ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଗୁରୁବାର ରାତିରେ ସହିଦନଗର ଥାନା ପରିସରରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ଗାଡ଼କଣର ବିଚିତ୍ର ପଲେଇ(୪୨)। ପୁଲିସ ଏହି ଘଟଣାରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।
ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଗୁରୁବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ବାଣୀବିହାର ଛକରେ ଏକ କାର୍ରୁ ଜଣେ ଯୁବକ ଡେଇଁ ପଡ଼ି ଉତ୍କଳ ବିଶ୍ବବିଦ୍ୟାଳୟ ଭିତରକୁ ଧାଉଁଥିଲେ। ତାଙ୍କ ପଛେ ପଛେ ୩/୪ ଜଣ ଯୁବକ ଗୋଡ଼ାଉଥିଲେ। ଦୌଡ଼ୁଥିବା ଯୁବକ ବଞ୍ଚାଅ ବଞ୍ଚାଅ ବୋଲି ପାଟି କରୁଥିଲେ। ତାଙ୍କୁ ଅପହରଣ କରି ନିଆଯାଉଛି ବୋଲି ସେ ପାଟି କରି କହୁଥିଲେ। ଏହା ଶୁଣିବା ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିବା ସହ ଗୋଡ଼ାଉଥିବା ଯୁବକମାନଙ୍କୁ କାବୁ କରିନେଇଥିଲେ। ପଚରାଉଚରା ପରେ ଜଣାପଡ଼ିଲା ଯେ ସନ୍ଦିଗ୍ଧ ଅପହରଣକାରୀମାନେ ଶାନ୍ତିପଲ୍ଲୀ ବସ୍ତି ଅଞ୍ଚଳର ଏବଂ ଅପହୃତ ହେଉଛନ୍ତି ଗାଡ଼କଣ ଅଞ୍ଚଳର ବିଚିତ୍ର ପଲେଇ। ସ୍ଥାନୀୟ ଲୋକେ ସେମାନଙ୍କୁ ଧରି ସହିଦନଗର ଥାନାକୁ ଯାଇଥିଲେ। ସହିଦନଗର ଥାନାରେ ପହଞ୍ଚିବା ମାତ୍ରେ ହଠାତ୍ ବିଚିତ୍ର ସଂଜ୍ଞାହୀନ ହୋଇପଡ଼ିଥିଲେ। ପାଟିତୁଣ୍ଡ ଶୁଣି ଥାନା ଭିତରୁ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ବାହାରକୁ ଆସିଯାଇଥିଲେ। ତୁରନ୍ତ ବିଚିତ୍ରଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହକୁ ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ। ରିପୋର୍ଟ ମିଳିବା ପରେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।
ତେବେ ବିଚିତ୍ରଙ୍କୁ କାର୍ ଯୋଗେ ଆଣିଥିବା ଦୁଇ ଯୁବକଙ୍କୁ ପୁଲିସ ଅଟକ ରଖିଛି। ସେମାନଙ୍କ କହିବା କଥା ବିଚିତ୍ର ସେମାନଙ୍କଠାରୁ ୩ ଲକ୍ଷ ଟଙ୍କା ଧାର ନେଇ ଫେରାଉନଥିଲା। ତେଣୁ ସେମାନେ ତାଙ୍କୁ ପଟିଆରୁ ଧରି ଥାନାକୁ ଆଣୁଥିଲେ। ମାତ୍ର ବାଟରେ ସେ କାର୍ରୁ ଡେଇଁ ଦୌଡ଼ିଥିଲେ ଏବଂ ପରେ ଏଭଳି ଅଘଟଣ ଘଟିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l