ଦେଶ ବିଦେଶ ରାଜନୀତି

ଦକ୍ଷିଣ ରାଜ୍ୟ ଉପରେ ବିଜେପିର ଫୋକସ୍‌: ମିସନ କର୍ଣ୍ଣାଟକ, ତେଲେଙ୍ଗାନା ପାଇଁ ରଣନୀତି ପ୍ରସ୍ତୁତ

ନୂଆଦିଲ୍ଲୀ: ଉତ୍ତର ଭାରତରେ ନିର୍ବାଚନୀ ସଫଳତା ପାଇଥିବା ବିଜେପିର ଫୋକସ ଏବେ ଦକ୍ଷିଣ ରାଜ୍ୟ ଉପରେ ରହିଛ। ଦଳ କର୍ଣ୍ଣାଟକ ଓ ତେଲେଙ୍ଗାନା ମିସନକୁ ସଫଳ କରିବା ପାଇଁ ଯୋଜନାବଦ୍ଧ ରଣନୀତିରେ ଆଗକୁ ବଢ଼ୁଛି। କଂଗ୍ରେସର ଦୁର୍ବଳ ସାଂଗଠନିକ ସ୍ଥିତିର ଫାଇଦା ଉଠାଇ ବିଭିନ୍ନ ଆଞ୍ଚଳିକ ଦଳ ଏବେ ଶକ୍ତିଶାଳୀ ସ୍ଥିତିରେ ଥିବାରୁ ବିଜେପି ପାଇଁ ଚ୍ୟାଲେଞ୍ଜ ବଢ଼ିଯାଇଛି। ଏହା ସତ୍ତ୍ବେ ବିଜେପି ପୌରନିର୍ବାଚନଗୁଡ଼ିକରେ ମିଳିଥିବା ସଫଳତାକୁ ପାଥେୟ କରି ବଡ଼ ଆଶା ନେଇ ଆଗକୁ ବଢ଼ୁଛି। ଦକ୍ଷିଣ ଭାରତରେ ବିଜୟ ପତାକା ଉଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ବିଭିନ୍ନ ଦଳୀୟ ବୈଠକରେ ଗୁରୁତ୍ବାରୋପ କରିଛନ୍ତି। ଦକ୍ଷିଣ ଭାରତରେ ବିଜେପି ନିଜ ବିସ୍ତାର ପାଇଁ ଲଗାତାର ପ୍ରୟାସ କରୁଛି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କେରଳ ଏବଂ ତାମିଲନାଡ଼ୁ ନିମନ୍ତେ ବିଜେପି ଏବେଠାରୁ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ ତ୍ବରାନ୍ବିତ କରିଛି। ତାମିଲନାଡ଼ୁରେ ଡିଏମ୍‌କେକୁ ଟକ୍କର ଦେବାପାଇଁ ବିଜେପି ତାମିଲ ସଂସ୍କୃତିକୁ ଦଳୀୟ କାର୍ଯ୍ୟକ୍ରମ ସହ ଯୋଡ଼ିବା ଏବଂ ଖ୍ୟାତନାମା ତାମିଲ ବ୍ୟକ୍ତିତ୍ବଙ୍କୁ ଦଳପ୍ରତି ଆକର୍ଷିତ କରିବା ପାଇଁ ବିଭିନ୍ନ ଯୋଜନା ହାତକୁ ନେଇଛି।

ତେଲେଙ୍ଗାନାରେ ଟିଆର୍‌ଏସ୍‌ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଦୁର୍ଗ ପତନ ପାଇଁ ବିଜେପି ସଂପୂର୍ଣ୍ଣ ନୂଆ ସାଂଗଠନିକ ରଣନୀତିରେ ଆଗକୁ ବଢ଼ୁଛି। ଆନ୍ଧ୍ରପ୍ରଦେଶରେ ମଧ୍ୟ ଦଳ ସ୍ପଷ୍ଟ ଆଭିମୁଖ୍ୟ ନେଇ ଲଢ଼ିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି। ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରୁ ନିର୍ବାଚିତ ହୋଇଥିବା ମୋଟ ୧୩୦ ସାଂସଦଙ୍କ ମଧ୍ୟରୁ କେବଳ ୨୯ ଜଣ ହେଉଛନ୍ତି ବିଜେପିର। ସେମାନଙ୍କ ମଧ୍ୟରୁ ୨୫ ଜଣ କର୍ଣ୍ଣାଟକରୁ ନିର୍ବାଚିତ ହୋଇଥିବା ବେଳେ ଅନ୍ୟ ୪ ଜଣ ତେଲେଙ୍ଗାନାରୁ ନିର୍ବାଚିତ ହୋଇଛନ୍ତି। ସେହିଭଳି ଦକ୍ଷିଣ ଭାରତର ମୋଟ ୯୨୩ ଜଣ ବିଧାୟକଙ୍କ ମଧ୍ୟରୁ ବିଜେପିର ବିଧାୟକ ସଂଖ୍ୟା ହେଉଛି ୧୩୫। ଆଗକୁ ଏହି ସ୍ଥିତିରେ ବଡ଼ ପରିବର୍ତ୍ତନ ହେବ ବୋଲି ବିଜେପି ଆଶା ରଖିଛି।

କର୍ଣ୍ଣାଟକ ଏବଂ ତେଲେଙ୍ଗାନାରେ ୨୦୨୩ରେ ବିଧାନସଭା ନିର୍ବାଚନ ଥିବାରୁ ବିଜେପି ସେଠାରେ ସାଂଗଠନିକ ପରିବର୍ତ୍ତନକୁ ବି ଗୁରୁତ୍ବ ଦେଇଛି । ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତ ମଧ୍ୟରେ ଯୋଗସୂତ୍ର ବୃଦ୍ଧି ପାଇଁ ବିଭିନ୍ନ ଲୋକସଂପର୍କ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କଂଗ୍ରେସ ‘ଭାରତ ଯୋଡ଼େ ଯାତ୍ରା’ ମାଧ୍ୟମରେ ଏହି ଦୁଇ ରାଜ୍ୟ ଉପରେ ଅଧିକ ଫୋକସ କରିଥିବା ବେଳେ ବିଜେପିକୁ ରୋକିବା ପାଇଁ ଟିଆର୍‌ଏସ୍‌ ଏବଂ ଜେଡିଏସ୍‌ ଭଳି ଦଳ ସବୁ ଶକ୍ତି ଖଟାଇବେ। ପଶ୍ଚିମବଂଗ ବିଧାନସଭା ନିର୍ବାଚନରେ ମିଳିଥିବା ପରାଜୟରୁ ଶିକ୍ଷା ଲାଭ କରି ବିଜେପି ଅନ୍ୟ ଦଳର ନେତାଙ୍କୁ ଗ୍ରହଣ କରିବାକୁ ପ୍ରାଥମିକତା ନଦେଇ ଦଳ ନିଜସ୍ବ ସାଂଗଠନିକ ଦକ୍ଷତା ଉପରେ ପୂର୍ଣ୍ଣ ଫୋକସ୍‌ କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର