ଆହତ ହୋଇଥିଲେ। ସେହିପରି ୨୦୧୯ରେ ଏହି ଆତଙ୍କବାଦୀ ଗ୍ରୁପ୍‌ କିସମାୟୋରେ ସିରିଜ୍ ଆକ୍ରମଣ କରିଥିଲେ । ଏଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୬ ଆହତ ହୋଇଥିଲେ। ଚଳିତ ବର୍ଷ ମେ ମାସରେ ସୋମାଲିଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ହସନ ଶେଖ ମହମ୍ମଦ ଦେଶରେ ଆତଙ୍କବାଦୀଙ୍କ ସଫେଇ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସୋମାଲିଆ ଆର୍ମି ଦ୍ୱାରା ଅଲ୍‌ ଆଉଟ ୱାର୍ ଅପରେସନ ଜାରି ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ