ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ଥ୍ରେଡ୍‌ସ୍‌ ଆପ୍‌’ ଲାଗି ‘ମେଟା’ ନାଁ’ରେ ମାମଲା କରିବାକୁ ଧମକ ଦେଲା ‘ଟୁଇଟର୍‌’

ନୂଆଦିଲ୍ଲୀ: ନୂଆ ‘ଥ୍ରେଡ୍‌ସ୍‌ ଆପ୍‌’ ଲାଗି ‘ମେଟା ପ୍ଲାଟ୍‌ଫର୍ମ’ ନାଁ’ରେ ମାମଲା କରିବ ବୋଲି ଏଲନ୍‌ ମସ୍କ୍‌ଙ୍କ ‘ଟୁଇଟର୍‌’ ଧମକ ଦେଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏର୍ଟସ୍‌’ ରିପୋର୍ଟ କରିଛି।

ମାମଲା ଦାଏର କରିବା ପୂର୍ବରୁ ‘ଫେସ୍‌ବୁକ୍‌ ପ୍ୟାରେଣ୍ଟ୍‌ସ୍‌’ ‘ସିଇଓ’ ମାର୍କ ଜୁକର୍‌ବର୍ଗଙ୍କ ନିକଟକୁ ‘ଟୁଇଟର୍‌’ର ଓକିଲ ଆଲେକ୍ସ ସ୍ପାଇରୋଙ୍କ ଜରିଆରେ ଏକ ଚିଠି ପଠାଯାଇଛି।

ଉଲ୍ଲେଖଯୋଗ୍ୟ, ବୁଧବାର ଦିନ ‘ମେଟା’ ଶୁଭାରମ୍ଭ କରିଥିବା ‘ଥ୍ରେଡ୍‌ସ୍‌’ ୩୦ ନିୟୁତରୁ ଅଧିକ ‘ସାଇନ୍‌ ଅପ୍‌’ ହାସଲ କରିସାରିଲାଣି। ଏହା ଏଲନ୍‌ମସ୍କ୍‌ଙ୍କ ‘ଟୁଇଟର୍‌’ ସହିତ ପ୍ରତିଦ୍ବନ୍ଦ୍ବିତା କରିବା ଭଳି ମନେହେଉଛି।

ପଠାଯାଇଥିବା ଚିଠିରେ ସ୍ପାଇରୋ ଅଭିଯୋଗ କରିଛନ୍ତି ଯେ, ‘ଟୁଇଟର୍‌’ର ବ୍ୟବସାୟ ରହସ୍ୟ ଓ ଅନ୍ୟାନ୍ୟ ଗୋପନୀୟ ସୂଚନା ଜାଣିଥିବା ଓ ଏବେ ମଧ୍ୟ ସେଥିପ୍ରତି ଉନ୍ମୁକ୍ତ ଥିବା ‘ଟୁଇଟର୍‌’ର ପୂର୍ବତନ କର୍ମଚାରୀମାନଙ୍କୁ ‘ମେଟା’ ନିଯୁକ୍ତି ଦେଉଛି।

Competition Fine, Not Cheating: Twitter Threatens To Sue Meta Over Threads
Image Courtesy of NDTV

ତେଣୁ, ‘ଟୁଇଟର୍‌’ର ବ୍ୟବସାୟ ରହସ୍ୟ ଓ ଅନ୍ୟାନ୍ୟ ଗୋପନୀୟ ସୂଚନା ଆଦି ବ୍ୟବହାର ନ କରିବା ଲାଗି ଏହି ଚିଠିରେ ‘ମେଟା’କୁ ସତର୍କ କରାଇ ଦିଆଯାଇଛି। କାରଣ, ଏ କ୍ଷେତ୍ରରେ ‘ଟୁଇଟର୍‌’ ତା’ର ‘ଇଣ୍ଟେଲେକ୍‌ଚୁଆଲ୍‌ ପ୍ରପର୍ଟି ରାଇଟ୍ସ୍‌’କୁ କଡାକଡ଼ି ଲାଗୁ କରିବାକୁ ଚାହୁଁଛି ବୋଲି ଉକ୍ତ ଚିଠିରେ ସ୍ପାଇରୋ ଉଲ୍ଲେଖ କରିଛନ୍ତି।

ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ମେଟା’ ମୁଖପାତ୍ର ଆଣ୍ଡି ଷ୍ଟୋନ୍‌ ‘ଥ୍ରେଡ୍‌ସ୍‌ ପୋଷ୍ଟ’ରେ କହିଛନ୍ତି, ‘ଥ୍ରେଡ୍‌ସ୍‌ ଇଞ୍ଜିନିୟରିଙ୍ଗ୍‌ ଟିମ୍‌’ର କୌଣସି ସଦସ୍ୟ ‘ଟୁଇଟର୍‌’ର ପୂର୍ବତନ କର୍ମଚାରୀ ନୁହନ୍ତି; କିନ୍ତୁ, ମାମଲା ଦାଏର କରିବାକୁ ଧମକ ଦେବାର ପ୍ରକୃତ କାରଣ ତାହା ନୁହେଁ, ଅନ୍ୟ କିଛି।

ସେପଟେ, ପ୍ରତିକ୍ରିୟା ବ୍ୟକ୍ତ କରି ‘ଟୁଇଟର୍‌’ର ମାଲିକ ଏଲନ୍‌ ମସ୍କ୍‌ କହିଛନ୍ତି, ପ୍ରତିଯୋଗିତା କରିବା ଭଲ କଥା, କିନ୍ତୁ ଠକିବା ଠିକ୍‌ ନୁହେଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ